International Women’s Day: ନାରୀ ସୁରକ୍ଷା ଓ ସଶକ୍ତିକରଣ ପାଇଁ ସାଇକେଲରେ କରୁଛନ୍ତି ଦେଶ ଭ୍ରମଣ, ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ...
Advertisement
Article Detail0/zeeodisha/odisha1601004

International Women’s Day: ନାରୀ ସୁରକ୍ଷା ଓ ସଶକ୍ତିକରଣ ପାଇଁ ସାଇକେଲରେ କରୁଛନ୍ତି ଦେଶ ଭ୍ରମଣ, ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ...

International Women’s Day: ସମାଜରେ ଆଜି ବି ଅସୁରକ୍ଷିତ ମହିଳା । ଦିନ ହଉ ବା ରାତି ଜଣେ ମହିଳା ଘରୁ ବାହାରିବା ପାଇଁ ଅସୁରକ୍ଷିତ ମନେ କରିଥାଏ । ତେବେ ଏସବୁ ପାଦରେ ଏଡ଼ାଇ ଜଣେ ଯୁବତୀ ଏକୁଟିଆ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି । ନାରୀ ସୁରକ୍ଷା ଓ ସଶକ୍ତିକରଣର ବାର୍ତ୍ତା ନେଇ ସାଇକେଲ ଚଢି ଦେଶ ଭ୍ରମଣରେ ବାହରିଛନ୍ତି ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ନାଟାରାମ ଗାଁର ଯୁବତୀ ଆଶା ମାଲବୀୟ ।

ସୌ(ସୋସିଆଲ ମିଡିଆ)

International Women’s Day: ସମାଜରେ ଆଜି ବି ଅସୁରକ୍ଷିତ ମହିଳା । ଦିନ ହଉ ବା ରାତି ଜଣେ ମହିଳା ଘରୁ ବାହାରିବା ପାଇଁ ଅସୁରକ୍ଷିତ ମନେ କରିଥାଏ । ଏକୁଟିଆ ମହିଳାକୁ ଦେଖିଲେ ଅନେକ ଲୋକଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ । ତେବେ ଏସବୁ ପାଦରେ ଏଡ଼ାଇ ଜଣେ ଯୁବତୀ ଏକୁଟିଆ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି । ନାରୀ ସୁରକ୍ଷା ଓ ସଶକ୍ତିକରଣର ବାର୍ତ୍ତା ନେଇ ସାଇକେଲ ଚଢି ଦେଶ ଭ୍ରମଣରେ ବାହରିଛନ୍ତି ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ନାଟାରାମ ଗାଁର ଯୁବତୀ ଆଶା ମାଲବୀୟ ।

ମଧ୍ୟ ପ୍ରଦେଶର ଝିଅ ଆଶା ମାଲବୀୟ । ସମାଜରେ ନାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଅସୁମାରୀ ଆଶା ନେଇ ଘରୁ ପାଦ କାଢିଛନ୍ତି ଆଶା । ଗତ ବର୍ଷ ନଭେମ୍ବର ୧ ତାରିଖରୁ ସାଇକେଲରେ ଭାରତ ଭ୍ରମଣରେ ବାହାରି ଆଜି ସେ ସମ୍ବଲପୁର ପହଞ୍ଚିଛନ୍ତି l ଏଠାରେ ବିଶ୍ବ ମହିଳା ଦିବସ ଅବସରରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି l ଆଶା ଜଣେ ଜାତୀୟ ସ୍ତରୀୟ ପାହାଡ଼ ଚଢ଼ାଳି ଅଟନ୍ତି l ଗତବର୍ଷ ନଭେମ୍ବର ମାସରୁ ମଧ୍ୟ ପ୍ରଦେଶର ଭୋପାଲରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀରେ ସମାପ୍ତ ହେବ l ବର୍ତମାନ ସୁଦ୍ଧା ସେ ୧୦ଟି ରାଜ୍ୟ ପରିଭ୍ରମଣ କରି ୧୧ ନମ୍ବର ରାଜ୍ୟ ଭାବେ ଓଡି଼ଶାରେ ପହଞ୍ଚିଛନ୍ତି  l ଏଥିପାଇଁ ତାଙ୍କୁ ୧୨୭ ଦିନ ଲାଗିଥିଲା l ଦେଶରେ ନାରୀ ସୁରକ୍ଷିତ ନୁହେଁ ବୋଲି ତାଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା, ଏହା ପରେ ସାଇକେଲ ଖଣ୍ତିଏ ଧରି ବାହାରି ପଡ଼ିଥିଲେ ଦେଶ ଭ୍ରମଣରେ । ଆଶା ଗରିବ ଘରର ଝିଅ ହୋଇଥିବା ବେଳେ ମାତ୍ର ୩ ବର୍ଷ ବୟନରେ ତାଙ୍କ ବାପାଙ୍କ ଅକାଳ ବିୟୋଗ ହୋଇଥିଲା । ଏଭଳି ପରିସ୍ଥିତିରେ ହାର ନମାନି ମୂଳ ଲାଗି ମାଆ ଆଶାଙ୍କ ଲାଳନପାଳନ ସହ ତାଙ୍କୁ ପାଠ ପଢାଇଥିଲେ l ବର୍ତମାନ ତାଙ୍କ ପରିବାରରେ କେବଳ ତାଙ୍କ ମା ଓ ଭଉଣୀ ଥିବା ସେ କହିଛନ୍ତି l  ସେ ଏହି ଯାତ୍ରାରେ ବାହାରି ଥିବାବେଳେ ତାଙ୍କୁ କୌଣସି ସରକାରୀ ସହାୟତା ମଧ୍ୟ ମିଳିନଥିଲା ପରେ ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ସାଇକେଲ ଓ GPS ଯୋଗାଇ ଦିଆଥିଲେ l ତେବେ ସାଧାରଣ ବର୍ଗର ଲୋକ ତାଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥିବା ସେ କହିଛନ୍ତି l

Also Read-International Women Day 2023: ଜାଣନ୍ତି କି ଅନ୍ତର୍ଜାତୀୟ ମହିଳା ଦିବସର ମୂଳଦୂଆ ପକାଇବାରେ ମୂଖ୍ୟ ପୁରୋଧା କିଏ ଥିଲେ

ଦିନକୁ ସେ ୧୦୦ ରୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରୁଥାଆନ୍ତି l ବର୍ତ୍ତମାନ ସୁଦ୍ଧା ସେ ୯୯୨୦ କିଲୋମିଟର ଯାତ୍ରା କରି ସାରିଛନ୍ତି l ଆଜି ପର୍ଯ୍ୟନ୍ତ ସେ ୬ ଜଣ ମୁଖ୍ୟମନ୍ତ୍ରୀ, ୭ ଜଣ ରାଜ୍ୟପାଳ, ୩ ଜଣ ଡିଜିପି,୧୦୦ ଜଣ ଆଇଏଏସ, ୧୦୦ ଜଣ ଆଇପିଏସ (IPS) ଙ୍କୁ ଭେଟି ସାରିଛନ୍ତି l ଏହି ସମୟ ମଧ୍ୟରେ ସେ ନାରୀ ନାରୀ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆୟୋଜିତ ହୋଇଥିବା ୯୦ଟି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇ ସାରିଛନ୍ତି l ସେ ତାଙ୍କର ଏହି ସାଇକେଲ ଯାତ୍ରା ନେଇ ପୁସ୍ତକ ମଧ୍ୟ ରଚନା କରୁଛନ୍ତି l ଏଥିରେ ନିଜର ଯାତ୍ରା ସମୟର ଅନୁଭୂତି ଓ ସାମାଜିକ ଜୀବନରେ ମିଳିଥିବା ଶିକ୍ଷା ବିଷୟର ଉଲ୍ଲେଖ କରାଯିବ l  ଆଗକୁ ସେ ସାରା ଦେଶ ପରିଭ୍ରମଣ କରି ନାରୀ ସୁରକ୍ଷା ଓ ସଶକ୍ତିକରଣର ବାର୍ତ୍ତା ଦେବେ ବୋଲି ଆଶା ରଖିଛନ୍ତି l  ଓଡିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟିବାକୁ ସେ ଆଶା ରଖିଥିବା କହିଛନ୍ତି ।