Odisha News: ଧୋକାବାଜ୍ କନେଷ୍ଟବଳ ପ୍ରେମିକ! ୭ ବର୍ଷ ଲିଭିଇନରେ ରହିବା ପରେ ଫେରାର...
Advertisement
Article Detail0/zeeodisha/odisha1630088

Odisha News: ଧୋକାବାଜ୍ କନେଷ୍ଟବଳ ପ୍ରେମିକ! ୭ ବର୍ଷ ଲିଭିଇନରେ ରହିବା ପରେ ଫେରାର...

Odisha News: ପ୍ରେମରେ (love) ଧୋକା ଦେଇଛି ଦଗାଦିଆ ଖାକି ବାବୁ(constable) ! ବିବାହ କରିବ ବୋଲି କହିଥିଲା କିନ୍ତୁ ଶାରୀରିକ ସୁଖ ପାଇବା ପରେ ଛାଡି ଚାଲିଗଲା । ଜଣେ କନଷ୍ଟେବଲଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଯୁବତୀ (allegation against constable)। ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ କନେଷ୍ଟବଳ ଠିକିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

( ସୂର୍ଯ୍ୟ ନାରାୟଣ ମହାନ୍ତି, ଖୋର୍ଦ୍ଧା) Odisha News: ପ୍ରେମରେ (love) ଧୋକା ଦେଇଛି ଦଗାଦିଆ ଖାକି ବାବୁ(constable) ! ବିବାହ କରିବ ବୋଲି କହିଥିଲା କିନ୍ତୁ ଶାରୀରିକ ସୁଖ ପାଇବା ପରେ ଛାଡି ଚାଲିଗଲା । ଜଣେ କନଷ୍ଟେବଲଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଯୁବତୀ (allegation against constable)। ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ କନେଷ୍ଟବଳ ଠିକିଛି । କଟକରେ ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ (constable) ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ ।

ଯୁବତୀ ଜଣକ ଅଭିଯୋଗ ଅନୁସାରେ, ଗତ ୧୦ ବର୍ଷ ତଳେ ଦେଖାସାକ୍ଷାତ ହୋଇଥିଲା । ତା’ପରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ।  ପରେ ଦୁହେଁ ୭ ବର୍ଷ ଲିଭ୍‌ ଇନ୍‌ରେ ରହିଥିଲେ ।  ଦୁହେଁ ଘର ଭଡ଼ା ନେଇ ଏକାଠି ରହିଥିଲେ। କିନ୍ତୁ ପ୍ରାୟ ବର୍ଷେ ତଳେ ପ୍ରେମିକାଙ୍କୁ ଛାଡ଼ି ହଠାତ୍ ଚାଲି ଯାଇଥିଲେ । ସେହିଦିନ ଠାରୁ ଆଉ ଧରାଛୁଆଁ ଦେଉ ନାହାନ୍ତି ।  ଏନେଇ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ୍ ନେଉନି କାର୍ଯ୍ୟାନୁଷ୍ଠାନ। କାରଣ ପ୍ରତାରଣା ଦେଇଥିବା ପ୍ରେମିକ ନିଜେ ଚାକିରି କରିଛନ୍ତି ପୋଲିସ୍ ବିଭାଗରେ (police)। ତାଙ୍କ ନାଁ ପ୍ରୀତିରଞ୍ଜନ ବେହେରା। ସେ କଟକରେ ଷଷ୍ଠ ବାଟାଲିୟନରେ କନଷ୍ଟେବଲ ଅଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ। 

ଯୁବତୀ ଜଣଙ୍କ ଘଟଣା ସଂପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ହେଲେ ବାରମ୍ବାର ମଞ୍ଚେଶ୍ୱର ଥାନାକୁ ଦୌଡ଼ିବା ପରେ ନ୍ୟାୟ ନ ମିଳିବାରୁ ଆଜି ସେ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି। ଏଥିସହ ସେ ଅଭିଯୋଗ କରିଛନ୍ତି, ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । 

ଏହାବି ପଢନ୍ତୁ : Celebrities Suicide: ଆତ୍ମହତ୍ୟା ଫାଶରେ ଏହି ସବୁ ସେଲିବ୍ରିଟି, ଦେଖନ୍ତୁ ଫଟୋ

ଏହାବି ପଢନ୍ତୁ : Taapsee Pannu: ମାଆ ଲକ୍ଷ୍ମୀଙ୍କୁ ଅପମାନ୍ ଦେଇ ଥାନାକୁ ଟଣା ହେବେ ତାପସୀ ! ରୁଜୁ ହେଲା ମାମଲା

ନିକଟରେ ରାଜଧାନୀରେ ପୋଲିସ୍ କପଲଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା ।  ସ୍ୱାମୀ ଅମରେଶ ସାହୁ କେନ୍ଦ୍ରାପଡ଼ା ଆଳି ଥାନାରେ କନେଷ୍ଟବଲ ଅଛନ୍ତି । ଆଉ ସ୍ତ୍ରୀ ଭଗବତୀ ନାୟକ ରାଜଧାନୀର ବଡ଼ଗଡ଼ ଥାନାରେ କନଷ୍ଟେବଲ ଭାବେ କାର୍ଯ୍ୟରତ । ୨୦୦୮ରେ ଉଭୟଙ୍କର ହୋଇଥିଲା ପ୍ରେମ ବିବାହ ହେଲେ ବିବାହର ବର୍ଷେ ପରେ ପ୍ରେମରେ ଭଟ୍ଟା ଆସିଗଲା । ଭଗବତୀଙ୍କ ବିରୋଧରେ ପାରିବାରିକ ହିଂସା ଭଳି ଅନେକ ଅଭିଯୋଗ ଲଗାଇ ତାଙ୍କଠାରୁ ଅଲଗା ହୋଇ ରହିଥିଲେ ସ୍ବାମୀ ଅମରେଶ । ୨୦୧୭ରେ ସେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ୍ ମଧ୍ୟ ଫାଇଲ୍ କରିଥିଲେ  । ସ୍ବାମୀଙ୍କ ପାଖରେ ତାଙ୍କର ଝିଅ ରହୁଥିବାରୁ ତାକୁ ଦେଖା କରିବାକୁ ଭୀମଟାଙ୍ଗୀ ସ୍ଥିତ ଘରକୁ ବେଳେ ବେଳେ ଆସନ୍ତି ଭଗବତୀ । କିନ୍ତୁ ଦିନେ ଝିଅକୁ ଦେଖାକରିବାତକୁ ଭଗବତୀ ଆସିଥିଲେ । ଏତିକି ବେଳେ  ଅମରେଶଙ୍କ ଘରେ ଜଣେ ମହିଳାଙ୍କୁ ଦେଖିଥିଲେ ଏହାପରେ ଘର ଭିତରୁ ରାସ୍ତା ଉପର ଯାଏଁ ଚାଲିଥିଲା ମହାଭାରତ  । ମିଡିଆରେ ପ୍ରସାରିତ ଖବର ଅନୁସାରେ ଅମରେଶଙ୍କ ମାଆ କହିଛନ୍ତି ଘରେ ପୁଅର ଜଣେ ଚିହ୍ନା ମହିଳାଙ୍କ ସହ ସେ ଆଲୋଚନା କରୁଥିବା ବେଳେ ବୋହୂ ବାହାରୁ ଆସି ହଠାତ ମହିଳାଙ୍କୁ ଆକ୍ରମଣ କରିଥିଲା । ଏତିକି ବେଳେ ପୁଅ ଅମରେଶ ଆସି ଭଗବତୀଙ୍କ କବଳରୁ ସେହି ମହିଳାଙ୍କୁ ଉଦ୍ଧାର କରିବା ବେଳେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ ।