ବୁଢା ହୋଇଗଲା ବୋଲି ଭାଙ୍ଗିଗଲା ବିଶ୍ୱାସ: ଜଣେ ବିଶ୍ୱାସ ଭାଙ୍ଗିଦେଲା, ଆଉ ଜଣେ ସାହାରା ହେଲା
Advertisement
Article Detail0/zeeodisha/odisha1359899

ବୁଢା ହୋଇଗଲା ବୋଲି ଭାଙ୍ଗିଗଲା ବିଶ୍ୱାସ: ଜଣେ ବିଶ୍ୱାସ ଭାଙ୍ଗିଦେଲା, ଆଉ ଜଣେ ସାହାରା ହେଲା

ଘରେ ରଖିବା ପାଇଁ ସଉକରେ କିଣିଥିବା ବିଦେଶୀ କୁକୁରକୁ ଅସମୟରେ ଅସହାୟ ଅବସ୍ଥାରେ ଅଜଣା ରାସ୍ତାରେ ଛାଡି ଚାଲିଗଲା ସ୍ୱାର୍ଥପର ମାଲିକ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ନୂଆପଡ଼ା ଅଞ୍ଚଳରେ । ଶେଷରେ ହୃଦୟବାନ ଯୁବକ କୁକୁରକୁ ଉଦ୍ଧାର କରି ସୁଶ୍ରୁଚ୍ଚା ସଂଗଠନ କଲେ ହସ୍ତାନ୍ତର । ମାଲିକ ଛାଡିଯିବା ପରେ ନିରୀହ କୁକୁରଟିକୁ ଯିଏ ଆଜି ନିଜର

ବୁଢା ହୋଇଗଲା ବୋଲି ଭାଙ୍ଗିଗଲା ବିଶ୍ୱାସ: ଜଣେ ବିଶ୍ୱାସ ଭାଙ୍ଗିଦେଲା, ଆଉ ଜଣେ ସାହାରା ହେଲା

ନୂଆପଡ଼ା: ଘରେ ରଖିବା ପାଇଁ ସଉକରେ କିଣିଥିବା ବିଦେଶୀ କୁକୁରକୁ ଅସମୟରେ ଅସହାୟ ଅବସ୍ଥାରେ ଅଜଣା ରାସ୍ତାରେ ଛାଡି ଚାଲିଗଲା ସ୍ୱାର୍ଥପର ମାଲିକ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ନୂଆପଡ଼ା ଅଞ୍ଚଳରେ । ଶେଷରେ ହୃଦୟବାନ ଯୁବକ କୁକୁରକୁ ଉଦ୍ଧାର କରି ସୁଶ୍ରୁଚ୍ଚା ସଂଗଠନ କଲେ ହସ୍ତାନ୍ତର ।

ମାଲିକ ଛାଡିଯିବା ପରେ ନିରୀହ କୁକୁରଟିକୁ ଯିଏ ଆଜି ନିଜର ମାନଙ୍କୁ ଖୋଜୁଛି । ହେଲେ ଆଜି ନିଜର ମାଲିକ ନିଜର ସ୍ବାର୍ଥ ପାଇଁ ପର କରି ରାସ୍ତାରେ ଛାଡ଼ି ଚାଲିଯାଇଛି। ଆଜିର ଏ ଆଧୁନିକ ଯୁଗର ମଣିଷ ନିଜର ସୁଖ ନିଜର ସ୍ବାର୍ଥ ଓ ନିଜର ବିଳାସ ଜୀବନ ପାଇଁ ସବୁକିଛି କରିପାରୁଛି । ଯେଉଁଥିରେ ଆଜିକାଲି ପ୍ରତେକ ବଡ଼ ବଡିଆ କିମ୍ବା ମଧ୍ୟବିତ୍ତ ଶ୍ରେଣିର ହୁଅନ୍ତୁ ନା କାହିଁକି କୁକୁର ରଖିବା ଗୋଟେ ପ୍ରକାର ସୌକରେ ପରିଣତ ହୋଇସାରିଛି । କିନ୍ତୁ ଏହାରି ଭିତରେ କଉଁଠି ନା କଉଁଠି ମଣିଷ ତା'ର ମଣିଷ ପଣିଆ ହରାଇ ବସୁଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ନୂଆପଡା ଅଞ୍ଚଳରେ । 

କେହି ଜଣେ ମାଲିକ ତାଙ୍କର ବିଦେଶୀ (ଲ୍ୟାବ୍ରୋଡର) ପ୍ରଜାତିର କୁକୁର କୁ ଅସହାୟ ଅବସ୍ଥାରେ ନୂଆପଡ଼ା ସ୍ଥିତ ପ୍ରେସ କଲୋନୀ ଅଞ୍ଚଳରେ ଚାଡ଼ି ଚାଲି ଯାଇଥିଲେ । କୁକୁରଟି ରୋଗା ଗ୍ରସ୍ତ ଥିଲା ଠିକ୍ ରେ ମଧ୍ୟ ଚାଲି ପାରୁନଥିଲା ଆଉ ଏହି ସମୟରେ ସ୍ଥାନୀୟ ଦେଶୀ କୁକୁର ମାନେ ତାକୁ ଆକ୍ରମଣ କରିବାକୁ ଆରମ୍ଭ କରିଥିଲେ ଯାହାଫଳରେ ନିଜର ପ୍ରାଣ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରି ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା । ଏହା ପରେ କିଶନ ଦାସ ନାମକ ସହୃଦୟ ବ୍ୟକ୍ତି କୁକୁରଟି କୁ ସୁରକ୍ଷିତ ଭାବେ ନେଇ ପ୍ରଥମେ ଖାଇବାକୁ ଦେଇଥିଲେ । ଏହା ପରେ ମାଲିକର ସନ୍ଧାନ କରିଥିଲେ ହେଲେ ସେତେବେଳକୁ ସବୁକିଛି ସରିଥିଲା । କାରଣ ମାଲିକଟି ଏହି ରୋଗାଗ୍ରସ୍ତ କୁକୁରଟିକୁ ସେଠାରେ ଛାଡ଼ି ଚାଲି ଯାଇଥିଲା । ଉଦ୍ଧାର କରିଥିବା ସହୃଦୟ ଯୁବକମାନେ କୁକୁରଟିର ରକ୍ଷଣା ବେକ୍ଷଣ ପାଇଁ ସୁଶ୍ରୁଶା ସଂଗଠନ କୁ ଯୋଗାଯୋଗ କରିଥଲେ ।

ଅନ୍ୟପଟେ କିଶନଙ୍କ କଲ ଆସିବା ପରେ କୁକୁରଟିକୁ ସୁଶ୍ରୁଶା ସଂଗଠନକୁ ଆଣିବା ପାଇଁ ସୁଶ୍ରୁଶା ସଂଗଠନ ର ପ୍ରତିଷ୍ଠାତା ତାଙ୍କୁ ସେଇଟାକୁ ଆଣିବାକୁ ପରାମର୍ଶ ଦେଇଥିଲେ । ଏହାପରେ କିଶନ ତାଙ୍କ ବନ୍ଧୁ ଙ୍କ ସହ ସ୍କୁଟି ଯୋଗେ କୁକୁର ଟିକୁ ଆଣି ଉକ୍ତ କେନ୍ଦ୍ର ରେ ଛାଡିଥିଲେ । ତେବେ କୁକୁର ଟିକୁ ଉକ୍ତ କେନ୍ଦ୍ର ରେ ଭର୍ତି କରିବା ସହ ତାର ପ୍ରାଥମିକ ଚିିକିତ୍ସା କରିବା ପାଇଁ ବେବାସ୍ତ କରାଯିବ। ଏବଂ କୁକୁର ଟି ଚର୍ମ ରୋଗରେ ପୀଡ଼ିତା ଥିବାରୁ ମାଲିକ ଏଭଳି କରିଛନ୍ତି ବୋଲି କହିଛନ୍ତି ସାଇନି । ସୁଶ୍ରୁଶା ସେବା କେନ୍ଦ୍ର ରେ ଏଭଳି ଅନେକ ଅସହାୟ କୁକୁର, ଗାଈ, ଓ ଅନ୍ୟାନ୍ୟ ପ୍ରାଣୀଙ୍କର ସେବା କରାଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ସହ ସାମିଲ ହୋଇଛି ଏହି ଅସହାୟ କୁକୁର । ଯଦି କୁକୁର ରଖିପାରିବେନି ତେବେ ଗୋଟେ ଜୀବକୁ ଏମିତି ଅସହାୟ ଅବସ୍ଥାରେ ରାସ୍ତା କଢରେ ଛାଡ଼ି ଚାଲି ଯାଆନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ସେ ।

କୁକୁର ପୋଷିବାର ଶୌକ ରଖୁଥିବା ଲୋକମାନେ ବୟସର ଅପରାହ୍ନରେ ପହଞ୍ଚିଥିବା ନିଜର ପୋଷା ଜୀବକୁ ଏଭଳି ଜରାଜୀର୍ଣ୍ଣ ଅବସ୍ଥାରେ ଛାଡ଼ି ଚାଲିଯିବା ଆଦୌ ଗ୍ରହଣୀୟ ନୁହେଁ।