Harishchandra yojna Scam: କେନ୍ଦୁଝରରେ ବଡ଼ଧରଣର ହେରଫେର, ଫସିଯିବେ କି ସରକାର
Advertisement
Article Detail0/zeeodisha/odisha1317211

Harishchandra yojna Scam: କେନ୍ଦୁଝରରେ ବଡ଼ଧରଣର ହେରଫେର, ଫସିଯିବେ କି ସରକାର

ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତ ରେ ସରକାରି ଯୋଜନା ବାଟବଣା ଅଭିଯୋଗ ହୋଇ ଆସୁଥିବା ବେଳେ ବ୍ଲକର ବାଲିବରେଇ ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହରିଲୁଟ୍‌ ପାଇଁ ଆପଣା ଯାଇଛି ଭିନ୍ନ ଭିନ୍ନ ତରିକା।

Harishchandra yojna Scam: କେନ୍ଦୁଝରରେ ବଡ଼ଧରଣର ହେରଫେର, ଫସିଯିବେ କି ସରକାର

Harishchandra yojna Scam:କେନ୍ଦୁଝର: ମୃତ ଲୋକଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ମୃତ ଲୋକଙ୍କ ନାଁରେ ମିଛ ତଥ୍ୟ ଦେଇ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଗରିବ ଲୋକର ପରିବାରରେ କେହି ମୃତ୍ୟୁବରଣ କଲେ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଦିଅନ୍ତି ଶବ ଦାହ କରିବା ନିମନ୍ତେ ହେଲେ ଗରିବ ଲୋକଙ୍କ ସେହି ଦୁଇହଜାର ଟଙ୍କା ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ପଡୁଛି ପଞ୍ଚାୟତ ର ବଡ଼ବଡ଼ିଆ ଙ୍କର। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବାଲିବରେଇ ପଂଚାୟତରୁ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତ ରେ ସରକାରି ଯୋଜନା ବାଟବଣା ଅଭିଯୋଗ ହୋଇ ଆସୁଥିବା ବେଳେ ବ୍ଲକର ବାଲିବରେଇ ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହରିଲୁଟ୍‌ ପାଇଁ ଆପଣା ଯାଇଛି ଭିନ୍ନ ଭିନ୍ନ ତରିକା। କେଉଁଠି ଜଣେ ବ୍ୟକ୍ତିଙ୍କୁ ଦୁଇଥର ମାରି ଦିଆଯାଇଛି ତ ଆଉ କେଉଁଠି ୪ ବର୍ଷ ତଳେ ମରିଥିବା ବ୍ୟକ୍ତିଙ୍କୁ ଏବେ ମରିଥିବା ଦର୍ଶାଇ ଅର୍ଥ ଉଠାଯାଇଛି। ସୁଚନା ଅଧିକାରୀ ଙ୍କ ତଥ୍ଯ ଅନୁଯାୟୀ ମାତ୍ର ୧୫ ମାସ ମଧ୍ୟରେ ଏହି ପଞ୍ଚାୟତରେ ୨୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ସବୁଠୁ ଚକିତ କଲା ଭଳି ୧୭୧ଜଣ ହିତାଧିକାରୀଙ୍କ ପାଇଁ ବ୍ୟବହାର ହୋଇଛି ଗୋଟିଏ ମୋବାଇଲ୍ ଫୋନ୍ ନମ୍ବର।୨୦୨୧ ମସିହା ଜାନୁଆରୀ ମାସ ରେ ୮୭ ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶା ଯାଇଛି। ଏହି ଯୋଜନାରେ ସାମିଲ ହୋଇଛନ୍ତି ଅନେକ ଧନୀ ଶ୍ରେଣୀୟ ଲୋକ। ତେଣୁ ଏଥିରେ ବଡ଼ଧରଣର ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି।

ପଞ୍ଚାୟତର ଅନେକ ଲୋକ ଏବେ ମଧ୍ୟ ଏହି ହରିଶ୍ଚନ୍ଦ୍ର ଯୋଜନାରୁ ବଞ୍ଚିତ ଥିବା ଜଣା ପଡିଛି। ତେବେ ଅଧିକାଂଶ ହିତାଧିକାରୀ ଙ୍କ ନିମନ୍ତେ ବ୍ୟବହୃତ ମୋବାଇଲ ନମ୍ବର ଟି ପୂର୍ବତନ ସରପଞ୍ଚଙ୍କ ସ୍ଵାମୀଙ୍କର ବୋଲି ଜଣାପଡିଛି। ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତ ବାସି ଦାବି କରୁଥିବା ବେଳେ ଖବର ପାଇ ହାଟଡିହି ବିଡ଼ିଓ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ର ସତ୍ୟତା ଥିଲେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଯଦି ପଞ୍ଚାୟତ ର କୌଣସି କର୍ମଚାରୀ ଘଟଣା ରେ ସାମିଲ ଥାନ୍ତି ତାଙ୍କୁ ବରଖାସ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ।

ସରକାର ଙ୍କ ସବୁ ଯୋଜନା କୁ ତଳ ସ୍ତରରେ ବାଟମାରଣା କରାଯାଉଥିବା ବେଳେ ଗରିବ ମୃତ ବ୍ୟକ୍ତିଙ୍କ ହରିଶ୍ଚନ୍ଦ୍ର ଯୋଜନା ମଧ୍ୟ ଏଥିରୁ ବାଦ୍ ପଡୁନି। ଆବଶ୍ୟକ ରହିଛି ଏହି ନିନ୍ଦନୀୟ ଘଟଣା ର ଉଚିତ୍ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ।