Weather Update: ଅଧଘଣ୍ଟାରେ ଏହି ଜିଲ୍ଲାରେ ହେଲା ୩୭୬୨ ଥର ବଜ୍ରପାତ, ଆଜି କୁଆପଥର ବର୍ଷା ନେଇ ଆଶଙ୍କା
Advertisement

Weather Update: ଅଧଘଣ୍ଟାରେ ଏହି ଜିଲ୍ଲାରେ ହେଲା ୩୭୬୨ ଥର ବଜ୍ରପାତ, ଆଜି କୁଆପଥର ବର୍ଷା ନେଇ ଆଶଙ୍କା

Weather Update: ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ ସହ ବର୍ଷା ହେବା ନେଇ ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ(Bhubaneswar metrology department) ପୂର୍ବାନୁମାନ କରାଯାଇଛି । ଏହା ସହ ରାଜ୍ୟର ୪ଟି ଜିଲ୍ଲାରେ ଆଜି କୁଆପଥର ମାଡ଼(Hail Rain) ସହ ଝଡ଼ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ(yellow alert) ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡ଼ିକରେ ବିଜୁଳି(lightning), ଘଡ଼ଘଡ଼ି ସହ ବର୍ଷା(Rain) ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସର୍ତକ ରହିବା ନେଇ କହିଛି ପାଣିପାଗ ବିଭାଗ । ବିଶେଷ କରି, ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ବିଜୁଳି, ଘଡ଼ଘଡ଼ି(Thunderstorm) ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଶନିବାର ଦିନ ରାଜ୍ୟର ୧୧ଟି ଜିଲ୍ଲାରେ ଝଡ଼ ପବନ ବର୍ଷା ହେବା ନେଇ ସମ୍ଭବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ(yellow alert) ଜାରି କରାଯାଇଛି । ଏହାପରେ ରାଜ୍ୟରେ କାଳବୈଶାଖୀର ଏତେ ପ୍ରଭାବ ଦେଖିବାକୁ ମିଳିବ ନାହିଁ । ଶୁକ୍ରବାର ଦିନ ରାଜଧାନୀରେ ପାଗ ଆଂଶିକ ମେଘୁଆ ରହିବ । ଅପରାହ୍ନରେ ହାଲୁକା ବର୍ଷା(Rain) ମଧ୍ୟ ହେବା ନେଇ ସମ୍ଭାବନା ରହୁଛି । ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ହେବା ନେଇ ସମ୍ଭାବନା ରହିଛି । ପ୍ରକାଶ ଥାଉ କି, ଗୁରୁବାର ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହୋଇଥିଲା। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କାଲାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ସୋନପୁର, ବରଗଡ, ଝାରସୁଗୁଡା଼, ଦେଓଗଡ, ସୁନ୍ଦରଗଡ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ହୋଇଥିଲା । ସନ୍ଧ୍ୟା ୪ଟା ପରେ ରାଜଧାନୀ ଭୁବନେଶ୍ୱରରେ ବର୍ଷା ସାଙ୍ଗକୁ ପ୍ରବଳ ପବନ ବୋହିଥିଲା।

ସେପଟେ, କୋରାପୁଟ ଜିଲ୍ଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ଅପରାହ୍ନ ୨ଟା ବେଳକୁ ଜିଲ୍ଲାରେ ପାଗରେ ହଠାତ୍ ପରିବର୍ତ୍ତନ ଆସିଥିଲା । ପରେ ପ୍ରବଳ ବର୍ଷା ସାଙ୍ଗଙ୍କୁ ପବନ ଓ ବଜ୍ରପାତ ହୋଇଥିଲା । ବର୍ଷା ସାଙ୍ଗଙ୍କୁ ବଜ୍ରପାତର ପରିମାଣ ବଢିବାରେ ଲାଗିଥିଲା। ତେବେ ମାତ୍ର ଅଧଘଣ୍ଟା ମଧ୍ଯରେ କୋରାପୁଟରେ ୩୭୬୨ ଥର ବ୍ରଜପାତ(Thunderstorm) ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ଦାମିନୀ ଆପ ରେକର୍ଡ଼ କରିଛି । ବୈପାରିଗୁଡ଼ା, ଲମତାପୁଟ, କୋରାପୁଟ, ନନ୍ଦପୁର ଆଦି ଅଞ୍ଚଳରେ ୩ ହଜାରରୁ ଅଧିକ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଓଡି଼ଶାରେ ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫୦୦୦ରୁ ଅଧିକ ବଜ୍ରପାତ(Thunderstorm) ହୋଇଥିବା ସର୍ବକାଳୀନ ରେର୍କଡ଼ ରହିଛି। କୋରାପୁଟ ଜିଲ୍ଲାରେ ପୂର୍ବ ରେକର୍ଡ ପାଖାପାଖି ବଜ୍ରପାତ ହୋଇଛି । ତେବେ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ମଧ୍ଯ ପଢନ୍ତୁ-Odisha News: ରାଉରକେଲାରେ ଭଡା଼ ଘର ପାଲଟିଛି ସଟ୍ଟା କଣ୍ଟ୍ରୋଲ ରୁମ୍, ପୋଲିସ ନେଲା ବଡ଼ ଆକ୍ସନ

ଏହା ମଧ୍ଯ ପଢନ୍ତୁ-Odisha: ଖେଳିବା ସମୟରେ କୀଟ ନାଶକ ଖାଇ ୪ ଗୁରତର

ଏହା ମଧ୍ଯ ପଢନ୍ତୁ-Bhadrak News: ହରିୟାଣାରେ ଚମକିଲେ ଧାମନଗର ଝିଅ ମଧୁସ୍ମିତା, ଦିବ୍ୟାଙ୍ଗ ହୋଇ ସାଜିଲେ ଉଦାହରଣ