Bus Accident: କୁହୁଡି ଯୋଗୁ ବସ ଓଲଟି ୧୨ ଆହତ, ଦୁଇ ଗୁରୁତର
Advertisement
Article Detail0/zeeodisha/odisha1424299

Bus Accident: କୁହୁଡି ଯୋଗୁ ବସ ଓଲଟି ୧୨ ଆହତ, ଦୁଇ ଗୁରୁତର

Bus Over turn on NH 57: ୫୭ ନମ୍ବର ଜାତୀୟ ରାଜପଥର ବାଘମାରି ନିକଟରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍ l ଅତ୍ୟଧିକ କୁହୁଡି ଯୋଗୁ ବସଟି ରାସ୍ତା କଡ଼କୁ ଓଲଟି ପଡିଥିଲା l ୧୨ ଆହତ, ୨ ଗୁରୁତର l ଦୁଇଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର l

Bus Accident: କୁହୁଡି ଯୋଗୁ ବସ ଓଲଟି ୧୨ ଆହତ, ଦୁଇ ଗୁରୁତର

Bus Over turn on NH 57, ଖୋର୍ଦ୍ଧା: ଶୁକ୍ରବାର ସକାଳୁ ସକାଳୁ ୫୭ ନମ୍ବର ଜାତୀୟ ରାଜପଥର ବାଘମାରି ନିକଟରେ ଏକ ଅଘଟଣ ଘଟିଛି। ଘରୋଇ ବସ୍ ଓଲଟି ୧୨ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛି। ଦୁଇ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ କୁହୁଡି ଯୋଗୁ ବସଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ ଭିତରୁ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି। 

ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର  ଜାତୀୟରାଜପଥ ବାଘମାରୀ ନିକଟରେ ଓଲଟିଲା ନାଇଟକୋଚ ଏସି ବସ। ପ୍ରବଳ କୁହୁଡି କାରଣରୁ ବାଘମାରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ଯ ହରାଇ ରାସ୍ତାକଡ ବିଲ ଭିତରୁ ଓଲଟି ପଡିଥିବା ଜଣାପଡିଛି। ବଡିଭୋରରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଓ ବାଘମାରୀ ପୋଲିସ  ପହଞ୍ଚି ଉଦ୍ଧାର କାର୍ଯ୍ଯ କରିଛି। ପ୍ରବଳ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା। 

Also Read: ପର୍ଣ୍ଣ ଦେଖିବାର ଭୟଙ୍କର କୁପରିଣାମ! ଆଖୁ କିଆରିରେ ଏମିତି ନାରକୀୟ କାଣ୍ଡ କରିଦେଲେ ନାବାଳକ

ଦୁର୍ଘଟଣାରେ ଆହାତ ହୋଇଥିବା ୧୦ ଯାତ୍ରୀଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ଅନ୍ୟ ଦୁଇଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ବାଘମାରି ପୋଲିସ ବସର କାଚ ଭାଙ୍ଗି ୪୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ସେପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି।