Cyclone Michaung:୨୮୬ ବର୍ଷ ତଳେ ଆସିଥିଲା ସବୁଠାରୁ ଭୟଙ୍କର ବାତ୍ୟା,ବାରମ୍ବାର ବାତ୍ୟା ଆସିବାର କାରଣ କ’ଣ ?
Advertisement
Article Detail0/zeeodisha/odisha1994495

Cyclone Michaung:୨୮୬ ବର୍ଷ ତଳେ ଆସିଥିଲା ସବୁଠାରୁ ଭୟଙ୍କର ବାତ୍ୟା,ବାରମ୍ବାର ବାତ୍ୟା ଆସିବାର କାରଣ କ’ଣ ?

ବାତ୍ୟା ମିଚୋଙ୍ଗ ବଙ୍ଗୋପସାଗର ଦେଇ ଗତି କରୁଛି, କିନ୍ତୁ ଏହାର ପ୍ରଭାବ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେବାରେ ଲାଗିଛି। ବିଶେଷ କରି ଚେନ୍ନାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ପରିସ୍ଥିତି ଏପରି ଯେ ବିମାନବନ୍ଦର ବନ୍ଦ ହୋଇଯାଇଛି ଏବଂ ରାସ୍ତାରେ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି ।ବର୍ତ୍ତମାନ ବାତ୍ୟା ମିଚୋଙ୍ଗ ଆନ

SOCIAL MEDIA

Cyclone Michaung:

ବାତ୍ୟା ମିଚୋଙ୍ଗ ବଙ୍ଗୋପସାଗର ଦେଇ ଗତି କରୁଛି, କିନ୍ତୁ ଏହାର ପ୍ରଭାବ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେବାରେ ଲାଗିଛି। ବିଶେଷ କରି ଚେନ୍ନାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ପରିସ୍ଥିତି ଏପରି ଯେ ବିମାନବନ୍ଦର ବନ୍ଦ ହୋଇଯାଇଛି ଏବଂ ରାସ୍ତାରେ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି ।ବର୍ତ୍ତମାନ ବାତ୍ୟା ମିଚୋଙ୍ଗ ଆନ୍ଧ୍ରପ୍ରଦେଶ ଆଡକୁ ଗତି କରୁଛି, ଯେଉଁଠାରେ ଏହା ସୋମବାର ସନ୍ଧ୍ୟା କିମ୍ବା ମଙ୍ଗଳବାର ସକାଳେ ପହଞ୍ଚିପାରେ ।

ବାତ୍ୟାର ଇତିହାସ ବିଷୟରେ କହିବାକୁ ଗଲେ, ୨୮୬ ବର୍ଷ ପୂର୍ବେ ଆସିଥିବା ଏକ ବାତ୍ୟାକୁ ଭାରତ ଇତିହାସର ସବୁଠାରୁ ଭୟଙ୍କର ବାତ୍ୟା ବୋଲି କୁହାଯାଏ । NDMA ତଥ୍ୟ ଅନୁଯାୟୀ ୧୭୩୭ ମସିହାରେ ଆସିଥିବା ଏହି ବାତ୍ୟାର ସର୍ବାଧିକ ପ୍ରଭାବ ବଙ୍ଗଳାର ହୁଗଲିରେ ଦେଖାଯାଇଥିଲା ଯେଉଁଥିରେ ପ୍ରାୟ ୩ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ୧୮୭୬ ମସିହାରେ ଅବିଭକ୍ତ ବଙ୍ଗପ୍ରଦେଶ ଗୋଟିଏ ବଡ଼ ବାତ୍ୟାର ଶିକାର ହୋଇଥିଲା । ଯେଉଁଥିରେ  ପ୍ରାୟ ୨.୫ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ୧୮୧୮ ମସିହାରେ ଚୀନରେ ଆସିଥିବା ବାତ୍ୟା  ପ୍ରାୟ ତିନି ଲକ୍ଷ ଲୋକଙ୍କ ଜୀବନ ନେଇଥିଲା |

ଚଳିତ ବର୍ଷର ଷଷ୍ଠ ବାତ୍ୟା

ବଙ୍ଗୋପସାଗରରୁ ସୃଷ୍ଟ ସାଇକ୍ଲୋଥନ୍ ମିଚୋଙ୍ଗ ହେଉଛି  ଚଳିତ ବର୍ଷର ଷଷ୍ଠ ବାତ୍ୟା । ବିଶ୍ୱ ପାଣିପାଗ ସଂଗଠନର ମାନଦଣ୍ଡ ଅନୁଯାୟୀ ଯେଉଁ ବାତ୍ୟାର ଗତି  ଘଣ୍ଟା ପ୍ରତି 65 କିଲୋମିଟରରୁ ଅଧିକ ତାକୁ ନାମ ଦିଆଯାଇଥାଏ ।ଏହା ପୂର୍ବରୁ, ମେ ମାସରେ ମୋଚା, ଜୁନରେ ବିପର୍ଜୋୟ, ଅକ୍ଟୋବରରେ ତେଜ ଏବଂ ହାମୁନ୍, ନଭେମ୍ବରରେ ମିଥିଲି ଏବଂ ବର୍ତ୍ତମାନ ମିଚୋଙ୍ଗରେ ଆସିଛି ।

ବାରମ୍ବାର ବାତ୍ୟା କାହିଁକି ଆସେ?

ବାତ୍ୟାର ଇତିହାସ ଶହ ଶହ ବର୍ଷ ପୁରୁଣା, କିନ୍ତୁ ନିକଟ ଅତୀତରେ ବାତ୍ୟା  ସଂଖ୍ୟାରେ ବୃଦ୍ଧି ଘଟିଛି। ଏହାର କାରଣ ଗ୍ଲୋବାଲ ୱାର୍ମିଂ ବୋଲି ବିଶ୍ୱାସ କରାଯାଏ । ବିଶ୍ୱ ପାଣିପାଗ ବିଭାଗର ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ୱ ତାପନ ବଢୁଥିବାରୁ ଜଳବାୟୁ ପରିବର୍ତ୍ତନ ହେତୁ ବାତ୍ୟାର  ବାରମ୍ବାରତା ବୃଦ୍ଧି ପାଇଛି। ସେହି ଦୃଷ୍ଟିରୁ, ଆଗାମୀ ବର୍ଷଗୁଡିକରେ ସାଇକ୍ଲୋନ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି |

ଏକ ଘୂର୍ଣ୍ଣିବଳୟ କିପରି ସୃଷ୍ଟି ହୁଏ?

ତାପମାତ୍ରା ସବୁବେଳେ ଗରମ ଅଂଚଳରେ ସୃଷ୍ଟି ହୁଏ,ବଙ୍ଗୋପସାଗରର ସମୁଦ୍ରର ତାପମାତ୍ରା 25 ଡିଗ୍ରୀ ସେଲସିୟସରୁ ଅଧିକ ଥିବାରୁ ଏଠାରେ ସାଇକ୍ଲୋନନ୍ ସୃଷ୍ଟି ହୋଇଥାଏ ।ତେବେଳେ ଗରମ ପବନ ଉପରକୁ ଯାଏ, ଖାଲି ସ୍ଥାନ ପୂରଣ କରିବା ପାଇଁ ଥଣ୍ଡା ପବନ ତଳକୁ ଆସେ, ଯେତେବେଳେ ଏହି ଧାରା ବଢିଥାଏ ସେତେବେଳେ ଧିରେଧିରେ ଏହା ବାତ୍ୟାର ରୂପ ନିଏ । ଯେତେବେଳେ ଏହା ପବନ ସହିତ  ଭୂମି ସହିତ ଧକ୍କା ଖାଏ ସେତେବେଳେ ତୀବ୍ରବେଗରେ ପବନ ବୋହିବା ସହିତ ଭୀଷଣ ବର୍ଷା ହୋଇଥାଏ । ବିଶେଷକଥା ହେଉଛି ଯେ, ଭୂମି ସହିତ ଧକ୍କା ଖାଇବା ପରେ ଏହା ଦୁର୍ବଳ ହୋଇଥାଏ ।

କାହିଁକି ବାତ୍ୟା ଭାରତ ପାଇଁ ବିପଦ ପାଲଟିଛି?

ଅଧିକାଂଶ ବଡ ବାତ୍ୟା  ଭାରତୀୟ ଉପମହାଦେଶ ସହିତ ଧକା ଖାଇଥାଏ ।  ଏହାର ସବୁଠାରୁ ବଡ କାରଣ ହେଉଛି ଭାରତର ଭୌଗୋଳିକ ଅବସ୍ଥାନ । ବାସ୍ତବରେ ଭାରତ ତିନି ପାର୍ଶ୍ୱରେ ସମୁଦ୍ର ଦ୍ୱାରା ଘେରି ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ 7516 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଜନସଂଖ୍ୟା ଦୃଷ୍ଟିରୁ ଦେଶର ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ଭାରତ ମହାସାଗର କିମ୍ବା ଆରବ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ, ଏହା ଭାରତ ପାଇଁ ଏକ ବଡ଼ ବିପଦ ହୋଇଯାଏ। ଏକ ପରିସଂଖ୍ୟାନ ଅନୁସାରେ ଭାରତୀୟ ଉପମହାଦେଶକୁ ଆସିଥିବା ୨୩ଟି  ବଡ଼ ବାତ୍ୟା  ମଧ୍ୟରୁ ପ୍ରାୟ 21 ଟି ଭାରତରେ ଲାଣ୍ଡ୍ ଫାଲ କରିଥିଲା ଓ ବ୍ୟାପକ କ୍ଷତି ଘଟାଇଥିଲା।