Jolly Joseph case:ପ୍ରଥମେ ଶାଶୁ-ଶ୍ୱସୁର,ତା'ପରେ ସ୍ୱାମୀ-ଝିଅଙ୍କୁ ମିଶାଇ 6 ଜଣଙ୍କ ହତ୍ୟା କରିଥିବା ଜଲି ଜୋସେଫ୍ କେମିତି ଧରା ପଡିଲା ?
Advertisement
Article Detail0/zeeodisha/odisha2011238

Jolly Joseph case:ପ୍ରଥମେ ଶାଶୁ-ଶ୍ୱସୁର,ତା'ପରେ ସ୍ୱାମୀ-ଝିଅଙ୍କୁ ମିଶାଇ 6 ଜଣଙ୍କ ହତ୍ୟା କରିଥିବା ଜଲି ଜୋସେଫ୍ କେମିତି ଧରା ପଡିଲା ?

'କରି ଆଣ୍ଡ୍ ସାଇନାଇଡ୍ - ଦି ଜଲି ଜୋସେଫ୍ କେସ୍'ର ଟ୍ରେଲର 13 ଡିସେମ୍ବରରେ ମୁକ୍ତିଲାଭ କରିଛି।  ଏହି ଚଳଚ୍ଚିତ୍ରଟି ଡିସେମ୍ବର 22ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।  କେରଳର କୋଜିକୋଡେରେ ଘଟିଥିବା ଏକ ସତ୍ୟ ଅପରଧା କାହାଣୀ  ଉପରେ ଏହି ଫିଲ୍ମ ଆଧାରିତ। ଏହାର କାହାଣୀ ଏମିତି ଜଣେ ମହିଳାଙ୍କ ଉପରେ ଆଧାରିତ ଯିଏ 14 ବ

SOCIAL MEDIA

Jolly Joseph case:

'କରି ଆଣ୍ଡ୍ ସାଇନାଇଡ୍ - ଦି ଜଲି ଜୋସେଫ୍ କେସ୍'ର ଟ୍ରେଲର 13 ଡିସେମ୍ବରରେ ମୁକ୍ତିଲାଭ କରିଛି।  ଏହି ଚଳଚ୍ଚିତ୍ରଟି ଡିସେମ୍ବର 22ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।  କେରଳର କୋଜିକୋଡେରେ ଘଟିଥିବା ଏକ ସତ୍ୟ ଅପରଧା କାହାଣୀ  ଉପରେ ଏହି ଫିଲ୍ମ ଆଧାରିତ। ଏହାର କାହାଣୀ ଏମିତି ଜଣେ ମହିଳାଙ୍କ ଉପରେ ଆଧାରିତ ଯିଏ 14 ବର୍ଷ ମଧ୍ୟରେ ନିଜ ପରିବାରର 6 ଜଣଙ୍କୁ ସମ୍ପତି ପାଇଁ ହତ୍ୟା କରିଥିଲେ। କିନ୍ତୁ ହତ୍ୟା ଏତେ ଚତୁରତାର ସହିତ କରିଥିଲେ ଯେ, କେହି ତାହାର ଟେର ମଧ୍ୟ ପାଇନଥିଲେ।
ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ କୁଡାଥାଇ ସାଇନାଇଡ୍ କେସ୍ ଉପରେ ଆଧାରିତ, ଯେଉଁ ମାମଲରେ  ଜଣେ  ଲେଡି ପ୍ରଫେସର ନିଜ ଦୁଇ ବର୍ଷର ଝିଅ ସମେତ ତାଙ୍କ ପରିବାରର 6 ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ସମସ୍ତଙ୍କୁ ସାଇନାଇଡ୍ ଦେଇ ହତ୍ୟା କରାଯାଇଥିଲା। ଏହି କାହାଣୀର ମୁଖ୍ୟ ଚରିତ୍ର ହେଉଛି ଜଲି ଜୋସେଫ, ଯିଏ 2002 ରୁ 2016 ମଧ୍ୟରେ 6ଟି ଯୋଜନାବଦ୍ଧ ହତ୍ୟା କରିଥିଲା। ପ୍ଲାନିଂ ଏତେ ପରଫେକ୍ଟ ଥିଲା ଯେ କାହାରି  ସନ୍ଦେହ ଭିତରକୁ ସେ ଆସିନଥିଲେ।
କେବଳ ଦ୍ୱାଦଶ ପାସ୍ ଜୋସେଫ୍ କୋଜିକୋଡେ NIT ରେ ପ୍ରଫେସର ଭାବରେ କାର୍ଯ୍ୟ କରିବାରେ ସଫଳ ହୋଇଥିଲେ। ସମ୍ପତି ଲୋଭରେ  ବିଶ୍ୱାସଘାତକତା କରି ସେ ନିଜ ପରିବାର ସଦସ୍ୟଙ୍କୁ ଜଣକ ପରେ ଜଣେକୁ ହତ୍ୟା କରିବାରେ ଲାଗିଥିଲେ।
ଅଭିଯୋଗ ହୋଇଛି ଯେ ପରିବାରର ସମ୍ପତ୍ତି ଉପରେ ଜାଲିଆତି କରି ନିୟନ୍ତ୍ରଣ ହାସଲ କରିବା ଉଦ୍ଦେଶ୍ୟରେ ଜଲି ଜୋସେଫ ସେମାନଙ୍କୁ ହତ୍ୟା କରିଥିଲେ । ମୃତକମାନଙ୍କ ମଧ୍ୟରେ ତାଙ୍କ ସ୍ୱାମୀ ରୟ ଥୋମାସ୍, ଶାଶୁ ଅନ୍ନାମା ଥୋମାସ୍, ଶ୍ୱଶୁର ଟମ୍ ଥୋମାସ୍, ଅନାମାଙ୍କ ଭାଇ ମାଥ୍ୟୁ ମଞ୍ଚାଡିୟିଲ୍, ଜଲିଙ୍କ ଦ୍ୱିତୀୟ ସ୍ୱାମୀ ଶାଜୁଙ୍କ ପ୍ରଥମ ପତ୍ନୀ ସିଲି ଏବଂ ସେମାନଙ୍କ ଝିଅ ଆଲଫାଇନ୍ ସାମିଲ ଥିଲେ। । ସମସ୍ତଙ୍କୁ ସେ ସାଇନାଇଡ୍ ଦେଇ ହତ୍ୟା କରିଥିଲେ।
ଏହି ଘଟଣା ସାମ୍ନାକୁ ସେତେବେଳେ ଆସିଥିଲା  ଯେତେବେଳେ ତାଙ୍କ ଦିଅର  ରୋଜୋ ଥୋମାସ 2019 ରେ ପୋଲିସ ନିକଟରେ ସବୁ ମୃତ୍ୟୁର ତଦନ୍ତ କରିବାକୁ ଅଭିଯୋଗ କରିଥିଲେ। ସେ ସବୁ ହତ୍ୟା ପଛର ଭାଉଜଙ୍କ ହାତ ଥିବା ସନ୍ଦେହ କରି ପୋଲିସରେ ଅଭିଯୋଗ କରିଥିଲେ।  କୋଜିକୋଡେ ଗ୍ରାମୀଣ ଏସପି କେଜି ସାଇମନ୍ ଙ୍କ ନିର୍ଦ୍ଦେଶରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ମୃତ୍ୟୁ ପଛରେ ଅସଙ୍ଗତି ଥିବା ଜଣା ପଡିଥିଲା । ପୋଲିସ ସବୁ ମୃତକଙ୍କ  କବର ଖୋଳି ପୁନଃ ପୋଷ୍ଟମର୍ଟମ କରିଥିଲା। ।
ପୋଷ୍ଟମର୍ଟମରୁ  ମୃତ୍ୟୁ ସବୁ  ସ୍ୱାଭାବିକ ନୁହେଁ ବୋଲି ଜଣା ପଡିଥିଲା। ବିସ୍ତୃତ ଅନୁସନ୍ଧାନ ପରେ 2019 ରେ ଜଲି ଜୋସେଫଙ୍କୁ ଗିରଫ କରାଯାଇଥିଲା। ଜଲିଙ୍କୁ ପଚରାଉଚରା ବେଳେ ଜଣାପଡିଥିଲା ଯେ ତାଙ୍କୁ ତାଙ୍କ ସମ୍ପର୍କୀୟ ଏମ। ମାଥ୍ୟୁ ସାଇନାଇଡ୍ ଯୋଗାଇ ଦେଉଥିଲେ।  ଜଣେ ବଣିଆ  ପ୍ରଜିକ କୁମାରଠାରୁ  ମାଥ୍ୟୁ ସାଇନାଇଡ୍ ଆଣି  ଜଲିଙ୍କୁ ଯୋଗାଉଥିଲେ।
ବଡ଼ କଥା ହେଉଛି ଜଲି ଜୋସେଫ ତାଙ୍କ ପ୍ରଭାବ ବିସ୍ତାର କରି ଜଣକୁ ଛାଡି ବାକି କୌଣସି ମୃତକଙ୍କ ପୋଷ୍ଟମର୍ଟମ କରିବାକୁ ଦେଇନଥିଲେ। କେବଳ ରୟ ଥୋମାସଙ୍କ ପୋଷ୍ଟମର୍ଟମ ହୋଇଥିଲା, ଯାହା ପରେ ତାଙ୍କ ଉପରେ ସନ୍ଦେହ ବଢିଥିଲା।  ଜଲିଙ୍କ ପ୍ଲନିଂ ଏତେ ଫୁଲପ୍ରୁଫ୍ ଥିଲା ଯେ, ହତ୍ୟାର ପାଖାପାଖି 16 ବର୍ଷ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଚକମା ଦେବାରେ ସଫଳ ହୋଇଥିଲେ।