Puri: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ପଡିଲା ମହଙ୍ଗା; ଗିରଫ ହେଲେ ୟୁଟୁବର, ଜାଣନ୍ତୁ ପୂରା ମାମଲା
Advertisement

Puri: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ପଡିଲା ମହଙ୍ଗା; ଗିରଫ ହେଲେ ୟୁଟୁବର, ଜାଣନ୍ତୁ ପୂରା ମାମଲା

Puri Drone Case: ଅଭିଯୁକ୍ତ ଅନିମେଶ ୟୁନିଫାଏଡ ନାମକ ନିଜ ୟୁଟୁବ ଚ୍ୟାନେଲରେ ଶ୍ରୀମନ୍ଦିର ଡ୍ରୋନ୍ ଭିଜୁଆଲ୍ ଅପଲୋଡ଼ କରିଥିଲା ଏବଂ ତାକୁ ଯୋଗାଯୋଗ କଲେ ସେ ଗୋଟିଏ ଗୋଟିଏ ଏଙ୍ଗେଲର ଫୁଟେଜ ପିଛା କୋଡିଏ ହଜାର ଦାବି କରିଥିଲେ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବା ସହ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ସୌ: ସୋସିଆଲ ମିଡିଆ

Puri Drone Case: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ୍ ଉଡିବା ମାମଲାରେ ନୂଆ ମୋଡ଼ ଆସିଛି । ଡ୍ରୋନ୍ ଉଡ଼ାଇଥିବା ଅଭିଯୁକ୍ତ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀଙ୍କୁ ଶେଷରେ ଗିରଫ କରାଯାଇଛି । ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ କଲିକତାରୁ ଗିରଫ କରଯାଇଛି । ଡ୍ରୋନ୍ ଉଡାଇବା ନେଇ ପ୍ରଥମେ ଓଡି଼ଶା ପୋଲିସକୁ ସ୍ୱତନ୍ତ୍ର ଧନ୍ୟବାଦ ଦେଇଥିବା ଅନିମେଶ୍ ପରେ ଡ୍ରୋନ୍ ଉଡାଇଥିବାରୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ସିଟି ଡିଏସପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ଵାର ଥାନାରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା । ଅଭିଯୁକ୍ତଙ୍କ ଗିରଫ ନେଇ ସାମାଜିକ ଗଣମାଧ୍ୟମରେ ଟ୍ୱିଟ୍ କରି ଏସପି ବିଶାଲ୍ ସିଂହ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ଭିଜୁଆଲ୍ ଭାଇରାଲ କରିବା ପ୍ରସଙ୍ଗରେ ଡିଏସ୍ପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ଅଭିଯୁକ୍ତ ଅନିମେଶ ଚୌଧୁରୀ ପଶ୍ଚିମବଙ୍ଗର ଗୁମାର ଅଧିବାସୀ ହୋଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ପକ୍ଷରୁ ସିଆରପିସି ୧୬୦ ଅଧୀନରେ ନୋଟିସ ଦିଆଯାଇଥିଲା ।ନୋଟିସ ଅନୁଯାୟୀ ଜେରା ପାଇଁ ସିଂହଦ୍ଵାର ଥାନାରେ ଅନିମେଶକୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଘଟଣାର ସରଜମିନ ତଦନ୍ତ ପାଇଁ ତିନିଜଣ ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇଥିଲା । ଯାହାର ନେତୃତ୍ବ ପୁରୀ ସିଟି ଡ଼ିଏସପି ଙ୍କୁ ଦିଆଯାଇଥିଲା ।

fallback

ତେବେ ଅଭିଯୁକ୍ତ ଅନିମେଶ ନିଜ ୟୁଟୁବ ଚ୍ୟାନେଲରେ ଏହି ଘଟଣାକୁ ନେଇ କ୍ଷମା ମଧ୍ୟ ମାଗିସାରିଛନ୍ତି । ଅଭିଯୁକ୍ତ ଅନିମେଶ ୟୁନିଫାଏଡ ନାମକ ନିଜ ୟୁଟୁବ ଚ୍ୟାନେଲରେ ଶ୍ରୀମନ୍ଦିର ଡ୍ରୋନ୍ ଭିଜୁଆଲ୍ ଅପଲୋଡ଼ କରିଥିଲା ଏବଂ ତାକୁ ଯୋଗାଯୋଗ କଲେ ସେ ଗୋଟିଏ ଗୋଟିଏ ଏଙ୍ଗେଲର ଫୁଟେଜ ପିଛା କୋଡିଏ ହଜାର ଦାବି କରିଥିଲେ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବା ସହ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହା ବି ପଢ଼ନ୍ତୁ: Sonu sood: ଏୟାରପୋର୍ଟରେ ଟଳି ପଡିଲେ ଯୁବକ, କିଛି ଏପରି କରି ଜୀବନ ବଞ୍ଚାଇଲେ ସୋନୁ ସୁଦ

ଏହା ବି ପଢ଼ନ୍ତୁ: OSSC recruitment 2023: ରାଜ୍ୟର ମେଡିକାଲ ଇଣ୍ଡଷ୍ଟ୍ରିରେ ହେଉଛି ବମ୍ଫର ଭର୍ତ୍ତି, +୨ ପାସ୍ କରିଥିଲେ କରନ୍ତୁ ଆବେଦନ