Odisha Crime News: ତୁ ମୋର ନୁହେଁ ତ କାହାର ନୁହେଁ! ଏକତରଫା ପ୍ରେମରୁ ନାବାଳିକାକୁ ହତ୍ୟା
Advertisement

Odisha Crime News: ତୁ ମୋର ନୁହେଁ ତ କାହାର ନୁହେଁ! ଏକତରଫା ପ୍ରେମରୁ ନାବାଳିକାକୁ ହତ୍ୟା

Odisha Crime News In Odia: ଏକତରଫା ପ୍ରେମର କରୁଣ ପରିଣତି ! ନାବାଳିକା ପ୍ରେମିକା ପ୍ରେମ କଲାନି ବୋଲି ଜୀବନ ନେଇଗଲା ପ୍ରେମିକ । ପ୍ରେମିକାର ଘରେ ପଶି କଲା ହତ୍ୟା । ଅଭିଯୁକ୍ତ ପ୍ରେମିକକୁ କାବୁ କରିବାକୁ ଚେଷ୍ଟା କରିଥିଲେ ନାବାଳିକାଙ୍କ ଘର ଲୋକେ । କିନ୍ତୁ ସେ ଘର ଲୋକଙ୍କୁ ଧକ୍କା ମାରି ଚାଲିଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଚଳାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Crime News In Odia: ପ୍ରେମ (Love) କଲାନି ବୋଲି ନାବାଳିକା ପ୍ରେମିକାକୁ ହତ୍ୟା କଲା ପ୍ରେମିକ ପ୍ରବର (Youth kills minor girl) । ତାହା ପୁଣି ପ୍ରେମିକାର ଘରେ ପଶି । ଦେଖିଲାନି ବୟସ ତାରତମ୍ୟ । ନିଜ ଠାରୁ ବହୁତ୍ କମ ବୟସର ଝିଅକୁ ମନେ ଦେଇ ଭଲ ପାଉଥିଲା । ଆଉ ବିବାହ କରି ଘରକୁ ଆଣି ରାଣୀ କରି ରଖିବ ବୋଲି ସ୍ବପ୍ନ ଦେଖିଥିଲା ହତାଶିଆ ପ୍ରେମିକ। କିନ୍ତୁ ନାବାଳିକା ପ୍ରେମିକା ବୁଝିଲାନି ପ୍ରେମିକର ମନକଥା । ଗ୍ରହଣ କଲାନି ପ୍ରେମ ନିବେଦନ । ଶେଷରେ ପ୍ରମିକାର ଜୀବନ ନେବାକୁ ପଛାଇଲାନି ସ୍ବାର୍ଥପର ପ୍ରମିକ (Youth kills minor girl by slitting throat)। ପ୍ରେମିକାର ଘରେ ପଶି ତାର ତଣ୍ଟି କାଟିଲା । ଆଉ ପୋଲିସ୍ ଆଖିରେ ଧୂଳି ଦେଇ ଫେରାର ହୋଇଗଲା। ଏଭଳି ଏକ ଘଟଣା ଘଟିଛି  ଅନୁଗୁଳ ଜିଲ୍ଲାର ସଦର ଥାନା କୁଇଓ ଗାଁରେ । ଗୁରୁତର ଅବସ୍ଥାରେ ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଚଳାଇଛି । 

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ସଦର ଥାନା କୁଇଓ ଗାଁରେ ଉକ୍ତ ନାବାଳିଙ୍କ ପରିବାର । ୧୨ ବର୍ଷିୟ ନାବାଳିକାଙ୍କୁ ଦିର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିବା ନେଇ ଅଭିଯୋଗ ହୋଇଛି । ଏ-ନେଇ ନାବାଳିକାଙ୍କୁ ଦିର୍ଘ ଦିନ ତଳେ ଯୁବକ ଜଣକ ପ୍ରେମ ନିବେଦନ କରିଥିଲେ। କିନ୍ତୁ ନାବାଳିକା ତାହାକୁ ପ୍ରତ୍ୟାଖାନ କରି ଦେଇଥିଲେ । ଏପରିକି ବହୁବାର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ ହତାଶିଆ ପ୍ରେମିକ ପ୍ରବର । ନାବାଳିକା ପ୍ରେମିକା ଠାରୁ ପାଇଥିବା ଅପମାନକୁ ସୁଝାଇବା ପାଇଁ ମନସ୍ତ କରିଥିଲା ପ୍ରେମିକ । ଏ-ନେଇ ଆଜି ନାବାଳିକା ଜଣକ ନିଜ ମାଆଙ୍କ ସହ ଘରେ ଥିବା ସମୟରେ ପହଞ୍ଚିଥିଲା ପ୍ରେମିକ । ଏବଂ ଆଣିଥିବା ଛୁରୀରେ ପ୍ରେମିକାର ତଣ୍ଟି କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Also Read: Archana Nag Case: ଆଜି କୋର୍ଟକୁ ଆସିବେ, ନଚେତ୍ ଫସିବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

Also Read: Kerala Boat Tragedy: ନଦୀ ମଝିରେ ଓଲଟିଲା ଡଙ୍ଗା, ୨୨ ମୃତ ,ଏବେବି ଉଦ୍ଧାର କାର୍ଯ୍ୟ ଜାରି

ଅଭିଯୁକ୍ତ ପ୍ରେମିକକୁ କାବୁ କରିବାକୁ ଚେଷ୍ଟା କରିଥିଲେ ନାବାଳିକାଙ୍କ ଘର ଲୋକେ । କିନ୍ତୁ ସେ ଘର ଲୋକଙ୍କୁ ଧକ୍କା ମାରି ଚାଲିଯାଇଥିଲା । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ  ଏକତରଫା ପ୍ରେମକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଚଳାଇଛି । ଏବଂ ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ୍ କହିଛି । 

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା  ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳରେ ।  ପ୍ରେମିକାକୁ ହତ୍ୟା କରି ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲା ଅଭିଯୁକ୍ତ ପ୍ରେମିକ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଉଭୟେ ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। ଯୁବକ ଜଣକ ବହୁ ଦିନ ଧରି ସୁରଟକୁ କାମ କରିବା ପାଇଁ ଚାଲିଯାଇଥିଲା।କିଛି ଦିନ ପରେ ଫେରିବା ପରେ ପ୍ରେମିକା ତାଙ୍କୁ ଅଣଦେଖା କରିଥିଲେ। ଅନ୍ୟ କାହା ସହ ପ୍ରେମିକାଙ୍କ ସଂପର୍କ ଥିବା ସନ୍ଦେହ କରି ଘରୁ ଡାକି ନେଇ ତଣ୍ଟି ଚିପି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ। ମୃତକଙ୍କ ବାପାଙ୍କ ବୟାନ, ଅନୁସାରେ ଅଭିଯୁକ୍ତକୁ ଜେରା କରିବାରୁ ସେ ସତ ମାନିଥିଲା।