WB Police: ଦୁଷ୍କର୍ମ ଅଭିଯୁକ୍ତ ଥିବା ୨ BSF ଯବାନ ଦେଶର ସୀମା ପାର କରିବା ପାଇଁ ପ୍ରୟାସ କରିବା ବେଳେ ଧରିଲା ପୋଲିସ
Advertisement
Article Detail0/zeeodisha/odisha1322469

WB Police: ଦୁଷ୍କର୍ମ ଅଭିଯୁକ୍ତ ଥିବା ୨ BSF ଯବାନ ଦେଶର ସୀମା ପାର କରିବା ପାଇଁ ପ୍ରୟାସ କରିବା ବେଳେ ଧରିଲା ପୋଲିସ

BSF personnel arrested: ଅଭିଯୋଗ ଅନୁଯାୟୀ ଗୁରୁବାର ଦିନ ରାତିରେ ମହିଳା ଜଣକ ବଶିରହାଟରୁ ଫେରିବା ସମୟରେ ତାଙ୍କୁ ବାଟରେ ଅଟକା ଯାଇଥିଲେ ଓ ଦୁଇଜଣ ପୁରୁଷ ତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣାର ପରଦିନ ସେ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। 

ସୌ: ସୋସିଆଲ ମିଡିଆ

BSF personnel accused of RAPE: ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ (West Bengal police) ଶନିବାର ଦିନ ଦୁଇଜଣ ବିଏସଏଫ (BSF) କର୍ମଚାରୀଙ୍କୁ ଗିରଫ କରିଛି । ଭାରତ-ବାଂଲାଦେଶ ସୀମା ପୋଷ୍ଟରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଉଭୟ ଯବାନ ବିଏସଏଫର 68 ବାଟାଲିୟନର ଅଂଶ ଅଟନ୍ତି । ଅଭିଯୁକ୍ତ ସହକାରୀ ସବ୍-ଇନ୍ସପେକ୍ଟର ଏସପି ଚେରୋ ଓ ଜୱାନ ଅଲତାଫ ହୁସେନ୍‌ଙ୍କୁ ବାଗଡାର ବାଜିତପୁରରେ ପୋଷ୍ଟ କରାଯାଇଥିଲା ।

ଅଭିଯୋଗ ଅନୁଯାୟୀ ଗୁରୁବାର ଦିନ ରାତିରେ ମହିଳା ଜଣକ ବଶିରହାଟରୁ ଫେରିବା ସମୟରେ ତାଙ୍କୁ ବାଟରେ ଅଟକା ଯାଇଥିଲେ ଓ ଦୁଇଜଣ ପୁରୁଷ ତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣାର ପରଦିନ ସେ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ ଓ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ବିଏସଏଫ ନିକଟକୁ ଯାଇଥିଲା ।

ଘଟଣାର ସବିଶେଷ ତଥ୍ୟ ଦେଇ ଏସପି ତରୁଣ ଦାସ କହିଛନ୍ତି ଯେ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନିକଟସ୍ଥ କ୍ଷେତକୁ ନିଆଯାଇଥିଲା ଓ ପରେ ଦୁଇ ଜଣ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ।

ଆପଣଙ୍କୁ କହିରଖୁଛୁ ଯେ ବିଏସଏଫ ବିରୋଧରେ ଏଭଳି ଅଭିଯୋଗ ହେବା ପ୍ରଥମ ଘଟଣା ନୁହେଁ । ସୀମାନ୍ତବର୍ତ୍ତୀ ଗାଁର ଲୋକମାନେ ପ୍ରାୟତଃ ବିଏସଏଫ ବିରୋଧରେ ଶ୍ରମିକମାନଙ୍କୁ ଅସଦାଚରଣ, ନିର୍ଯାତନା ଓ ବଳାତ୍କାର ଅଭିଯୋଗ କରିଥାନ୍ତି ।

ଏହି ସମୟରେ ବିଏସଏଫ ପକ୍ଷରୁ ଏକ ବୟାନ ଜାରି କରାଯାଇ କୁହାଯାଇଛି ଯେ ଏହି ଘଟଣାରେ ଏହି ଦୁଇ ଜଣ ସମ୍ପୃକ୍ତ ଥାଇପାରନ୍ତି ବୋଲି ସୂଚନା ପାଇଛୁ, ଏହା ପରେ ସେମାନଙ୍କୁ ତୁରନ୍ତ ନିଲମ୍ବିତ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି । ଅଧିକାରୀ କହିଛନ୍ତି ଯେ ବିଏସ୍ଏଫ୍ ଏକ ଶୃଙ୍ଖଳିତ ସୁରକ୍ଷା ବଳ ଓ ଏହା ମହିଳାଙ୍କ ସୁରକ୍ଷା ପାଇଁ ସବୁକିଛି କରିବ । ଏକ ସୂଚନାରେ କୁହାଯାଇଛି ଯେ ମହିଳା ଜଣକ ଆଉଟପୋଷ୍ଟ ନିକଟରେ ବେଆଇନ ଭାବେ ପ୍ରବେଶ କରୁଥିଲେ ।

ଏଥି ସହିତ ଟିଏମସି ଦ୍ୱାରା ଏହି ଘଟଣାକୁ ରାଜନୈତିକ ରୂପ ଦେବା ପାଇଁ ମଧ୍ୟ ଉଦ୍ୟମ କରାଯାଇଛି । ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ଟିଏମସି ଟ୍ୱିଟ୍ କରି କହିଛନ୍ତି ଯେ @BJP4India ର ଭୁଲ ବୁଝାମଣା ଅଧୀନରେ ଆମ ଦେଶ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି! ଶ୍ରୀ @AmitShah, ​​ଆପଣଙ୍କ ଅଧୀନରେ ଜଣେ ବିଏସ୍ଏଫ୍ ଅଧିକାରୀ ଓ ଯବାନ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି; ଯଦି ସେ ସ୍ୱର ଉତ୍ତୋଳନ କରନ୍ତି ତେବେ ଏହା ପରିଣାମର ସମ୍ମୁଖୀନ ହେବାକୁ ଧମକ ଦିଆଯାଇଛି । ବାସ୍ତବରେ "ଆତ୍ମନିର୍ଭର ଭାରତ" ର ଏହା ଏକ ଉଜ୍ଜ୍ୱଳ ଉଦାହରଣ!

ଏହା ବି ପଢ଼ନ୍ତୁ: Sonali Phogat Death: 'ସୋନାଲି ଫୋଗାଟ ମୃତ୍ୟୁ ମାମଲାକୁ ରଫାଦଫା କରିବାକୁ ଚାହୁଁଛି ପୋଲିସ'

ଏହା ବି ପଢ଼ନ୍ତୁ: ବାବରଙ୍କୁ ବିବାହ କରିବାକୁ ପରାମର୍ଶ ଦେଲେ ରୋହିତ, ପାକିସ୍ତାନ ଅଧିନାୟକ ଦେଲେ ଏହି ଜବାବ: Video