Pornographic Films: ଆପଣ ଅଶ୍ଲିଳ ମୁଭି ଦେଖୁଛନ୍ତି କି? ଆପଣଙ୍କ ବିରୋଧରେ NCRB ନେଇପାରେ ବଡ଼ ପଦକ୍ଷେପ, ଜାଣନ୍ତୁ କଣ ରହିଛି ନିୟମ
Advertisement
Article Detail0/zeeodisha/odisha1491093

Pornographic Films: ଆପଣ ଅଶ୍ଲିଳ ମୁଭି ଦେଖୁଛନ୍ତି କି? ଆପଣଙ୍କ ବିରୋଧରେ NCRB ନେଇପାରେ ବଡ଼ ପଦକ୍ଷେପ, ଜାଣନ୍ତୁ କଣ ରହିଛି ନିୟମ

ବାଡ଼ମେର ପୋଲିସ ଅଧିକ୍ଷକ ଦୀପକ ଭାର୍ଗବ କହିଛନ୍ତି କି କୋତଓ୍ୱାଲୀ ପୋଲିସ ସହରର ଇନ୍ଦିରା କଲୋନୀ ନିବାସୀ ଭଓ୍ୱଁରଲାଲଙ୍କୁ ଗିରଫ କରାଯାଇଛି। ପୋଲିସ କହିବା ମୁତାବକ ଜାତୀୟର ଅପରାଧ ରେକର୍ଡ ବ୍ୟୁରୋ ରାଜସ୍ଥାନ ଏଟିଏସକୁ ଚିଠି ମାଧ୍ୟମରେ ଓ ସିଡ଼ି ପ୍ରସ୍ତୁତ କରି ପ୍ରମାଣ ପଠାଇଥିଲା। ଚିଠିରେ ଉଲ୍ଲେଖ କରାଯାଇଥିଲା କି ରାଜସ୍ଥାନ ବାଡ଼ମେରରେ ରହୁଥିବା ଇନ୍ଦିରା କଲୋନୀର ନିବାସୀ ଭଓ୍ୱଂରଲାଲ ଲଗାତାର ଭାବେ ଗୁଗଲ ଓ ସୋସିଆଲ ମିଡ଼ିଆରେ ଛୋଟ ପିଲାଙ୍କ ସହିତ ଜଡ଼ିତ ଅଶ୍ଳିଳ ଭିଡ଼ିଓ ଖୋଜୁଛନ୍ତି ଓ ଦେଖୁଛନ୍ତି ମଧ୍ୟ।

 

 Pornographic Films: ଆପଣ ଅଶ୍ଲିଳ ମୁଭି ଦେଖୁଛନ୍ତି କି? ଆପଣଙ୍କ ବିରୋଧରେ NCRB ନେଇପାରେ ବଡ଼ ପଦକ୍ଷେପ, ଜାଣନ୍ତୁ କଣ ରହିଛି ନିୟମ

Pornographic Films: ନୂଆଦିଲ୍ଲୀ: ଗୁଗୁଲ (Google) କିମ୍ବା ସୋସିଆଲ ମିଡ଼ିଆରେ (Social Media) ପିଲାଙ୍କ ସହିତ ଜଡ଼ିତ କିଛି ଅଶ୍ଲିଳ ଭିଡ଼ିଓ (Pornographic Films) ଦେଖୁଛନ୍ତି କି? ତେବେ ସାବଧାନ ହୋଇ ଯାଆନ୍ତୁ। କାରଣ ଆପଣଙ୍କୁ ଜେଲ ହେବାର ସମ୍ଭାବନା ଅଧିକ ରହିଛି। ଏଭଳି ଏକ ମାମଲା ପଶ୍ଚିମ ରାଜସ୍ଥାନର (Rajsthan) ବାଡ଼ମେର (Barmer) ଜିଲ୍ଲାରୁ ଆସିଛି। ଏଠାରେ କୋତଓ୍ୱାଲୀ ପୋଲିସ ଗୁଗୁଲ (Google) ଓ ସୋସିଆଲ ମିଡ଼ିଆରେ (Social Media) ପିଲାଙ୍କ ଉପରେ ଦେଖୁଥିବା ଅଶ୍ଳିଳ ଭିଡ଼ିଓ ଦେଖୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତରଫରୁ ହୋଇଥିବା ନିର୍ଦ୍ଦେଶ ମୁତାବକ ବାଡ଼ମେର (Barmer Police) ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

ବାଡ଼ମେର ପୋଲିସ ଅଧିକ୍ଷକ ଦୀପକ ଭାର୍ଗବ କହିଛନ୍ତି କି କୋତଓ୍ୱାଲୀ ପୋଲିସ ସହରର ଇନ୍ଦିରା କଲୋନୀ ନିବାସୀ ଭଓ୍ୱଁରଲାଲଙ୍କୁ ଗିରଫ କରାଯାଇଛି। ପୋଲିସ କହିବା ମୁତାବକ ଜାତୀୟର ଅପରାଧ ରେକର୍ଡ ବ୍ୟୁରୋ ରାଜସ୍ଥାନ ଏଟିଏସକୁ ଚିଠି ମାଧ୍ୟମରେ ଓ ସିଡ଼ି ପ୍ରସ୍ତୁତ କରି ପ୍ରମାଣ ପଠାଇଥିଲା। ଚିଠିରେ ଉଲ୍ଲେଖ କରାଯାଇଥିଲା କି ରାଜସ୍ଥାନ ବାଡ଼ମେରରେ ରହୁଥିବା ଇନ୍ଦିରା କଲୋନୀର ନିବାସୀ ଭଓ୍ୱଂରଲାଲ ଲଗାତାର ଭାବେ ଗୁଗଲ ଓ ସୋସିଆଲ ମିଡ଼ିଆରେ ଛୋଟ ପିଲାଙ୍କ ସହିତ ଜଡ଼ିତ ଅଶ୍ଳିଳ ଭିଡ଼ିଓ ଖୋଜୁଛନ୍ତି ଓ ଦେଖୁଛନ୍ତି ମଧ୍ୟ। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ନିଜ ଚିଠିରେ ଆହୁରି ମଧ୍ୟ କହିଥିଲେ କି ଏହା କରିବା କିମ୍ବା ଦେଖିବା ଅପରାଧ ବର୍ଗରେ ଆସୁଛି। ଏହାକୁ ଆଧାର କରି ଭଓ୍ୱଂରଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। 

ଏହା ପରେ ଏଟିଏସ ବାଡମେର ପୋଲିସ ଅଧିକ୍ଷକ ଦୀପକ ଭାର୍ଗଭଙ୍କୁ ପତ୍ର ଲେଖି ଏନେଇ ସୂଚନା ପ୍ରଦାନ କରିଥିଲେ। ଏହା ସହିତ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଟିଏସର ଚିଠି ପାଇବା ପରେ ପୋଲିସ ଅଧିକ୍ଷକ କୋତଓ୍ୱାଲୀ ପୋଲିସକୁ ଭଓ୍ୱଂରଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କୋତଓ୍ୱାଲୀ ପୋଲିସ ଭଓ୍ୱଂରଲାଲ ବିରୋଧରେ ଆଇଟି ଆକ୍ଟ ୬୭,୬୭-କ,୬୭-ବି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏବେ ଭଓ୍ୱରଲାଲ କୋର୍ଟରେ ହାଜର କରାଯିବ। ପୋଲିସ କହିବା ଅନୁଯାୟୀ ମୋବାଇଲରେ ଅଶ୍ଳିଲ ଭିଡ଼ିଓ, ଫଟୋ ଓ କଣ୍ଟେଣ୍ଟ ଦେଖୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଏନସିଆରବିର ଟିମ ନଜର ରଖିଛି। ପୋଲିସ ମଧ୍ୟ ସଫ୍ଟଓ୍ୱେୟାର ମାଧ୍ୟମରେ ଏଭଳି କରୁଥିବା ଲୋକଙ୍କ ଉପରେ ନଜର ରଖିଛି। 

ତେବେ ସବୁଠାରୁ ବଡ଼ କଥା ହେଉଛି କି ରାଜସ୍ଥାନର ପିଲାମାନଙ୍କ ଉତ୍ପିଡ଼ନ ସହିତ ଜଡ଼ିତ ଏକାଧିକ ଅପରାଧିକ ମାମଲା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ଧରାପଡ଼ିଲେ ଅଭିଯୁକ୍ତଙ୍କ ଜବ ରେକର୍ଡକୁ ତର୍ଜମା କରାଯିବ। ଅଭିଯୁକ୍ତଙ୍କ ମୋବାଇଲକୁ ମଧ୍ୟ ତର୍ଜମା କରାଯିବ। ଏହି ସମୟରେ ଯଦି ମୋବାଇଲରୁ ଅଶ୍ଳିଳ ସିନେମାର ସର୍ଚ୍ଚ କରିବା, ଡାଉନଲୋଡ଼ କରିବା ଓ ସେଗୁଡ଼ିକୁ ଦେଖିବାର କୌଣସି ତଥ୍ୟ ମିଳେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ମୋବାଇଲ, ଲ୍ୟାପଟପ ପ୍ରମୁଖକୁ ଜବତ ମଧ୍ୟ କରାଯିବ। 

Also Read: Jharkhand News: ଲୋମଟାଙ୍କୁରା: ସ୍ତ୍ରୀକୁ ମାରିଲା ସ୍ୱାମୀ, ଖଣ୍ଡ ଖଣ୍ଡ କରିଦେଲେ ପରିବାର