Wedding Ceremony: ଭୁଲ ହାତରେ ପଡ଼ିଲା ବିବାହ ଉପହାର, ଘର ଲୋକଙ୍କ ଉପରେ କାର ଚଢ଼ାଇଦେଲା ବର
Advertisement
Article Detail0/zeeodisha/odisha1423465

Wedding Ceremony: ଭୁଲ ହାତରେ ପଡ଼ିଲା ବିବାହ ଉପହାର, ଘର ଲୋକଙ୍କ ଉପରେ କାର ଚଢ଼ାଇଦେଲା ବର

Accident in Wedding Ceremony: ନ୍ୟା ଘରୁ ଆସିଥିବା କାର ତଳେ ଚାପି ହୋଇ ଜୀବନ ହରାଇଲେ ବରର ମାଉସୀ। ଏଥିରେ ଅନ୍ୟ ଚାରି ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଅରୁଣ ଗାଡି ଚଳାଇବାକୁ ଜାଣିନାହାନ୍ତି, ତଥାପି ସେ ଟେଷ୍ଟ ଡ୍ରାଇଭ କରିଥିଲେ।

 Wedding Ceremony: ଭୁଲ ହାତରେ ପଡ଼ିଲା ବିବାହ ଉପହାର, ଘର ଲୋକଙ୍କ ଉପରେ କାର ଚଢ଼ାଇଦେଲା ବର

Accident in Wedding Ceremony, ଲକ୍ଷ୍ନୌ: ଭୁଲ ହାତରେ ପଡିଲା ବିବାହରେ ମିଳିଥିଲା ଉପହାର। ନିଦ ପରିବାର ଲୋକଙ୍କ ଉପରେ ହିଁ କାର ଚଢାଇ ଦେଲା ବର। ଦୁର୍ଘଟଣାରେ ବରର ମାଉସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଗତ ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ଅକବରପୁର ଗ୍ରାମରେ ଘଟିଛି। ଅଭିଯୁକ୍ତ ବରକୁ ପୋଲିସ ହେପାଜତକୁ ନେଇଛି।

ଘରେ ବିବାହର ମାହୋଲ, ଜମିଛି ଭୋଜି ଭାତର ଆସର, ମଉଜ ମସ୍ତିରେ ବୁଡିଛନ୍ତି ସାଙ୍ଗସାଥୀ, ସମ୍ପର୍କୀୟ ଓ ପରିବାର। ଠିକ୍ ଏତିକି ବେଳେ ଘଟିଗଲା ଏକ ଅଘଟଣ। କନ୍ୟା ଘରୁ ଆସିଥିବା କାର ତଳେ ଚାପି ହୋଇ ଜୀବନ ହରାଇଲେ ବରର ମାଉସୀ। ଏଥିରେ ଅନ୍ୟ ଚାରି ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତେବେ କାରକୁ ଆଉ କେହି ନୁହଁ, ନିଜେ ବର ହିଁ ଚଲାଉଥିଲେ। ଏହି ଦୁର୍ଘଟଣା ପରେ ବିହାର ଉତ୍ସବ ଉପରେ ଛାଇଗଲା ଶୋକର କଳାବାଦଲ। ଶେଷରେ ଅଭିଯୁକ୍ତ ବରକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

Also Read: Ganjam village: ଘରେ ତାଲା ଠୁଙ୍କି ପଳାଇଲେ ୨୦୦ ପରିବାର, ଗାଁ ଜଗିଛନ୍ତି ମାତ୍ର ୧୦ ବୃଦ୍ଧ

ସୂଚନାନୁସାରେ, ଗତ ମଙ୍ଗଳବାର ରାତିରେ ଇଟାୱା ଜିଲ୍ଲାର ଅକବରପୁର ଗ୍ରାମରେ ବିବାହ ଉତ୍ସବ ଚାଲିଥିଲା। ୨୪ ବର୍ଷିୟ ଅରୁଣ କୁମାରଙ୍କ ସହ ଆଉରୈଲିୟାର ଜଣେ ଯୁବତୀଙ୍କ ବିବାହ ହୋଇଥିଲା। ତିଲକ ସମାରୋହ ବେଳେ ବରକୁ କନ୍ୟା ପରିବାର ପକ୍ଷରୁ ଉପହାର ସଦୃଶ ଗୋଟିଏ କାର ଦିଆଯାଇଥିଲା। ଅରୁଣ ଗାଡି ଚଳାଇବାକୁ ଜାଣିନାହାନ୍ତି, ତଥାପି ସେ ଟେଷ୍ଟ ଡ୍ରାଇଭ କରିଥିଲେ। ଏହି ସମୟରେ ସେ ନିୟନ୍ତ୍ରଣ ହରାଇ ସାମନାରେ ଥିବା ତାଙ୍କ ପରିବାର ଉପରେ ଗାଡି ଚଢାଇ ଦେଇଥିଲେ। ଦୁର୍ଘଟଣାରେ ତାଙ୍କ ମାଉସୀ ସାରଳା ଦେବୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ୧୦ ବର୍ଷିୟ ବାଳକ ସହ ଚାରିଜଣ ଆହତ ହୋଇଛନ୍ତି।

ଅଭିଯୁକ୍ତ ଅରୁଣ, ଉତ୍ତର ପ୍ରଦେଶ ପୋଲିସର Provincial Arms Constabulary (PAC) ଯବାନ। ଫତେପୁର ଜିଲ୍ଲାରେ ତାଙ୍କର ନିଯୁକ୍ତି ହୋଇଛି। ଏକଡିଲ ଥାନା କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଛି। ଥାନାଧିକାରୀ ରଣବିଜୟ ସିଂହ କହିଛନ୍ତି ଯେ, ଅଭିଯୋଗକୁ ଆଧାର କରି PAC ଯବାନ ଅରୁଣଙ୍କୁ ଗିରଫ କରାଯାଇଛି। ବେପରୁଆ ଓ ବିପଦସଙ୍କୁଳ ଅବସ୍ଥାରେ ଗାଡି ଚଳାଇବା ସହ ଅନ୍ୟାନ୍ୟ ଧାରାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।