ହଷ୍ଟେଲ ଛାତରୁ ଗଳିପଡି ଛାତ୍ରୀ ମୃତ, ମୃତ୍ୟୁକୁ ନେଇ ଘନାଇଲା ବଡ ବିବାଦ
Advertisement
Article Detail0/zeeodisha/odisha1190131

ହଷ୍ଟେଲ ଛାତରୁ ଗଳିପଡି ଛାତ୍ରୀ ମୃତ, ମୃତ୍ୟୁକୁ ନେଇ ଘନାଇଲା ବଡ ବିବାଦ

ବାଲେଶ୍ୱର ସହରର ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲ ଛାତରୁ ଛାତ୍ରୀ ଗଲି ପଡି ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ତେବେ ଛାତ୍ରୀ ଜଣକ ଘର ମୟୂରଭଞ୍ଜର ବିଷୋୟୀ ଅଣ୍ଚାରେ ବୋଲି ଜଣା ପଡିଛି l ଘଟଣା ପରେ ଆବାସିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି l ଘଟଣା କିଛି ଟଙ୍କା ପଇସା ଉଧାରୀ ଦେବା ନେବାକୁ ନେଇ ହୋଇପାରେ ବୋଲି ଶୁଣିବାକୁ ମିଳୁଛି I ତେବେ ଏହି ଅଘଟଣ କାହିଁକି ଓ କେମିତି ହେଲା,ଏ ନେଇ ଆବାସିକ ବିଦ୍ୟାଳୟର କର୍ମଚାରୀଙ୍କ ଉପରେ ସନ୍ଦେହ ମଧ୍ୟ ଘନେଇବାରେ ଲାଗିଛି l

 

ହଷ୍ଟେଲ ଛାତରୁ ଗଳିପଡି ଛାତ୍ରୀ ମୃତ, ମୃତ୍ୟୁକୁ ନେଇ ଘନାଇଲା ବଡ ବିବାଦ

(ରିପୋର୍ଟ -ପ୍ରସ୍ନଞ୍ଜିତ ଆସ,ବାଲେଶ୍ୱର )

ଛାତ୍ରୀଟିକୁ କେହି ଜଣେ ହଷ୍ଟେଲ ଛାତରୁ ଠେଲି ଦେଇଥିବା କଥା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ଶୁଣିବାକୁ ମିଳୁଛି l ଯାହା ଭିନ୍ନ ଭିନ୍ନ ସୂତରୁ ଖବର ମିଳୁଛି ଯେ ,ଟଙ୍କା ପାଇସା ଉଧାରୀ ଦେବା ନେବାକୁ ନେଇ କୌଣସି ସାଙ୍ଗ ସହିତ ଝଗଡା ହେବା ପରେ ତାକୁ ହଷ୍ଟେଲ ଛାତରୁ ଠେଲି ଦିଆଯାଇଛି l କିନ୍ତୁ ଏହା ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ ହୋଇଛି l

ଛାତ୍ରୀ ଜଣକ ଗତକାଲି ସନ୍ଧ୍ୟା ଦଶଟା ସମୟରେ ଘରର ବାପାଙ୍କ ସହିତ ଫୋନରେ କଥା ହୋଇଥିବା କଥା ହୋଇଥିଲେ ବୋଲି ତାଙ୍କ ବାପା କହିଛନ୍ତି l ହଷ୍ଟେଲରେ ଟଙ୍କା ଚୋରିକୁ ନେଇ କିଛି ସାଙ୍ଗ ତାକୁ ସନ୍ଦେହ କରୁଥିବା କଥା ସାମ୍ନାକୁ ଆସିଛି Iଯେତେବେଳେ ଛାତ୍ରୀ ଜଣଙ୍କ ଛାତରୁ ଗଲି ପଡିଲେ,ତାକୁ ସଙ୍ଗେ ସଙ୍ଗେ ନିକଟସ୍ତ ଡାକ୍ତରଖାନାକୁ ନିଆଯାଇଥିଲାl ଛାତ୍ରୀର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା I କଟକ ନେବା ବାଟରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l

ଅଭିଯୋଗ ହୋଇଛି ଯେ , ଯଦି ଛାତ୍ରୀ ଜଣଙ୍କ ଛାତରୁ ଖସି ପଡି ମୃତ୍ୟୁ ହୋଇଛି, ତେବେ ତାର ଦେହରେ ଦୁର୍ଘଟଣାରେ କୌଣସି କ୍ଷତ ବିକ୍ଷିତ ଚିହ୍ନ ରହିଲା ନାହିଁ କାହିଁକି ?ଏ ନେଇ ସନ୍ଦେହ ଅଧିକ ବଢି ଯାଇଛି Iଏହି ଘଟଣାରେ ଆବାସିକ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି I ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି l ଘଟଣାରେ ପରିବାର ପକ୍ଷରୁ ବାଲେଶ୍ୱର ସଦର ଥାନାରେ ଏତଲା ଦିଆଯାଇଛି l ଘଟଣା କେମିତି ଓ କାହିଁକି ଘଟିଲା ଏହା ପୋଲିସର ଅଧିକ ତଦନ୍ତ ପରେ ଜଣା ପଡିବ l