Shraddha Murder Case: ପାଞ୍ଚ ରାଜ୍ୟରେ ପୋଲିସର ତନାଘନା, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ
Advertisement

Shraddha Murder Case: ପାଞ୍ଚ ରାଜ୍ୟରେ ପୋଲିସର ତନାଘନା, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

Shraddha Murder Case:ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଶ୍ରଦ୍ଧା ୱାକର ଜୀବିତ ଅଛନ୍ତି ନା ମୃତ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ହତ୍ୟା ଅଭିଯୁକ୍ତ ଆଫତାବ ପୁନାୱାଲା, ଦିଲ୍ଲୀ ପୋଲିସକୁ ଭୁଆଁ ବୁଲାଉଛି। 

Shraddha Murder Case: ପାଞ୍ଚ ରାଜ୍ୟରେ ପୋଲିସର ତନାଘନା, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

Shraddha Murder Case, ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ନିଦ ହଜାଇ ଥିବା ଶ୍ରଦ୍ଧା ହତ୍ୟା ମାମଲାରେ ଏକ ବଡ ଅପଡେଟ୍ ଆସିଛି। ମେହରୌଲି ଜଙ୍ଗଲରୁ ଶ୍ରଦ୍ଧାଙ୍କ ଖପୁରୀ ଓ କିଛି ହାଡ ମିଳିଥିବା ପୋଲିସ ଦାବି କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ହବତ ହାଡ କାହାର ତାହା ସ୍ପଷ୍ଟ ହୋଇନାହିଁ। ସୋମବାର ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ କରାଯାଇପାରେ। ଅନ୍ୟପଟେ ଶ୍ରଦ୍ଧା ହତ୍ୟାକାଣ୍ଡର ଅଧିକ ପ୍ରମାଣ ଖୋଜିବା ପାଇଁ ପୋଲିସ ଦିଲ୍ଲୀ ଓ ମହାରାଷ୍ଟ୍ର ସହ ପାଞ୍ଚ ରାଜ୍ୟରେ ତନାଘନା ଆରମ୍ଭ କରିଛି। 

ସୋମବାର ଶ୍ରଦ୍ଧା ହତ୍ୟା ମାମଲାରେ ବଡ ଖୁଲାସା ହୋଇପାରେ। ଅଭିଯୁକ୍ତ ଆଫତାବ ପୁନାୱାଲାର ନାର୍କୋ ଟେଷ୍ଟ କରାଯିବ ବୋଲି ବିଶ୍ୱାସ କରାଯାଉଛି। ନଭେମ୍ବର ୧୮ରେ ସାକେତ କୋର୍ଟ, ଅଫତାବର ନାର୍କୋ ଟେଷ୍ଟ ପାଇଁ ରୋହିଣୀ ଫୋରେନସିକ୍ ସାଇନ୍ସ ଲ୍ୟାବକୁ ପାଞ୍ଚ ଦିନ ସମୟ ଦେଇଛନ୍ତି। ନାର୍କୋ ଟେଷ୍ଟରେ ଆଫତାବକୁ ୫୦ରୁ ଅଧିକ ପ୍ରଶ୍ନ ପଚରାଯିବ। ଏହି ସମୟରେ ଆଫତାବର ବୃତ୍ତିଗତ ତଥ୍ୟ ଏବଂ ଶ୍ରଦ୍ଧାଙ୍କ ବିଷୟରେ ପ୍ରଶ୍ନ ପଚରାଯିବ। କିନ୍ତୁ ତାର ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ ହେବନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ଜଣେ ଅଭିଯୁକ୍ତର ନାର୍କୋ ଟେଷ୍ଟବେଳେ ତାର ସମ୍ମତି ଆବଶ୍ୟକ ହୋଇଥାଏ। 

Also Read: Shraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ

ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତରେ ଦିଲ୍ଲୀ ପୋଲିସ କ୍ରମାଗତ ଭାବେ ନିୟୋଜିତ ଅଛି। ଏହି ସଂପର୍କରେ ଦିଲ୍ଲୀ ପୋଲିସର ଏକ ଟିମ୍ ରବିବାର ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ପହଞ୍ଚିଛି। ସେଠାରେ ମାଣିକନଗର ପୋଲିସ ସହାୟତାରେ ଚାରି ଜଣଙ୍କୁ ପଚରାଉଚରା କରିଛି। ଯେଉଁଥିରୁ ଶ୍ରଦ୍ଧା ଓ ଅଫତାବଙ୍କ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ମାଣିକନଗର ଥାନାରେ ପ୍ରଥମେ ଶ୍ରଦ୍ଧାଙ୍କ ନିଖୋଜ ରିପୋର୍ଟ ଲେଖା ଯାଇଥିଲା। ତେଣୁ ଦିଲ୍ଲୀ ପୋଲିସ ସେଠାରୁ ଟିକିନିକି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏହି ମାମଲା ଗୁରୁଗ୍ରାମ, ଦେହରାଦୁନ ଓ ହିମାଚଳ ଯାଏଁ ବ୍ୟାପିଛି, ତେଣୁ ଦିଲ୍ଲୀ ପୋଲିସର ଏକାଧିକ ଟିମ ପ୍ରମାଣ ଜୁଟାଇବାପାଇଁ ସେଠାକୁ ଯାଇଥିବା ସୂଚନା ମିଳିଛି।

ମୁମ୍ବାଇରେ ଶ୍ରଦ୍ଧାଙ୍କ ସାଙ୍ଗମାନଙ୍କୁ ମୁମ୍ବାଇ ପୋଲିସ ପଚରା ଉଚରା କରିଛି। ସେମାନେ କୋର୍ଟରେ ବୟାନ ଦେବାକୁ ରାଜି ହୋଇଛନ୍ତି। ଏବେ ବି ଅଫତାବ ପୁନାୱାଲାର ପରିବାର ବସାଇ ଫ୍ଲାଟରୁ ନିଖୋଜ ଅଛନ୍ତି। ତାଙ୍କ ଘରେ ତାଲା ପଡିଛି। ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦିଲ୍ଲୀ ଯିବା ପୂର୍ବରୁ ଶ୍ରଦ୍ଧା ଏବଂ ଅଫତାବ, ବସାଇ ପୂର୍ବର ଏକ ଫ୍ଲାଟରେ ଏକାଠି ରହୁଥିଲେ। ବର୍ତ୍ତମାନ ଦିଲ୍ଲୀ ପୋଲିସ ଗୋବିନ୍ଦ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ଗୋବିନ୍ଦଙ୍କ ସହାୟତାରେ ସେମାନଙ୍କ ଘରୋଇ ସାମଗ୍ରୀ ବସାଇରୁ ଦିଲ୍ଲୀର ଛତ୍ରପୁର ପର୍ଯ୍ୟନ୍ତ ଅଣାଯାଇଥିଲା। ଏଥିପାଇଁ ୨୦୦୦୦ ଟଙ୍କା ଦିଆଯାଇଥିବା ଜୁନ ୫ର ଏକ ବିଲରେ ଦର୍ଶାଯାଇଛି।

ପୋଲିସର ତଦନ୍ତରୁ ଜଣା ପଡିଛି ଯେ, ୧୦ ମେ ପରଠାରୁ ଅଭିଯୁକ୍ତ ଅଫତାବ ପୁନାୱାଲା ତାର ମୋବାଇଲ ଲୋକେସନ ବନ୍ଦ କରିରଖିଥିଲା। ଯେଉଁଥିପାଇଁ ପୋଲିସ ପାଖରେ ତାର କୌଣସି ତଥ୍ୟ ନାହିଁ। କିନ୍ତୁ କଲ ରେକର୍ଡ ଓ ଇଏମଆଇ ଯାଞ୍ଚରୁ ଜଣାପଡିଛି ଯେ, ଅଫତାବ ଅନେକ ଗୁଡାଏ ସିମ କାର୍ଡ ବ୍ୟବହାର କରୁଥିଲା। ସେ ଏପରି କାହିଁ କରିଥିଲା ତାହା କହିନାହିଁ କିନ୍ତୁ ବ୍ୟବହାର ପରେ ସିମ ଗୁଡିକୁ ଶୌଚାଳୟରେ ପକାଇଦେଇଥିବା ସେ କହିଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଶ୍ରଦ୍ଧାଙ୍କ ମୋବାଇଲ ଠାବ ହୋଇପାରିନାହିଁ।

Also Read: Shraddha Murder: 'ଶ୍ରଦ୍ଧାଙ୍କୁ ଏଥିପାଇଁ ବହୁତ ଘୃଣା କରୁଥିଲି', ସେଥିପାଇଁ ହାଣିଲି ଜାଳିଲି

ଏହା ସହିତ ଦିଲ୍ଲୀ ପୋଲିସ କ୍ରମାଗତ ଭାବେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଏବଂ ଶ୍ରଦ୍ଧାଙ୍କ ମୁଣ୍ଡ ଖୋଜୁଛି। ଦିଲ୍ଲୀ ପୋଲିସ କହିଛି ଯେ, ଅଭିଯୁକ୍ତ ଆଫତାବ ପୋଲିସକୁ ବିଭ୍ରାନ୍ତ କରିବାକୁ ଏବଂ ତଦନ୍ତକୁ ବାଧାପ୍ରାପ୍ତ କରିବାକୁ ଚେଷ୍ଟା କରୁଛି। ସେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ବିଷୟରେ ସୂଚନା ଦେଉନାହାଁନ୍ତି। ମୁଣ୍ଡକୁ କେଉଁଠି ଫିଙ୍ଗିଲା ତାହା ମଧ୍ୟ ସ୍ପଷ୍ଟ ଭାବେ କହୁନାହିଁ। ମଙ୍ଗଳବାର ଅଫତାବର ପାଞ୍ଚ ଦିନିଆ ପୋଲିସ ରିମାଣ୍ଡ ଅବଧି ଶେଷ ହେବ। ତାକୁ ପୁଣି ଥରେ ସାକେତ କୋର୍ଟରେ ହାଜର କରିବା ସହ ଆଉଥରେ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିପାରେ।

ଅନ୍ୟପଟେ, ଶ୍ରଦ୍ଧାଙ୍କ ହତ୍ୟା ପାଇଁ ଇଣ୍ଡରନେଟକୁ ଦାୟୀ କରାଯାଇଛି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତା କହିଛନ୍ତି ଯେ, ଶ୍ରଦ୍ଧାଙ୍କୁ ଯେଉଁ ଭଳି ଭାବେ ହତ୍ୟା କରାଯାଇଛି ସେଥିପାଇଁ ଇଣ୍ଟରନେଟରେ ଉପଲବ୍ଧ ଉପାଦାନ ଦାୟୀ। ଇଣ୍ଟରନେଚରେ ଡେଟିଂ ଆପ୍ ଭଳି ଅନେକ ଉପାଦାନ ଉପଲବ୍ଧ। ଆଉ ଏହାର ଦୁରୁପଯୋଗ କରି ଯୁବଗୋଷ୍ଠୀ ତାର ଶିକାର ହେଉଛନ୍ତି। ଏଭଳି ସ୍ଥିତିରୁ ଉଦ୍ଧାର ପାଇଁ ଦେଶରେ ଏକ ସ୍ୱତନ୍ତ୍ର ଆଇମ ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ବୋଲି ପୁଣେର ଏକ ସମ୍ମିଳନୀରେ ଜଷ୍ଟିସ ଦତ୍ତ ମତବ୍ୟକ୍ତ କରିଛନ୍ତି।