ଚକୋଲେଟ ନେଲା ୪ ଶିଶୁଙ୍କ ଜୀବନ
Advertisement
Article Detail0/zeeodisha/odisha1134286

ଚକୋଲେଟ ନେଲା ୪ ଶିଶୁଙ୍କ ଜୀବନ

ପିଲାମାନେ ଚକୋଲେଟ୍ ଖାଇବା ମାତ୍ରେ ଚେତାଶୂନ୍ୟ ହୋଇପଡିଥିଲେ ।  ଏହା ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଚକୋଲେଟ୍ ଏତେ ବିଷାକ୍ତ ଥିଲା ଯେ ଏହାର ଜରିରେ ବସିଥିବା ମାଛିମାନେ ମଧ୍ୟ ମରିଯାଇଥିବା ଦେଖିବାକୁ ମିଳିଛି ।

ଚକୋଲେଟ ନେଲା ୪ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: କୁଶୀନଗରରେ ବିଷାକ୍ତ ଚକୋଲେଟ ଖାଇବାରୁ ଗୋଟିଏ ପରିବାରର ୪ ଶିଶୁଙ୍କର ମୃତ୍ୟୁ ହୋଇଛି । ସକାଳେ ଉଠିବା ପରେ ପିଲାମାନେ ଚକୋଲେଟ ତାଙ୍କ ଘର ଆଗରେ ପଡିଥିବା ଦେଖିବାକୁ ପାଇଥିଲେ ।  ପରେ ସେମାନେ ଏହି ଚକୋଲେଟକୁ ଖାଇବା ଫଳକେ ତାଙ୍କର ମୃତ୍ୟୁ ହୋଇଛି । କୁଶୀନଗର ଜିଲ୍ଲାର କସାୟା ପୋଲିସ ଷ୍ଟେସନର କୁଡୱା ଦିଲୀପନଗର ଗାଁର ସିସାଇ ଟୋଲାରେ ଏହି ଅଭାବନୀୟ ଘଟଣା ଘଟିଛି । ପିଲାମାନେ କେବଳ ଚକୋଲେଟ ନୁହେଁ କିଛି ମୁଦ୍ରା ମଧ୍ୟ ପାଇଥିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ସିଏମ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।

ମୃତ ଶିଶୁମାନେ ହେଲେ ରସଗୁଲଙ୍କ ୬ ବର୍ଷିଅ ଝିଅ ସଞ୍ଜନା, ୩ ବର୍ଷୀୟ ସ୍ବିଟୀ, ୨ ବର୍ଷିୟ ସମର ଏବଂ ରସଗୁଲଙ୍କ ଭଉଣୀ ଖୁଶବୁଙ୍କ ୫ ବର୍ଷିୟ ପୁଅ ଅରୁଷ । ମୃତ ପିଲାମାନେ ଅନୁସୂଚିତ ଜନଜାତି ଲଠ ପରିବାରର ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ସମ୍ପର୍କୀୟମାନେ କହିଛନ୍ତି ଯେ ପିଲାମାନେ ସକାଳ ସାତଟାରୁ ଉଠି ଘରୁ ବାହାରକୁ ଆସି ଚକୋଲେଟ ଏବଂ ମୁଦ୍ରା  ପଡିଥିବା ଦେଖିବାକୁ ପାଇଥିଲେ । ପିଲାମାନେ ଚକୋଲେଟ୍ ଖାଇବା ମାତ୍ରେ ଚେତାଶୂନ୍ୟ ହୋଇପଡିଥିଲେ ।  ଏହା ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଚକୋଲେଟ୍ ଏତେ ବିଷାକ୍ତ ଥିଲା ଯେ ଏହାର ଜରିରେ ବସିଥିବା ମାଛିମାନେ ମଧ୍ୟ ମରିଯାଇଥିବା ଦେଖିବାକୁ ମିଳିଛି ।

Also Read: ବିହାରରେ ତାଲିବାନୀ ରାୟ, ମହିଳାଙ୍କୁ ଉଲଗ୍ନ କରି ଜଳନ୍ତା କାଠରେ ମାଡ଼

ପୁରୁଣା ଶତ୍ରୁତାକୁ ନେଇ ପ୍ରେମ ଚୌବାସ ବାଲା ପ୍ରସାଦ ହତ୍ୟା କରିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶିଶୁମାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି।  ସମ୍ପର୍କୀୟଙ୍କ କାନ୍ଦରେ ସ୍ତବ୍ଧ ହୋଇଯାଇଥିଲା ପୁରା ଗ୍ରାମ ।  ଏସଡିଏମ କସୟା ବରୁଣ କୁମାର ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଥ୍ୟ ହାସଲ କରିଥିଲେ । ଏହାକୁ ନେଇ SDM ଦୁଃଖ ପ୍ରକାଶ କରିବା ସହିତ  ଏହାକ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି,  ତଦନ୍ତ ପରେ ଯେଉଁମାନେ ଦୋଷୀ  ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ।  ସେପଟେ ମୁଖ୍ୟମନ୍ତ୍ରୀ (Cm Yogi Adityanath) ଘଟଣା ବିଷୟରେ ପଚାରି ବୁଝିବା ସହିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।