Lady Blackmailer: 'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ? ପୋଲିସ ହାତରେ ଲାଗିଲା ପ୍ରମାଣ
Advertisement

Lady Blackmailer: 'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ? ପୋଲିସ ହାତରେ ଲାଗିଲା ପ୍ରମାଣ


Bhubaneswar Lady Blackmailer: ସିନେମା ପ୍ରଯୋଜକ ଅକ୍ଷୟ ପରିଜା କାଷ୍ଟିଂ କାଉଚ ମାଲାରେ ଏକ ରୋଚକ ମୋଡ ଆସିଛି। ଅଭିଯୁକ୍ତଙ୍କୁ ଛାଡି ପୀଡିତାଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ବ୍ଲାକମେଲ କରୁଥିବା ଅଭିଯୋଗରେ ଅଭିନେତ୍ରୀଙ୍କୁ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ସୂଚନା ମିଳିଛି। ତେବେ ଅଭିନେତ୍ରୀଙ୍କ ବିଶାଳ ଓ ବିଳାଶମୟ କୋଠାକୁ ନେଇ ଚର୍ଚ୍ଚା ଚାଲିଛି।

Lady Blackmailer: 'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ? ପୋଲିସ ହାତରେ ଲାଗିଲା ପ୍ରମାଣ

Bhubaneswar Lady Blackmailer, ଭୁବନେଶ୍ୱର: ରାଜଧାନୀର ହାଇପ୍ରୋଫାଇଲ ସେକ୍ସ ରାକେଟର 'ରାଣୀମହୁମାଛି'ଙ୍କୁ ଶୁକ୍ରବାର ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ଏତଲାର ସପ୍ତାହେ ପରେ ଅର୍ଚ୍ଚନା ନାଗ ଚାନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶନିବାର ପୋଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ। ଯାହାପରେ ପୁରା ମାମଲା ବିଷୟରେ ଜଣାପଡିବ। ଅର୍ଚ୍ଚନାଙ୍କ ସେକ୍ସ ରାକେଟରେ ଅନେକ ହାଇପ୍ରୋଫାଇଲ ନେତା-ମନ୍ତ୍ରୀ ସାମିଲ ଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନାନୁସାରେ, ଶୁକ୍ରବାର ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଖଣ୍ଡଗିରି ଥାନା ପୋଲିସ ପଳାସୁଣୀ ସତ୍ୟବିହାରସ୍ଥିତ ବାସଭବନରୁ ଉଠାଇଥିଲା। ପରେ ତରବରିଆ ଭାବେ କୋର୍ଟ ଚାଲାଣ କରିଥିଲା। ଏବେ ଅର୍ଚ୍ଚନା ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କୁ ରିମାଣ୍ଡରେ ଆଣି ପୋଲିସ ମାମଲାର ଅଧିକ ଛାନଭିନ କରିବାକୁ ଯୋଜନା କରିଛି। ଗିରଫ ବେଳେ ଅର୍ଚ୍ଚନାଙ୍କ ନିକଟରୁ ପୋଲିସ ଦୁଇଟି ମୋବାଇଲ ଓ ଦୁଇଟି ପେନଡ୍ରାଇଭ୍ ଜବତ କରିଛି। ସେଥିରେ ଅର୍ଚ୍ଚନାଙ୍କ କଳାକାରନାମା ଅନେକ ପ୍ରମାଣ ଅଛି। ମୋବାଇଲ ଓ ପେନଡ୍ରାଇଭରେ ଅନେକ ହାଇପ୍ରୋଫାଇଲ ଓ ପ୍ରଭାବଶାଳୀ ବକ୍ତିଙ୍କ ଅଶ୍ଳୀଳ ଭିଡିଓ ଥିବା କୁହାଯାଉଛି।

କେମିତି ଚାଲୁଥିଲା ସେକ୍ସ ରାକେଟ?

ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ମିଳିତ ଭାବେ ସତ୍ୟବିହାରସ୍ଥିତ ଘରେ ସେକ୍ସ ରାକେଟ ଚଳାଉଥିଲେ। ବଡବଡିଆ ଓ ପଇସାବାଲାଙ୍କୁ ଦେଖି ପ୍ରଥମେ ଅର୍ଚ୍ଚନା ନାଗ ସେମାନଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉ ଥିଲେ। ପରେ ଫୋନ ନମ୍ବର ମାଗୁଥିଲେ। କିଛି ଦିନର କଥାବାର୍ତ୍ତା ପରେ ମିଛ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକୁଥିଲେ। ଆଉ ବେଡରୁମରେ ଗୁପ୍ତ କ୍ୟାମେରା ଲଗାଇ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରୁଥିଲେ। ପରେ ସେହି ଭିଡିଓ ଦେଖାଇ ଉକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ଏଥିରେ ଅର୍ଚ୍ଚନାଙ୍କ ସ୍ୱାମୀ ଓ ସମ୍ପର୍କୀୟ ଭାଇ ସାହାଯ୍ୟ କରୁଥିବା କୁହାଯାଉଛି। 

Also Read: Ollywood Casting Couch: ଶିକାର ଜାଲରେ ଫସିଲା ଶିକାରୀ! ବିଜେଡି ସହ ବାହାରିଲା ମଜଭୁତ ଲିଙ୍କ୍

କିଏ ଥିଲେ ଗ୍ରାହକ?

ଅର୍ଚ୍ଚନା ଛୋଟକାଟିଆ ନୁହଁ, ଟଙ୍କାବାଲା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖି ହାତ ମାରୁଥିଲେ। ବ୍ୟବସାୟୀ, ବିଲଡର୍, ଫିଲ୍ମ ପ୍ରଯୋଜକଙ୍କୁ ସେ ଟାର୍ଗେଟ କରୁଥିଲେ। ଦୁଇବର୍ଷ ତଳେ ଅର୍ଚ୍ଚନା ଜଣେ ପ୍ରଭାବଶାଳୀ ନେତାଙ୍କୁ ଜାଲରେ ଫସାଇ ୫୦ ଲକ୍ଷ ମାଗିଥିଲା। ମାମଲା ଥାନାକୁ ମଧ୍ୟ ଯାଇଥିଲା। କିନ୍ତୁ ପୋଲିସ ଉପରେ ଚାପ ପକାଇ ଅର୍ଚ୍ଚନା ଖସିଯାଇଥିଲେ। ଗତବର୍ଷ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଅର୍ଚ୍ଚନା ୫୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି । ଏବେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ତିନି କୋଟି ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ଯାହା ପରେ ସେ ଗିରଫ ହୋଇଛନ୍ତି। ତେବେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଅନେକ ଗୁଡାଏ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫୋଟ ମୋବାଇରୁ ମୋବାଇଲକୁ ଘୁରିବୁଲିଛି। 

କିଏ ଏହି 'ଇଚ୍ଛାଧାରୀ ନାଗୁଣୀ'?

ନିଜକୁ ଓଡ଼ିଶା ହାଇକୋର୍ଟର ଓକିଲ ଓ ଓଲିଉଡ଼ ଜଗତର ଜଣେ ଆଗଧାଡ଼ିର ଅଭିନେତ୍ରୀ ବୋଲି ଅର୍ଚ୍ଚନା କୁହନ୍ତି। ତାଙ୍କ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ, ସେ ABC motors ଓ Aditya Villa Production Houseର ମାଲିକ। Golden Empress Private Limited ପ୍ରତିଷ୍ଠାତା ତଥା ମେନେଜିଂ ଡିରେକ୍ଟର ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ନିଜକୁ ବିଜେଡିର ଜଣେ ସଦସ୍ୟ ବୋଲି ଉପସ୍ଥାପନ କରୁଛନ୍ତି। ଏହା ବ୍ୟତୀତ ପତ୍ନୀଙ୍କ ପରି Golden Empress Private Limited ଓ Additya Prestige Agro Private Limitedର ମେନେଜିଂ ଡିରେକ୍ଟର ବୋଲି ଦାବି କରିଛନ୍ତି। ବିଭିନ୍ନ ନେତା-ମନ୍ତ୍ରୀଙ୍କ ସହ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଅନେକ ଫଟୋ ରହିଛି।

କେତେ ସମ୍ପତ୍ତି ମାଲିକ ଅର୍ଚ୍ଚନା?

ସୂତ୍ରାନୁସାରେ, ଦମ୍ପତ୍ତି ନମ୍ବର ୪୨୦ଙ୍କର ଭୁବନେଶ୍ୱରରେ ଏକ ବିଳାସମୟ କୋଠା ଓ ଫାର୍ମହାଉସ୍ ଅଛି। ବିଏମଡବ୍ଲୁ, ମହିନ୍ଦ୍ରା ଥର, ଫୋର୍ଡ ଏଣ୍ଡେଭର, ଟୋଏଟା ଫର୍ଚୁନର, ହୁଣ୍ଡାଇ ଆଇ ୨୦ ଭଳି ଦାମୀ ଓ ଆଲିସାନ ଗାଡ଼ି ଚଢୁଛନ୍ତି। ଫୁଲନଖରା ନିକଟରେ ଏକ କାର୍ ସୋ ରୁମ୍ ରହିଛି। ଏହି ସୋ ରୁମରେ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ସମ୍ପର୍କୀୟଙ୍କ ସେୟାର ଥିବା ଚର୍ଚ୍ଚା ହେଉଛି। ଅର୍ଚ୍ଚନାଙ୍କ ବଙ୍ଗଳାରେ କିଛି ଓଡିଆ ଫିଲ୍ମ ମଧ୍ୟ ସୁଟିଂ କରାଯାଇଛି। ମାତ୍ର ୫ ବର୍ଷରେ ଅର୍ଚ୍ଚନା ଓ ଜଗବନ୍ଧୁ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି ବୋଲି କୁହାଯାଉଛି। 

କେଉଁ କେଉଁ ଦଫାରେ ରୁଜୁ ହୋଇଛି ମାମଲା?

ବ୍ଲାକମେଲ ଗାର୍ଲ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି ଦଫା ୩୫୪(ଗ), ୩୮୬, ୩୮୮ ଓ ୩୮୯।