ମଦ, ବଚସା ଓ ଏହାପରେ ହତ୍ୟା! ଖିଅ ଖୋଜୁଛି ବୁର୍ଲା ପୋଲିସ
Advertisement
Article Detail0/zeeodisha/odisha1282113

ମଦ, ବଚସା ଓ ଏହାପରେ ହତ୍ୟା! ଖିଅ ଖୋଜୁଛି ବୁର୍ଲା ପୋଲିସ

Burla: ପୋଲିସର ଫରେନ୍ସିକ ଟିମ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ମାରିଥିବା ପଥର ସହ ମଦ ବୋତଲ ମଧ୍ୟ ଜବତ କରିଛି । ପୋଲିସ ମଧ୍ୟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।ଆନୁସଙ୍ଗିକ ପ୍ରମାଣ ପତ୍ରକୁ ଆଖି ଆଗରେ ରଖି ନାବାଳକକୁ ପୋଲିସ ଜେରା କରୁଛି ।

ସାଙ୍କେତିକ ଫଟୋ

ସମ୍ବଲପୁର: ବୁର୍ଲା ଧୁଡିଆପଡାରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ଯା କରାଯାଇଥିବା ତାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ବୁର୍ଲା ପୋଲିସ ଏହି ଘଟଣାରେ ଜଣେ ନାବାଳକକୁ ଅଟକ ରଖିଛି । ମୃତକ ଜଣକ ହେଲେ ଧୁଡ଼ିଆ ପଡ଼ାର ବିନୋଦ ଓରାମ ବୋଲି ଜଣାପଡିଛି । ସେ ପୂର୍ବରୁ ଦିନ ମଜୁରିଆ ଭାବରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲା । 

ପୋଲିସର ପ୍ରାଥମିକ ସୂଚନା ଅନୁସାରେ ଅଟକ ନାବାଳକ ଓ ମୃତକ ବିନୋଦ ରାତ୍ରିରେ ଏକାଠି ଥିଲେ । ତାଙ୍କ ପୁର୍ବ ଯୋଜନା ଅନୁଯାୟୀ ସେମାନେ ସେଠାରେ ପହଞ୍ଚି ପ୍ରଥମେ ମଦ୍ୟ ପାନ କରିଥିଲେ । ନିଶା ହେବା ପରେ ଘଟଣାସ୍ଥଳରେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ବଚସା ହେବାରୁ କଥା ହତାହାତୀ ଯାଏଁ ଯାଇଥିଲା । ଶେଷରେ ଅଭିଯୁକ୍ତ ନାବାଳକ ବିନୋଦର ମୁଣ୍ଡକୁ ପଥରରେ ଛେଚି ହତ୍ଯା କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ହତ୍ୟାକାଣ୍ଡ ସ୍ଥାନରୁ ମଦ ବୋତଲ ମଧ୍ୟ ଜବତ କରିଛି ।

ପୋଲିସର ଫରେନ୍ସିକ ଟିମ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ମାରିଥିବା ପଥର ସହ ମଦ ବୋତଲ ମଧ୍ୟ ଜବତ କରିଛି । ପୋଲିସ ମଧ୍ୟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।ଆନୁସଙ୍ଗିକ ପ୍ରମାଣ ପତ୍ରକୁ ଆଖି ଆଗରେ ରଖି ନାବାଳକ ପୋଲିସ ଜେରା କରିଛି । ଅଭିଯୁକ୍ତ ନାବାଳକର ମାମୁଙ୍କୁ ଡାକି ପୋଲିସ ପଚରାଉଚୁରା ମଧ୍ୟ କରିଛି । ଅଭିଯୁକ୍ତ ନାବାଳକର ବର୍ତ୍ତମାନ ବୟସ ୧୭ ହୋଇଥିବା ବେଳେ ସେ କୁଚିଣ୍ଡା ଅଞ୍ଚଳର ବୋଲି ଜଣାପଡିଛି । ସେ ୧୦/୧୨ ଦିନ ହେବ କୁଚିଣ୍ଡାରୁ ଆସି ବୁର୍ଲାରେ ମାମୁ ଘରେ ରହି ଦିନ ମଜୁରିଆ ଭାବରେ କୁଲି ମଜୁରୀ କାର୍ଯ୍ୟ କରୁଥିଲା । ସେଇଠି ମୃତକ ବିନୋଦ ଓରାମ ସହିତ ତାର ବନ୍ଧୁତା ହୋଇଥିଲା । 

ଖବର ଅନୁଯାୟୀ ଗତକାଲି ରାତିରେ ବିନୋଦ ଓ ନାବାଳକ ସାଙ୍ଗ ହୋଇ ମଦ ପିଇ ଥିବା ବେଳେ କାମ କରୁଥିବା କଂଷ୍ଟ୍ରକ୍ସନ ସାଇଡରୁ ଚୋରି କରିବା ପାଇଁ ଯୋଜନା କରିଥିଲେ । ମଦ୍ୟପାନ ସମୟରେ ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥବା ବେଳେ ନାବାଳକ ଜଣଙ୍କ ବିନୋଦ ଓରାମକୁ ପଥରରେ ଛେଚି ହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ବର୍ତ୍ତମାନ ପରିସ୍ଥିତିରେ ପୋଲିସ ଏହି ନାବାଳକ ଜଣଙ୍କ କାହିଁକି ବୁର୍ଲାକୁ ଆସିଥିଲା, କୁଚିଣ୍ଡା ଅଞ୍ଚଳରେ ତାର କିଛି ଅପରାଧିକ କାରନାମା ରହିଛି କି ନାହିଁ, ତାଙ୍କ ସଙ୍ଗରେ ଆଉ କିଏ ଥିଲା କି ସେ ଦିଗରେ ତଦନ୍ତ ଜାରି ରଖିଛି । ସମସ୍ତ ତଦନ୍ତ ପରେ ଏହି ନବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ଏହା ବି ପଢ଼ନ୍ତୁ: ଝାଡଖଣ୍ଡର ୩ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ ମାମଲା