ବିହାରରେ ତାଲିବାନୀ ରାୟ, ମହିଳାଙ୍କୁ ଉଲଗ୍ନ କରି ଜଳନ୍ତା କାଠରେ ମାଡ଼
Advertisement
Article Detail0/zeeodisha/odisha1134252

ବିହାରରେ ତାଲିବାନୀ ରାୟ, ମହିଳାଙ୍କୁ ଉଲଗ୍ନ କରି ଜଳନ୍ତା କାଠରେ ମାଡ଼

ସୂଚନା ଅନୁସାରେ ମହିଳାଙ୍କ ଏହା ଦୋଷ ଥିଲା, ଯେ ତାଙ୍କୁ ପାଖ ଗ୍ରାମର କିଛି ଦୁର୍ବୃତ୍ତମାନେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଗ୍ରାମର କିଛି ଲୋକଙ୍କୁ ମଧ୍ୟ ତାଙ୍କ ଅଭିଯୋଗ ଜଣାଇଥିଲେ । ଏହି କଥାକୁ ନେଇ ପାଲଟା ମହିଳାଙ୍କୁ ଚରିତ୍ରହୀନ ଦର୍ଶାଇ ନିର୍ଯାତନା ଦେବା ସହ ମାଡ଼ ମରାଯାଇଥିଲା ।

ବିହାରରେ ତାଲିବାନୀ ରାୟ, ମହିଳାଙ୍କୁ ଉଲଗ୍ନ କରି ଜଳନ୍ତା କାଠରେ ମାଡ଼

ନୂଆଦିଲ୍ଲୀ: ବିହାରର ଗୋଟିଏ ପଞ୍ଚାୟତ ତାଲିବାନୀ ରାୟ ଶୁଣାଇଛି । ଏହି ରାୟରେ ଏମିତି ଶୁଣାଣି ହୋଇଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।  ମହିଳାଙ୍କୁ ପ୍ରଥମେ  ଜଳନ୍ତା କାଠରେ ମାଡ ମାରିବା ସହିତ ଉଲଗ୍ନ କରାଯାଇଥିଲା । କେବଳ ଏହା ନୁହେଁ ଶେଷରେ ମହିଳାଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ଦିଆଯାଇଥିଲା । ତେବେ ଏହି ଘଟଣା ବିହାର ପାଟଣା ମାଧେପୁରର ହେଇଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ ମହିଳାଙ୍କ ଏହା ଦୋଷ ଥିଲା, ଯେ ତାଙ୍କୁ ପାଖ ଗ୍ରାମର କିଛି ଦୁର୍ବୃତ୍ତମାନେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଗ୍ରାମର କିଛି ଲୋକଙ୍କୁ ମଧ୍ୟ ତାଙ୍କ ଅଭିଯୋଗ ଜଣାଇଥିଲେ । ଏହି କଥାକୁ ନେଇ ପାଲଟା ମହିଳାଙ୍କୁ ଚରିତ୍ରହୀନ ଦର୍ଶାଇ ନିର୍ଯାତନା ଦେବା ସହ ମାଡ଼ ମରାଯାଇଥିଲା । ଏହି ଘଟଣାଟି ୨୦ ମାର୍ଚ୍ଚର ହୋଇଥିବା ଜଣାପଡି଼ଛି । ଏହି ଘଟଣାର ଭିଡିଓ ଭାଇରାଲ (Video Viral) ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ମହିଳା ଜଣକ ତାଙ୍କ ଗାଁରେ ବନ୍ଦୀ ହୋଇଥିବାରୁ ପୋଲିସ ନିକଟରେ ଅଭିଯୋଗ କରିପାରିନଥିଲେ ।  

Also Read: ମଣିଷ ରକ୍ତରେ ପ୍ରଥମ ଥର ପାଇଁ ମିଳିଲା ପ୍ଲାଷ୍ଟିକ୍ କଣିକା, ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ

ମହିଳାଙ୍କ ସ୍ୱାମୀ ବାହାରେ ରୁହନ୍ତି । ଗୁରୁବାର ମହିଳାଙ୍କ ସ୍ବାମୀ ଘରକୁ ଆସିବା ପରେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଏହି ମାମଲା ସଦର ପୋଲିସ ଷ୍ଟେସନ (Police Station)  ତୁଲସିବାଡ଼ୀ ରାଜପୁରର ଅଞ୍ଚଳର ବୋଲି ଜଣା ପଡିଛି । ଯେଉଁଠାରେ ମାର୍ଚ୍ଚ ୧୯ ତାରିଖରେ କିଛି ପୁରୁଷ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏହା ସହ ମହିଳାଙ୍କୁ ଏକୁଟିଆ ଦେଖି ମକା କ୍ଷେତକୁ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ।ହେଲେ ମହିଳା ଜଣଙ୍କ ଜୋରରେ ଚିତ୍କାର କରିବା ପରେ ସେମାନେ ପଳାଇ ଯାଇଥିଲେ। ପୀଡିତାଙ୍କ ବୟାନ ଅନୁସାରେ ଗ୍ରାମର ଶଙ୍କର ଦାସ, ପିଣ୍ଟୁ ଦାସ, ପ୍ରଦୀପ ଦାସ ଓ ଅଭୟ ଦାସ ତାଙ୍କୁ ମକା କ୍ଷେତକୁ ନେଇ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । ଏପରିକି ଏହି ଘଟଣା ବିଷୟରେ କାହାକୁ ଜଣାଇଲେ ଭଲ ହେବନି କହି ଧମକ ମଧ୍ୟ ଦେଇଥିଲେ। 

Also Read: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ କ'ଣ ହେବ ଭବିଷ୍ୟତ

ପରିବାର ସଦସ୍ୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପଞ୍ଚାୟତ (Panchayat) ଡକାଯାଇଥିଲା । ଏହାପରେ ଅନ୍ୟ ଗାଁର ବଚନ ଦାସଙ୍କୁ ଡାକି ଏହି ଚାରିଜଣ ଯୁବକ ନିସ୍ତୁକ ମାଡ ମାରିଥିଲେ । ଆହତ ହେବା ପରେ ରବେନ୍ଦ୍ର ତନ୍ତୀ, ମନୋଜ ଦାସ ଏବଂ ଚନ୍ଦନ ଦାସ ମହିଳାଙ୍କୁ ଆହତ ଅବସ୍ଥାରେ ସଦର ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଥିଲା। ସେଠାରୁ ତାଙ୍କୁ ଗ୍ରାମକୁ ମଧ୍ୟ ଅଣାଯାଇଥିଲା ଓ ପରେ ତାଙ୍କୁ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାର୍ଚ୍ଚ ୨୩ରେ ଯୁବକ ମାନେ ପୁଣିଥରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସ୍ବାମୀ ଆସିବା ପରେ ସଦର ହସ୍ପିଟାଲରେ ମହିଳାଙ୍କ ଚିକିତ୍ସା କରାଯାଉଛି ।  

Also Read: QR କୋଡ୍ ସ୍କାମ ନେଇ ଗ୍ରାହକଙ୍କୁ SBIର ସତର୍କବାଣୀ

ଏହି ଘଟଣା ସମ୍ପର୍କରେ ସଦର ଭାରପ୍ରାପ୍ତ ଧାନାଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ ପୀଡିତାଙ୍କ ବୟାନ ଆଧାରରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ସହିତ ଛାନଭିନ ମଧ୍ୟ ଜାରି ରହିଛି । ସେପଟେ ମଧେପୁରା ଏସପି ରାଜେଶ କୁମାର ଏହି ମାମଲାର ଅବଗତ ଅଛନ୍ତି ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।