Crime News: Youtube ଦେଖି ପିଲା ଜନ୍ମ କଲା ନାବାଳିକା ,ପରେ ଶିଶୁକୁ ନିଜେ କଲା ହତ୍ୟା
Advertisement

Crime News: Youtube ଦେଖି ପିଲା ଜନ୍ମ କଲା ନାବାଳିକା ,ପରେ ଶିଶୁକୁ ନିଜେ କଲା ହତ୍ୟା

Nagpur Crime News: ମହାରାଷ୍ଟ୍ରର ନାଗପୁରରୁ(Nagpur) ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷିୟ (minor) ନାବାଳିକା (Youtube ) ୟୁଟ୍ୟୁବ ଦେଖି ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ପରେ ସେ ସେହି ସନ୍ତାନକୁ ନିଜେ ହାତରେ ହତ୍ୟା କରି ଏକ ବାକ୍ସରେ ଲୁଚାଇ ରଖିଥିଲେ । ଯେତେବେଳେ ନାବାଳିକାଙ୍କ ମାଆ ଘରେ ପହଞ୍ଚି ଥିଲେ । ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲେ। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Nagpur Crime News: ମହାରାଷ୍ଟ୍ରର ନାଗପୁରରୁ(Nagpur) ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।  ଜଣେ ୧୫ ବର୍ଷିୟ (minor) ନାବାଳିକା (Youtube ) ୟୁଟ୍ୟୁବ ଦେଖି ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ପରେ ସେ ସେହି ସନ୍ତାନକୁ ନିଜେ ହାତରେ ହତ୍ୟା କରି ଏକ ବାକ୍ସରେ ଲୁଚାଇ ରଖିଥିଲେ । ଯେତେବେଳେ ନାବାଳିକାଙ୍କ ମାଆ ଘରେ ପହଞ୍ଚି ଥିଲେ । ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲେ। ପୋଲିସ ନବଜାତକର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

ଏହା କୁହାଯାଉଛି ଯେ, ନାବାଳିକାର ସ୍ବାସ୍ଥ୍ୟବସ୍ଥା ମଧ୍ୟ ଖରାପ ରହିଛି । ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହେତୁ ନାବାଳିକାର ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି। ଏହି ଘଟଣା ନାଗପୁର ସହରର ଅମ୍ବାଜାରୀ ପୋଲିସ ଷ୍ଟେସନ ଅଞ୍ଚଳର (Ambazari police station ,Nagpur) ଅଟେ। ଯେତେବେଳେ ପୀଡିତାଙ୍କ ମାଆ କାମ କରିବାକୁ ବାହାରକୁ ଯାଇଥିଲେ, ସେତେବେଳେ ,ନାବାଳକଟି ୟୁଟ୍ୟୁବରେ ଭିଡିଓ ଦେଖି ପିଲାଟିକୁ ଜନ୍ମ ଦେଇଥିଲା।

Also Read : Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ

Also Read : Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

ଗର୍ଭବତୀ ହେବାର ଘଟଣା ମା’ଙ୍କଠାରୁ ଲୁଚି ରହିଥିଲା ପୀଡ଼ିତା : ପୋଲିସ କହିଛି ଯେ, ସୋସିଆଲ ମିଡିଆରେ  ନାବାଳିକା ଜଣେ ଯୁବକଙ୍କୁ ଭେଟିଥିଲା। ଯାହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଜଣକ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ନାବାଳିକା ଗର୍ଭବତୀ ହୋଇଯାଇଥିଲେ। ଗର୍ଭବତୀ ଥିବା ଜାଣି,ନାବାଳିକା ଭୟଭୀତ ହୋଇ ପଡିଥିଲେ। ଏକଥା କାହାକୁ ଜଣାଇ ନଥିଲେ। ନିଜ ମାଆଙ୍କୁ ଅସୁସ୍ଥତା ଥିବା କଥା କହି ଘରୁ ପଦାକୁ ଯାଉ ନଥିଲେ।  ଏପରିକି ନାବାଳିକାଙ୍କୁ ଗର୍ଭବତୀ କରିଥିବା ଯୁବକ ମଧ୍ୟ ସେବେଠାରୁ ଆଉ ଧରାଛୁଆଁ ଦେଉ ନଥିଲେ । ଫଳରେ ଉପାୟଶୂନ୍ୟ ହୋଇ ନାବାଳିକା ଜଣକ ୟୁଟୁବ ଦେଖି ପିଲା ଜନ୍ମ ଦେଇଥିଲେ। ଏବଂ ଘର ଲୋକଙ୍କୁ ଏକଥା ନ ଜଣାଇବାକୁ ଚାହୁଁଥିଲା । ଫଳରେ ସେ ଜନ୍ମ କରିଥିବା ଶିଶୁଟିକୁ ଗଳା ଚିପିହତ୍ୟା କରି ଥିଲା। 

ନାବାଳିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି: ପୋଲିସ କହିଛି ଯେ ନାବାଳିକାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଯୌନ ଅପରାଧ ଆଇନରୁ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି । ନାବାଳିକା ଜଣକ ଶୁଶୁକୁ ଗଳା ଚିପି ହତ୍ୟା କରିଥିବା ଜଣାପଡିଛି । ନାବାଳିକାଙ୍କ ବିରୋଧରେ ହତ୍ୟା ମାମଲା ମଧ୍ୟ ରୁଜୁ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ଏହାସହ ଘଟଣାର ଅଧିତ ତଦନ୍ତ ଜାରି ରହିଛି । 

Also Read : VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...