Mumbai Fake Marriage: ହନିମୁନ୍ ବେଳେ ସ୍ତ୍ରୀର ଖୋଲିଗଲା ପୋଲ୍, ଆଉ ତାପରେ....
Advertisement

Mumbai Fake Marriage: ହନିମୁନ୍ ବେଳେ ସ୍ତ୍ରୀର ଖୋଲିଗଲା ପୋଲ୍, ଆଉ ତାପରେ....

Mumbai Fake Marriage:  ମୁମ୍ବାଇର ଏକ ବାହାଘରକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଚାଲିଛି । ପୁଅ ପାଇଁ ଚାଲିଥିଲା ଝିଅ ଖୋଜା। ପୁଅକୁ ଝିଅ ମିଳିଲା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିବାକୁ ଲାଗିଲା । ପରସ୍ପରକୁ ଡ଼େଟ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ । ବେଶ ଧୁମ ଧାମର ସହ ହୋଇଥିଲା ବାହାଘର । 

ସୌ(ସୋସିଆଲ ମିଡିଆ)

Mumbai Fake Marriage: ମୁମ୍ବାଇର ଏକ ବାହାଘରକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଚାଲିଛି । ପୁଅ ପାଇଁ ଚାଲିଥିଲା ଝିଅ ଖୋଜା। ପୁଅକୁ ଝିଅ ମିଳିଲା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିବାକୁ ଲାଗିଲା । ପରସ୍ପରକୁ ଡ଼େଟ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ । ବେଶ ଧୁମ ଧାମର ସହ ହୋଇଥିଲା ବାହାଘର । ବିବାହ ଯାଏଁ ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ହନିମୁନର୍ ଯେଉଁ ଟୁଇଷ୍ଟ ଆସିଥିଲା ତାହା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସ୍ୱାମୀ ସ୍ତ୍ରୀ ଦୁହେଁ ହନିମୁନରେ ଯାଇଥିଲେ । ତେବେ ଏହି ସମୟରେ ପୁଅ ଜାଣିବାକୁ ପାଇଲେ ଯେ ସେ ବିବାହ କରିଥିବା ଝିଅ ଜଣକ ପ୍ରକୃତରେ ଝିଅ ନୁହେଁ ବରଂ ପୁଅ ଅଟନ୍ତି । ଆଉ ଏହା ଦେଖି ପୁଅର ହୋସ ଉଡ଼ିଗଲା ।

ପ୍ରକୃତରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏପରି ଏକ ବାହାଘରକୁ ନେଇ ଚର୍ଚ୍ଚା ଚାଲିଛି । ଯେଉଁଥିରେ ପୁଅ ବିବାହ ପରେ ଜାଣିବାକୁ ପାଇଥିଲା ଯେ ସେ ଭଲ ପାଇ ବାହା ହୋଇଥିବା ଝିଅ ଜଣଙ୍କ ପ୍ରକୃତରେ ଝିଅ ନୁହଁନ୍ତି ବରଂ ସେ ଜଣେ ପୁଅ । ପୁଅ ଓ ଝିଅ ପରସ୍ପରକୁ ମୁମ୍ବାଇର ଏକ କଲେଜରେ ଭେଟିଥିଲେ । କିଛି ଦିନରେ ରିଲେସନସିପରେ ପରେ ଉଭୟ ବିବାହ କରିବା ନେଇ ସ୍ଥିର କରିଥିଲେ । ଉଭୟ ପରିବାରର ସ୍ବୀକୃତିରେ ୨୫ ଜାନୁୟାରୀରେ ବେଶ ଆଡ଼ମ୍ବରେ ହୋଇଥିଲା ବାହାଘର । ତେବେ ବିବାହ ପରେ ଚତୁର୍ଥୀ ରାତିରେ ବିଭିନ୍ନ ବାହାନା ଦେଖାଇ ଶାରୀରିକ ସମ୍ପର୍କ ରଖିନଥିଲେ ଝିଅ । ଏହାପରେ ଝିଅ ଜଣକ କହିଥିଲେ ଯେ ମୋତେ ହାରନିଆ ହୋଇଛି । ମୁଁ ସୁସ୍ଥ ହେବାପରେ ଶାରୀରିକ ସମ୍ପର୍କ ରଖିବା । ଏହାପରେ ଘର ଲୋକଙ୍କ କହିବା ପରେ ଉଭୟ ହନିମୁନରେ ଯାଇଥିଲେ । ଏହି ସମୟରେ ପୁଅ ଜଣକ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ପ୍ରକୃତରେ ଝିଅ ନୁହେଁ ବରଂ ସେ ଜଣେ ପୁଅ । ଏହାରେ ଝିଅ ଜଣଙ୍କ Vaginoplasty Operation କରିଥିବା କହିଥିଲେ । ଯାହା ଦ୍ୱାରା ତାଙ୍କ ଶରୀରରେ ପରିବର୍ତ୍ତନ ହୋଇଥିଲା । ଯଦି ସେ ଏନେଇ କାହାକୁ କହିବେ ତାହେଲେ ସେ ଆତ୍ମହତ୍ୟା କରିବା ନେଇ ଧମକ ଦେଇଥିଲେ ।

Also Read- Armaan Malik Third Wedding: ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...

ତେବେ ଘଟଣାଟି ସାମ୍ନାକୁ ସେତେବେଳେ ଆସିଲା ଯେତେବେଳେ ପରିବାର ଲୋକେ ଛୁଆ ପାଇଁ ଜିଦ୍ ଧରିଥିଲେ । ଛୁଆ ପାଇଁ ପରିବାର ଲୋକେ ବାରବାର କହିଆସୁଥିଲେ । ତେବେ ବେଶ କିଛି ଦିନ ହେବ କଥାକୁ ଟାଳିବା ପରେ ପରିବାର ଆଗରେ ନିଜ ସ୍ତ୍ରୀର ପୋଲ ଖୋଲିଥିଲା ସ୍ୱାମୀ । ବର୍ତ୍ତମାନ ପୁଅର ପରିବାର ପକ୍ଷରୁ ଛାଡ଼ପତ୍ର ସହ ଝିଅର ମେଡି଼କାଲ ରିପୋର୍ଟ ନେଇ ଦାବି କରାଯାଉଛି । ଏହି ମାମଲା ନେଇ ତଦନ୍ତ ଜାରି ଚାଲିଛି ।