ବିନା ଡକ୍ୟୁମେଣ୍ଟରେ ଲୋନ୍ ନେଉଥିଲେ ସାବଧାନ! ଚୀନ ଠକ ନାଁରେ ଲୁକ ଆଉଟ୍ ସର୍କୁଲାର
Advertisement
Article Detail0/zeeodisha/odisha1261789

ବିନା ଡକ୍ୟୁମେଣ୍ଟରେ ଲୋନ୍ ନେଉଥିଲେ ସାବଧାନ! ଚୀନ ଠକ ନାଁରେ ଲୁକ ଆଉଟ୍ ସର୍କୁଲାର

କ୍ରାଇମ୍‌ବ୍ରାଞ୍ଚର ଅର୍ଥ‌ନୈତିକ ଅପରାଧ ଶାଖା EOWର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲିୟୁ ୟି ସମେତ ତିନି ଚୀନ ନାଗରିକଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। ଠକମାନେ କ୍ରେଡିଟ ଗୋଲ୍ଡ ଲୋନ୍ ଆପ୍ ମାଧ୍ୟମରେ ବେଆଇନ ସଂସ୍ଥା କରି ଲୋକଙ୍କୁ ଲୁଟୁଥିଲେ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ବିନା ଡକ୍ୟୁମେଣ୍ଟରେ ଲୋନ ନେଉଥିଲେ ସାବଧାନ ହୋଇଯାଆନ୍ତୁ। ଆପଣ ସାଇବର ଠକେଇର ଶିକାର ହୋଇପାରନ୍ତି। ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ଠକେଇରେ ଚୀନ ଲିଙ୍କ ରହିଛି। ସ୍ଥାନୀୟ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି।

କ୍ରାଇମ୍‌ବ୍ରାଞ୍ଚର ଅର୍ଥ‌ନୈତିକ ଅପରାଧ ଶାଖା EOWର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲିୟୁ ୟି ସମେତ ତିନି ଚୀନ ନାଗରିକଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। ଠକମାନେ କ୍ରେଡିଟ ଗୋଲ୍ଡ ଲୋନ୍ ଆପ୍ ମାଧ୍ୟମରେ ବେଆଇନ ସଂସ୍ଥା କରି ଲୋକଙ୍କୁ ଲୁଟୁଥିଲେ। ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକ ଠକେଇର ଶିକାର ହୋଇଛନ୍ତି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶରେ ବି ଏହି ରାକେଟ ଚାଲିଛି। ଭାରତୀୟଙ୍କୁ କମ୍ପାନୀର ନିର୍ଦ୍ଦେଶକ କରି ଚୀନ ନାଗରିକମାନେ ଲୋକଙ୍କ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି।

Also Read: Weather Update: ଆଜି ସୀମାନ୍ତରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଗତ ସପ୍ତାହରେ ଚୀନ ଠକ ଲିୟୁ ୟି ସହ ହାତ ମିଶାଇ ଲୋନ୍‌ ଆପ୍‌ ଜରିଆରେ ଠକୁଥିବା ଆଉ ଏକ ଆପ୍‌ର ନିର୍ଦ୍ଦେଶକ ନିତିନ ମଲିକକୁ EOW ଦିଲ୍ଲୀରୁ ଗିରଫ କରିଛି। ଅଭିଯୁକ୍ତ ଗୁଡ୍ ଷ୍ଟାର୍ଟ ବିଜିନେସ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଥିଲେ। ବୁଧବାର ନିତିନକୁ ଦିଲ୍ଲୀ ହରିନଗର ଥାନା ଅଞ୍ଚଳରୁ ଗିରଫ କରିବା ପରେ ତିସ୍ ହଜାରି କୋର୍ଟରେ ହାଜର କରାଯାଇଥିଲା ଓ ସେଠାରୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟକୁ ଅଣାଯାଇଛି। ନିତିନ ରହୁଥିବା ଘରୁ ଚୀନ ପାସ୍‌ପୋର୍ଟ, ଚୀନ ସଂସ୍ଥା ଓ ଟେଲିକମ୍ ସର୍ଭିସ୍‌ ପ୍ରୋଭାଇଡର୍ ସହ ଚୁକ୍ତିନାମା, ଅଶ୍ଳୀଳ ହ୍ବାଟ୍ସଆପ୍ ଓ ଇମେଲ୍ ମେସେଜ୍ ଆଦି ଜବତ କରାଯାଇଛି। ନିତିନକୁ ମିଶାଇ ଇଓଡବ୍ଲୁ ଦ୍ବାରା ଏଭଳି ଠକେଇ କରୁଥିବା ୬ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ନିତିନ, ବିଏସ୍‌ଏନ୍ଏଲ୍, ଏୟାରଟେଲ୍ ଓ ଭୋଡାଫୋନ୍ ଟେଲିକମ୍ ସଂସ୍ଥା ପାଖରୁ ଭର୍ଚୁଆଲ ଫୋନ୍ ନମ୍ବର କିଣିବା ପରେ ଲୋନ୍ ଆପ୍ ପାଇଁ ବ୍ୟବହାର କରୁଥିଲା। ବିଶେଷ କରି ସିମ କାର୍ଡ ଯୋଗାଇବା ନିତିନର ମୁଖ୍ୟ କାମ ଥିଲା। ଏହି ମାମଲାରେ EOW ସ୍କାନରରେ କିଛି ଟେଲିକମ ଅପରେଟର ମଧ୍ୟ ଆସିପାରନ୍ତି ବୋଲି ଇଓଡବ୍ଲୁ ଏସପି କହିଛନ୍ତି। ନିତିନର କଳା କାରବାର ପାଇଁ ସେ ମୁମ୍ବାଇ ପୁଲିସର ଵାଣ୍ଟେଡ୍ ତାଲିକାରେ ଥିବା EOW ତଦନ୍ତରୁ ଜଣାପଡ଼ିଛି। ଚୀନ ଠକ ଲିୟୁ ୟି ବେଙ୍ଗାଲୁରୁରେ ନିଜ କମ୍ପାନୀ ଓମ୍‌ଲେଟ୍‌ ଟେକ୍ନୋଲୋଜି କରିବା ସହ ଭାରତର ପ୍ରାୟ ୧୦ଟି ସଂସ୍ଥାକୁ ତା’ ସହିତ ସାମିଲ୍‌ କରିଥିଲା। ଏହି ରୢାକେଟ୍‌ର ୧୪୧ ବ୍ୟାଙ୍କ ଆକାଉଣ୍ଟରେ ଥିବା ୬ କୋଟି ୫୭ ଲକ୍ଷ ଟଙ୍କା ଅଚଳ କରାଯାଇଛି।

Also Read: ପ୍ରଶ୍ନପତ୍ର ଲିକ୍ ମାମଲା; କୁଚିଣ୍ଡା କଲେଜରେ କେଳେଙ୍କାରୀ! ଏତଲା ଦେଲେ କୁଳପତି

ସୂଚନାଯୋଗ୍ୟ, ଶକ୍ତିପ୍ରସାଦ ଦାଶ ନାମକ ଅଭିଯୋଗକାରୀ ତାଙ୍କ ମୋବାଇଲ୍‌ରେ କ୍ରେଡିଟ୍ ଗୋଲ୍ଡ ଆପ୍ ଡାଉନଲୋଡ୍ କରିବା ପରେ ସେ ଋଣ ବାବଦରେ ୯ ହଜାର ଟଙ୍କା ପାଇଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟ୍‌କୁ ଋଣ ଟଙ୍କା ଆସିବାର ମାତ୍ର ୪ ଦିନ ପରେ ତାଙ୍କୁ ୧୫,୬୦୦ ଟଙ୍କା ସୁଝିବାକୁ କୁହାଯାଇଥିଲା। ପରେ ପରେ ଅଜଣା ନମ୍ବରରୁ ହ୍ବାଟ୍ସଆପ୍, ମେସେଜ୍ ଓ ଫୋନ୍ କଲ୍ ଜରିଆରେ ଟଙ୍କା ସୁଝିବାକୁ ଧମକ ମିଳିଥିଲା। କେବଳ ସେତିକି ନୁହେଁ, ତାଙ୍କ ଫଟୋକୁ ଏଡିଟିଂ ଜରିଆରେ ଅଶ୍ଳୀଳ କରି ତାଙ୍କ ସମ୍ପର୍କୀୟଙ୍କୁ ପଠାଯାଇଥିଲା। ଏନେଇ ଶକ୍ତିପ୍ରସାଦ EOWରେ ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ, ଫୋନ୍ କଲ୍ ଆସିଥିବା ସିମ୍‌ଗୁଡ଼ିକ ଗୁଡ୍ ଷ୍ଟାର୍ଟ ସଂସ୍ଥାର ଥିଲା। ଏହି ସଂସ୍ଥା ରିଜର୍ଭ ବ୍ୟାଙ୍କ ଅଧୀନରେ ନଥିବା ବି ଜଣାପଡ଼ିଥିଲା।