Laxmi Nagar: 'ତୁମେ ମୋ ସହ ରୋମାନ୍ସ କରିବାକୁ ଚାହୁଁଛ କି' ମେସେଜ କରି ଯୁବକଙ୍କଠାରୁ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା
Advertisement
Article Detail0/zeeodisha/odisha1635746

Laxmi Nagar: 'ତୁମେ ମୋ ସହ ରୋମାନ୍ସ କରିବାକୁ ଚାହୁଁଛ କି' ମେସେଜ କରି ଯୁବକଙ୍କଠାରୁ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା

Laxmi Nagar: ସାଇବର ସେଲ୍ କହିଛି ଯେ ସେ ଏହି ଘଟଣାର ଯାଞ୍ଚ କରୁଛି ଓ ଅପରାଧୀଙ୍କୁ ଖୋଜିବା ପାଇଁ ଉଦ୍ୟମ କରାଯାଉଛି । ଯାଞ୍ଚକାରୀମାନେ କହିଛନ୍ତି ଯେ ରେକର୍ଡ ହୋଇଥିବା ଅଶ୍ଳୀଳ ଭିଡିଓ ଦେଖାଇବା ଓ ଲୋକଙ୍କୁ ଆକର୍ଷିତ କରି ଟଙ୍କା ଲୁଟିବା ସାଇବର ଅପରାଧୀଙ୍କ ଏକ ସାଧାରଣ କୌଶଳ ହୋଇଯାଇଛି ।

ସୌ: ସୋସିଆଲ ମିଡିଆ

Crime News In Odia: ଦିଲ୍ଲୀର ଲକ୍ଷ୍ମୀନଗର (Laxmi Nagar) ଅଞ୍ଚଳର ୨୨ ବର୍ଷୀୟ ନାଭିଦ୍ ଖାନ୍ ତାଙ୍କ ମୋବାଇଲ୍ ଫୋନରେ ହ୍ୱାଟସ୍ ଆପରେ ଏକ ମେସେଜ ପାଇଥିଲେ, ଯେଉଁଥିରେ ଲେଖାଥିଲା, "ତୁମେ ମୋ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି କି? 'ହଁ' କିମ୍ବା 'ନା' ଉତ୍ତର ଦିଅନ୍ତୁ । ଖାନ୍ ଯେତେବେଳେ 'ହଁ' ଉତ୍ତର ଦେଲେ, ତାପରେ ଜଣେ ଝିଅ ଭିଡିଓ କଲ କରିଥିଲେ ଓ ଯିଏ ନିଜକୁ ଆଗ୍ରାର ପୂଜା ବୋଲି କହିଥିଲେ ।"

ଖାନ୍ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି, "ଝିଅ ନିଜ ପୋଷାକ କାଢ଼ିବା ଆରମ୍ଭ କଲେ, ମୋତେ ଟ୍ରାଉଜର ମଧ୍ୟ କାଢ଼ିବାକୁ କହିଥିଲେ । ମୁଁ ସଂପୂର୍ଣ୍ଣ ଭାବେ ମୋ ଡ୍ରେସ୍ ଖୋଲି ନଥିଲି, କିନ୍ତୁ ସେ ଏହାକୁ ରେକର୍ଡ କରି ନେଇଥିଲେ । ପରେ ମୁଁ ହ୍ୱାଟସ୍ ଆପରେ ଏକ ଏସଏମଏସ ପାଇଲି ଯେ ସେମାନେ ମୋର ରେକର୍ଡିଂ ସୋସିଆଲ୍ ମିଡିଆ ସାଇଟରେ ସେୟାର କରିବାକୁ ଯାଉଛନ୍ତି ।"

fallback

ଖାନ କହିଛନ୍ତି, “ମୁଁ ଭୟଭୀତ ହୋଇ ମୋ ଫୋନରୁ ହ୍ୱାଟସ୍ ଆପ୍ ଡିଲିଟ୍ କରିଥିଲି ଓ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ମଧ୍ୟ ଡିଲିଟ୍ କରିଥିଲି, କିନ୍ତୁ ପରଦିନ ମୋତେ ଜଣେ ବ୍ୟକ୍ତିଙ୍କଠାରୁ କଲ୍ ଆସିଥିଲା, ​​ଯିଏ ମୋତେ କହିଥିଲେ ଯେ ସେ ଦିଲ୍ଲୀ ପୋଲିସର ସାଇବର ସେଲର ଜଣେ ଅଧିକାରୀ । ସେ କହିଥିଲେ ଯେ ମୋ ବିରୋଧରେ ସେ ଏକ ଅଭିଯୋଗ ଗ୍ରହଣ କରିଛନ୍ତି, ଯାହା ଆଧାରରେ ସେ ୱାରେଣ୍ଟ ଜାରି କରିବାକୁ ଯାଉଛନ୍ତି ।"

ଅଭିଯୋଗ ଅନୁଯାୟୀ, "ନିଜକୁ ସାଇବର ସେଲର ଜଣେ ଅଧିକାରୀ ଭାବରେ ପରିଚିତ କରିଥିବା ବ୍ୟକ୍ତି ଖାନଙ୍କୁ ଏକ ଭିଡିଓ କଲ କରିବାକୁ କହିଥିଲେ, ଯେଉଁଥିପାଇଁ ସେ ତାଙ୍କ ଫୋନରେ ହ୍ୱାଟସ୍ ଆପ୍ ଡାଉନଲୋଡ୍ କରି ତାଙ୍କ ସହ କଥା ହୋଇଥିଲେ । ପରେ ବ୍ୟକ୍ତି ଜଣକ ଭିଡିଓ ଡ଼ିଲିଟି କରିବାରେ ସହାୟତା ପାଇଁ, ମୋନୁ ପଞ୍ଚଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ । ଅଭିଯୋଗ ଅନୁଯାୟୀ, ଯେତେବେଳେ ଖାନ ପଞ୍ଚଲଙ୍କୁ ଫୋନ କରିଥିଲେ, ସେତେବେଳେ ସେ ଏହି କାମ କରିବା ପାଇଁ ୨୧,୮୦୦ ଟଙ୍କା ମାଗିଥିଲେ । ସେ ପ୍ରତିଶୃତି ମଧ୍ୟ ଦେଇଥିଲେ ଯେ ଏହି ଟଙ୍କା ପରେ ଫେରସ୍ତ କରାଯିବ ।"

ନିଜ ଅଭିଯୋଗରେ ଖାନ କହିଛନ୍ତି, “ପଞ୍ଚଲ ମୋତେ ଏକ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ପଠାଇଥିଲେ ଯାହା ଜତିନ୍ କୁକ୍ରେଜାଙ୍କ ନାମରେ ଥିଲା । ମୁଁ ଟଙ୍କା ପଠାଇଲି, କିନ୍ତୁ ମୋତେ ସମାନ ପରିମାଣକୁ ତିନିଥର ୬୪,୫୦୦୦ ଟଙ୍କା ଲେଖାଏଁ ପଠାଇବାକୁ କହିଲେ, କାରଣ ମୋତେ ଆଉ ତିନୋଟି ଭିଡିଓ ଡିଲିଟ୍ କରିବାର ଥିଲା । ମୋତେ ଏହି ରାଶି ଅନ୍ୟ ଏକ HDFC ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ କୁହାଯାଇଥିଲା, ଯାହା ରାମ ଗୋପାଳଙ୍କ ନାମରେ ଥିଲା ।"

fallback

"କିଛି ସମୟ ପରେ ଖାନ ପୁଣିଥରେ ପଞ୍ଚଲଙ୍କଠାରୁ କଲ୍ ପାଇଥିଲେ । ପଞ୍ଚଲ କହିଥିଲେ ଯେ ସେ ସାଇବର ସେଲ ଅଧିକାରୀଙ୍କୁ ଏକ ଇମେଲ ଲେଖିଛନ୍ତି ଓ ଖାନ୍ ଅଧିକାରୀଙ୍କ ସହ କଥା ହେବା ଉଚିତ୍ । ଖାନ କହିଥିଲେ, “ଯେତେବେଳେ ମୁଁ ସାଇବର ସେଲ ଅଫିସରଙ୍କୁ ଫୋନ କଲି, ସେ ମୋତେ ୧.୫ ଲକ୍ଷ ଟଙ୍କା ଅଧିକ ମାଗିଥିଲେ । ମୋର ଅନୁରୋଧ କ୍ରମେ ସେ ରାଶି ହ୍ରାସ କଲେ ଓ ମୁଁ ତାଙ୍କୁ ଟଙ୍କା ଦେଲି, କିନ୍ତୁ ସେ ବାରମ୍ବାର ଅଧିକ ଟଙ୍କା ମାଗି ଚାଲିଥିଲେ ।"

ଖାନ୍ କହିଛନ୍ତି ଯେ ତାଙ୍କୁ ପୋଲିସରେ ମାମଲା ରୁଜୁ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଦେଖାଗଲା ନାହିଁ । ଏ ବାବଦରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି । ସାଇବର ସେଲ୍ କହିଛି ଯେ ସେ ଏହି ଘଟଣାର ଯାଞ୍ଚ କରୁଛି ଓ ଅପରାଧୀଙ୍କୁ ଖୋଜିବା ପାଇଁ ଉଦ୍ୟମ କରାଯାଉଛି । ଯାଞ୍ଚକାରୀମାନେ କହିଛନ୍ତି ଯେ ରେକର୍ଡ ହୋଇଥିବା ଅଶ୍ଳୀଳ ଭିଡିଓ ଦେଖାଇବା ଓ ଲୋକଙ୍କୁ ଆକର୍ଷିତ କରି ଟଙ୍କା ଲୁଟିବା ସାଇବର ଅପରାଧୀଙ୍କ ଏକ ସାଧାରଣ କୌଶଳ ହୋଇଯାଇଛି ।

ଏହା ବି ପଢ଼ନ୍ତୁ: Navjot Singh Sidhu Released: ୧୦ ମାସ ପରେ ପଟିଆଲା ଜେଲରୁ ମୁକ୍ତ ହେଲେ ନବଜୋତ ସିଂ ସିଦ୍ଧୁ, କହିଲେ- 'ଗଣତନ୍ତ୍ର ଭଳି କିଛି ଜିନିଷ ନାହିଁ'