Jharkhand Crime: ଲୋମଟାଙ୍କୁରା: ସ୍ତ୍ରୀକୁ ମାରିଲା ସ୍ୱାମୀ, ଖଣ୍ଡ ଖଣ୍ଡ କରିଦେଲେ ପରିବାର
Advertisement
Article Detail0/zeeodisha/odisha1490849

Jharkhand Crime: ଲୋମଟାଙ୍କୁରା: ସ୍ତ୍ରୀକୁ ମାରିଲା ସ୍ୱାମୀ, ଖଣ୍ଡ ଖଣ୍ଡ କରିଦେଲେ ପରିବାର

Jharkhand Crime: ପୋଲିସ କହିବା ମୁତାବକ ରାବିତାଙ୍କ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିଲା। ଫଳରେ ରାବିତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ୨୦ ଖଣ୍ଡ କରାଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୭ ରୁ ୮ ଖଣ୍ଡ ମୃତଦେହ ମିଳିଛି। ମୁଣ୍ଡ ସହିତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟେଙ୍ଗ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ଏଥିପାଇଁ କୁକୁର ଦ୍ୱାରା ପୋଲିସ ଅଙ୍ଗ ପ୍ରତ୍ୟେଙ୍ଗ ଖୋଜିବାରେ ଲାଗିଛି। କୁହାଯାଉଛି କି ରାବିତାଙ୍କ ହତ୍ୟା ପରେ ମୃତଦେହକୁ କାଟିବା ପାଇଁ ଲୁହା କାଟିବା ମେସିନର ବ୍ୟବହାର କରାଯାଇଛି। ତେବେ ସେହି ମେସିନକୁ ମଧ୍ୟ ଖୋଜୁଛି ପୋଲିସ। 

Jharkhand Crime: ଲୋମଟାଙ୍କୁରା: ସ୍ତ୍ରୀକୁ ମାରିଲା ସ୍ୱାମୀ, ଖଣ୍ଡ ଖଣ୍ଡ କରିଦେଲେ ପରିବାର

Jharkhand Crime: ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ଓ୍ୱାଲେକର ହତ୍ୟାକାଣ୍ଡ ( Shraddha walker Murder Case) ଦେଶରେ ଚର୍ଚ୍ଚାରେ ରହିଛି। ଏହି ଚର୍ଚ୍ଚା ଥମିନଥିବା ବେଳେ ଆଉ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ଝାଡ଼ଖଣ୍ଡର (Jharkhand Crime) ସାହିବଗଞ୍ଜ ସ୍ଥିତ ବୋରିଆ ଅଞ୍ଚଳରୁ ଆସିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ପୋଲିସ ପ୍ରାରମ୍ଭିକ ତଦନ୍ତ ପରେ ରାବିତା ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯିବା ସହିତ ତାଙ୍କ ମୃତଦେହକୁ ୨୦ ରୁ ଅଧିକ ଖଣ୍ଡ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତ ରାବିତାଙ୍କ ସ୍ୱାମୀ ତଥା ପ୍ରେମିକ ଦିଲଦାରର ମାମୁଁ ମୋଇନୁଲ ହକ ଘଟଣା ପରଠାରୁ ଫେରାର ରହିଥିବା ପୋଲିସ କହିଛି। ସେପଟେ ପୋଲିସ ମୃତ ରାବିତାଙ୍କ ସ୍ୱାମୀ ଦିଲଦାର ଅଂସାରୀ ଓ ଶାଶୁ ମରିୟମ ଖାତୁନଙ୍କ ସହିତ ମୋଟ ୭ ଜଣଙ୍କୁ ପୋଲିସ ଗିରଫ କରିଛି। 

ପୋଲିସ କହିବା ମୁତାବକ ରାବିତାଙ୍କ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିଲା। ଫଳରେ ରାବିତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ୨୦ ଖଣ୍ଡ କରାଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୭ ରୁ ୮ ଖଣ୍ଡ ମୃତଦେହ ମିଳିଛି। ମୁଣ୍ଡ ସହିତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟେଙ୍ଗ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ଏଥିପାଇଁ କୁକୁର ଦ୍ୱାରା ପୋଲିସ ଅଙ୍ଗ ପ୍ରତ୍ୟେଙ୍ଗ ଖୋଜିବାରେ ଲାଗିଛି। କୁହାଯାଉଛି କି ରାବିତାଙ୍କ ହତ୍ୟା ପରେ ମୃତଦେହକୁ କାଟିବା ପାଇଁ ଲୁହା କାଟିବା ମେସିନର ବ୍ୟବହାର କରାଯାଇଛି। ତେବେ ସେହି ମେସିନକୁ ମଧ୍ୟ ଖୋଜୁଛି ପୋଲିସ। 

ଦୀର୍ଘ ସମୟରୁ ଦିଲଦାର ସହିତ ସମ୍ପର୍କରେ ରହିଥିଲା ରାବିତା
ରାବିତା ହତ୍ୟାକାଣ୍ଡ ମାମଲାରେ ପ୍ରାଥମିକ ତଦନ୍ତ ପରେ ମିଳିଥିଲା ସୂଚନା ଅନୁଯାୟୀ ବୋରିଆ ଥାନା ଅନ୍ତର୍ଗତ ମଠିୟୋ ଡାଣ୍ଡିଆ ପାହାଡ ଅଞ୍ଚଳରେ ରହୁଥିବା ରାବିଆଙ୍କର ବୋରିୟୋ ବେଲ ଟୋଲାର ବାସିନ୍ଦା ମହମ୍ମଦ ମୁସ୍ତକିମଙ୍କ ପୁଅ ଦିଲଦାର ଅଂସାରୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ସବୁଠାରୁ ବଡ଼ କଥା ହେଉଛି କି ଦିଲଦାର ପୂର୍ବରୁ ମଧ୍ୟ ବିବାହିତ ରହିଥିଲା। କୁହାଯାଉଛି କି ଦିଲଦାରଙ୍କ ପରିବାର ସଦସ୍ୟ ରାବିତାଙ୍କ ସହିତ ଥିବା ପ୍ରେମ ସମ୍ପର୍କକୁ ନେଇ ଖୁସି ନଥିଲେ। ଏଥିପାଇଁ ରାବିତା ସହିତ ବିବାହ କହି ପରିବାର ଠାରୁ ଦୂରରେ ରହୁଥିଲା ଦିଲଦାର। ନିକଟସ୍ଥ ବୋରିଆ ସାନ୍ତାଳିସ୍ଥିତ ହେମନ୍ତି ମୁର୍ମୁଙ୍କ ଏକ ଘରେ ଭଡ଼ା ନେଇ ଉଭୟ ରାବିତା ଓ ଦିଲଦାର ରହି ଆସୁଥିଲେ।  ଘର ମାଲିକ ହେମନ୍ତିଙ୍କ କହିବା ମୁତାବକ ରାବିତା ମାତ୍ର ଗୋଟିଏ ସପ୍ତାହ ତାଙ୍କ ଘରେ ରହିଥିଲା। ଦିଲଦାର କିନ୍ତୁ ଗୋଟିଏ ମାସର ଘର ଭଡ଼ା ଦେଇଥିଲା। ପୁରା ୨ ହଜାର ଟଙ୍କା ତାଙ୍କୁ ଦେଇଥିବା ନେଇ ହେମନ୍ତି କହିଥିଲେ। ତେବେ ଗୋଟିଏ ସପ୍ତାହ ପରେ ରାବିତାଙ୍କୁ ନେଇ ଦିଲଦାର ନିଜ ଘରକୁ ଚାଲି ଯାଇଥିଲା। ସେଠାରେ ମୁଖ୍ୟ ଅଭିଯୁକ୍ତ ତଥା ଦିଲଦାରର ମାମୁଁ ମୋଇନୁଲ ଅଂସାରୀଙ୍କ ଘରକୁ ପଠାଇ ଦିଆଯାଇଥିଲା ଦିଲଦାର ଓ ରାବିତାଙ୍କୁ। 

ଶୁକ୍ରବାର ଭାଇ ଘରକୁ ଯାଇଥିଲେ ରାବିତାଙ୍କ ଶାଶୁ
କୁହାଯାଉଛି ରାବିତାଙ୍କ ଶାଶୁ ମରିୟମ ଗତ ଶୁକ୍ରବାର ନିଜ ଭାଇ ମୋଇନୁଲଙ୍କ ଘରକୁ ଯାଇଥିଲେ। ସେଠାରେ ଶନିବାର ସନ୍ଧ୍ୟାରେ ବୋରିଆ ସାନ୍ତାଳୀଙ୍କର ନିର୍ମାଣଧୀନ ଅଙ୍ଗନବାଡ଼ି କେନ୍ଦ୍ର ପଛପଟେ କିଛି ମଣିଷ ହାଡ଼ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ପ୍ରଦାନ କରିଥିଲେ। ଖବର ପାଇଁ ସ୍ଥାନୀୟ ଥାନା ପ୍ରଭାରୀ ଜଗନ୍ନାଥ ପାନ, ଏଏସଆଇ କରୁଣା କୁମାର ରାୟଙ୍କୁ ଧରି ଦଳବଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ। ତଦନ୍ତ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ୩ ଶହ ମିଟର ଦୂରରେ ପଡ଼ି ରହିଥିବା ଏକ ବନ୍ଦ ଘର ମଧ୍ୟରୁ ମଣିଷର ଅଙ୍ଗପ୍ରତ୍ୟେଙ୍ଗର ଟୁକୁଡ଼ା ଅଂଶ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ଅଭିଯୁକ୍ତ ଦିଲଦାର ଉକ୍ତ ଅଂଶବିଶେଷ ରାବିତାଙ୍କର ବୋଲି ଚିହ୍ନଟ କରିଥିଲେ। ଏହି ସୂଚନା ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବିଜୁଳିବେଗରେ ବ୍ୟାପିଯାଇଥିଲା। ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅନୁରଞ୍ଜନ କିସ୍ପୋଟ୍ଟା ଓ ଏସଡିପିଓ ରାଜେନ୍ଦ୍ର ଦୁବେ ଘଟଣାସ୍ଥଳରେ ପହଞ୍ଚିବା ସହିତ ରାବିତାଙ୍କ ସ୍ୱାମୀ ଦିଲଦାର ଅସାଂରୀଙ୍କ ସହିତ ତାଙ୍କର ସମ୍ପର୍କୀୟ ମାନଙ୍କ ଘରେ ଚଢାଉ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ମୋଇନୁଲ୍ ହକଙ୍କ ଘରେ ଚଢାଉ ସମୟରେ ହତ୍ୟାରେ ବ୍ୟବହୃତ ଦୁଇଟି ମାରଣାସ୍ତ୍ର ଜବତ କରିଥିଲେ। 

ସେପଟେ ପୋଲିସ ଚଢାଉ ପରେ ରାବିତାଙ୍କ ସ୍ୱାମୀ ଦିଲଦାରଙ୍କ ସହିତ ଶ୍ୱଶୂର ମୁସ୍ତକିମ ଅଂସାରୀ, ଶାଶୁ ମରିୟମ ଖାତୁନ, ଦିଲଦାରଙ୍କ ପ୍ରଥମ ସ୍ତ୍ରୀ ଗୁଲେରା, ଦିଲଦାରଙ୍କ ଭାଇ ଅମୀର ଅଂସାରୀ, ମହତାବ ଅଂସାରୀ ଓ ଭଉଣୀ ଶାରେଜା ଖାତୁନଙ୍କୁ ଗିରଫ କରି ହେପାଜତକୁ ନେଇଥିଲା। ଏମାନଙ୍କୁ ବର୍ତ୍ତମାନ ଜେରା କରୁଛି ପୋଲିସ। ପୋଲିସ ରାବିତାଙ୍କ ଶରୀରର ଯେଉଁ ସବୁ ଅଙ୍ଗ ପ୍ରତ୍ୟେଙ୍ଗ ଜବତ କରିଛି ତାହା ମଧ୍ୟରେ ଗୋଟିଏ ଆଙ୍ଗୁଠି, କାନ୍ଧର ଏକ ଅଂଶ, ପିଠିର ତଳ ଅଂଶ, ହାତର ଗୋଟିଏ ଅଂଶ, ପେଟର କିଛି ଅଂଶ ଜବତ କରିଛି ପୋଲିସ। ଡଗସ୍କ୍ୱାଡ଼ ଜରିଆରେ ଅନ୍ୟ ଅଂଶ ଖୋଜିବାରେ ଲାଗି ପଡ଼ିଛି ପୋଲିସ।