ଗୁଣି-ଗାରେଡି ସନ୍ଦେହରେ ୩ ଜଣ ମହିଳାଙ୍କୁ ପିଟିପିଟି ହତ୍ୟା, ୮ ଜଣ ଗିରଫ
Advertisement

ଗୁଣି-ଗାରେଡି ସନ୍ଦେହରେ ୩ ଜଣ ମହିଳାଙ୍କୁ ପିଟିପିଟି ହତ୍ୟା, ୮ ଜଣ ଗିରଫ

Jharkhand Triple Murder: ଗୁଣି-ଗାରେଡି ସନ୍ଦେହରେ ହତ୍ୟା କରିବା ଝାଡ଼ଖଣ୍ଡର ଏକ ପ୍ରମୁଖ ସାମାଜିକ ଘଟଣା ଅଟେ । ଏନସିଆରବି ଅନୁଯାୟୀ, ୨୦୦୧ ରୁ ୨୦୨୦ ମଧ୍ୟରେ ଗୁଣି-ଗାରେଡି ସନ୍ଦେହରେ ମୋଟ ୫୯୦ ଜଣଙ୍କୁ ହତ୍ୟା କରାଯାଇଛି, ସେଥି ମଧ୍ୟରୁ ଅଧିକାଂଶ ମହିଳା ଥିଲେ ।

ସୌ: ସୋସିଆଲ ମିଡିଆ

Jharkhand: ଝାଡଖଣ୍ଡର ରାଞ୍ଚି ଜିଲ୍ଲାର ଏକ ଗାଁରେ ଟ୍ରିପଲ ମର୍ଡର (Triple Murder) ଘଟଣାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଗୁଣି-ଗାରେଡି (Black magic) କରୁଥିବା ସନ୍ଦେହ କରି ଏଠାରେ ତିନିଜଣ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ୮ ଜଣ ଲୋକଙ୍କୁ ଗିରଫ କରିଛି ।

ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କୌଶଲ କିଶୋର ମଙ୍ଗଳବାର ଦିନ କହିଛନ୍ତି ଯେ ସୋନାହପୁଟ ପୋଲିସ ଷ୍ଟେସନ ଅନ୍ତର୍ଗତ ରନଡିହ ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସ୍ୱାମୀ ଓ ପୁଅଙ୍କ ସମେତ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏସଏସପି କହିଛନ୍ତି ବାକି ଲୋକଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଆଠ ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ କହିଛି ଯେ ଗାଁର କିଛି ଲୋକ ତିନିଜଣ ମହିଳାଙ୍କୁ ବାଡ଼ିରେ ନିର୍ମମ ଭାବରେ ପିଟିଥିଲେ । ସେମାନେ ସନ୍ଦେହ କରିଥିଲେ ଯେ ଏହି ତିନିଜଣ ମହିଳା ଗୁଣି-ଗାରେଡି କରୁଥିଲେ । ଅଭିଯୋଗ ହୋଇଛି ଯେ ମହିଳାଙ୍କ ମୃତ୍ୟୁ ପରେ ଏହି ଲୋକମାନେ ମୃତଦେହକୁ ଗାଁ ନିକଟ ପାହାଡ ଅଞ୍ଚଳରେ ଫିଙ୍ଗି ଦେଇଥିଲେ । ରବିବାର ଦିନ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସୋମବାର ଦିନ ତୃତୀୟ ମୃତଦେହକୁ ଉଦ୍ଧାର କରାଯାଇଛି ।

ରବିବାର ଅପରାହ୍ନରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସପି ନୌଶାଦଙ୍କ ଅନୁଯାୟୀ, ଗୁଣି ଗାରେଡି ସନ୍ଦେହରେ ଏହା ହତ୍ୟା ହୋଇଛି ବୋଲି ଜଣାପଡିଛି । ମୃତ ମହିଳାଙ୍କ ମଧ୍ୟରୁ ଜଣକ ନାମ ରେଲୁ ଦେବୀ (୪୫) ଓ ଅନ୍ୟଜଣକ ନାମ ଧୋଲି ଦେବୀ (୬୫) ବୋଲି ଜଣାପଡିଛି । ଶନିବାର-ରବିବାରର ମଧ୍ୟବର୍ତ୍ତୀ ରାତିରେ ସେମାନଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ତୃତୀୟ ମହିଳାଙ୍କ ପରିଚୟ ହସ୍ତଗତ ହୋଇପାରନାହିଁ ।

ପୋଲିସ କହିଛି ଯେ ତାଙ୍କୁ ମାରିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି । କାରଣ ଜଣେ ମହିଳାଙ୍କ ଝିଆରୀ ଦ୍ୱାରା ପଂଜିକୃତ କରାଯାଇଥିବା ଏଫଆଇଆରରେ ମଧ୍ୟ ତାଙ୍କ ପତିଙ୍କ ନାମ ଅଭିଯୁକ୍ତ ଭାବରେ ନାମିତ କରଯାଇଥିଲା ।

ଗୁଣି-ଗାରେଡି ସନ୍ଦେହରେ ହତ୍ୟା କରିବା ଝାଡ଼ଖଣ୍ଡର ଏକ ପ୍ରମୁଖ ସାମାଜିକ ଘଟଣା ଅଟେ । ଏନସିଆରବି ଅନୁଯାୟୀ, ୨୦୦୧ ରୁ ୨୦୨୦ ମଧ୍ୟରେ ଗୁଣି-ଗାରେଡି ସନ୍ଦେହରେ ମୋଟ ୫୯୦ ଜଣଙ୍କୁ ହତ୍ୟା କରାଯାଇଛି, ସେଥି ମଧ୍ୟରୁ ଅଧିକାଂଶ ମହିଳା ଥିଲେ ।

ଏହା ବି ପଢ଼ନ୍ତୁ: ଏକାଦଶ ଶ୍ରେଣୀର ଝିଅ ଜନ୍ମ ଦେଲା ଶିଶୁ, ଦଶମ ଛାତ୍ରଙ୍କୁ ହେପାଜତକୁ ନେଲା ପୋଲିସ

ଏହା ବି ପଢ଼ନ୍ତୁ: Suresh Raina Retirement: 'କ୍ରିକେଟ୍' ଖେଳିବା ପାଇଁ କ୍ରିକେଟରୁ ଅବସର ସୁରେଶ ରାଇନା

ଏହା ବି ପଢ଼ନ୍ତୁ: India-Bangladesh relations: ମଜବୁତ ହେବ ଭାରତ-ବାଂଲାଦେଶ ସମ୍ପର୍କ, ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ହେଲା ୭ ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି