Hyderabad Student Suicide: କ୍ଲାସ୍ ରୁମରେ ଝୁଲି ପଡ଼ିଲେ ଛାତ୍ର, ପଛରେ ଥିଲା ଏହି କାରଣ..
Advertisement

Hyderabad Student Suicide: କ୍ଲାସ୍ ରୁମରେ ଝୁଲି ପଡ଼ିଲେ ଛାତ୍ର, ପଛରେ ଥିଲା ଏହି କାରଣ..

Hyderabad Student Suicide: ହ୍ରାଇଦାବାଦରେ ଏକ ନାବାଳକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ୧୬ ବର୍ଷୀୟ ଏହି ଛାତ୍ର ଜଣକ ଶ୍ରେଣୀଗୃହରେ ଝୁଲିପଡ଼ିଥିବା ସୂଚନା ରହିଛି । ଏନେଇ ପୋଲିସ ଖୋଲତାଡ଼ ଆରମ୍ଭ କରିଛି ।

ସୌ(ସୋସିଆଲ ମିଡିଆ)

Hyderabad Student Suicide: ହ୍ରାଇଦାବାଦରେ ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଏହି ନାବାଳକ ଛାତ୍ର ଜଣଙ୍କ ଆବାସିକ ବିଦ୍ୟାଳୟରେ ପଢୁଥିଲେ । ସେ ଶ୍ରେଣୀଗୃହରେ ଫାଶୀ ଲଗାଇ ଆତ୍ମହତ୍ୟା(Suicide) କରିଛନ୍ତି । ଛାତ୍ରଙ୍କ ସହପାଠୀ ଶ୍ରେଣୀଗୃହକୁ ଯିବା ବେଳେ ସେ ନାବାଳକଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଏନେଇ ସେ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ କହିଛି ଯେ ମୃତ ଛାତ୍ର ଜଣକ ସ୍କୁଲ ନିକଟ ସହରର ବାସିନ୍ଦା ଅଟନ୍ତି, ସେ ପୋଷାକ ଶୁଖାଯାଉଥିବା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଯାଏଁ କୌଣସି ସୁଇସାଇଡ଼ ନୋଟ ମିଳିନଥିବା ବେଳେ ପ୍ରତ୍ୟେକ ଦିଗରୁ ଖୋଲତାଡ଼ ଜାରି ରହିଛି ।

ସୂଚନା ଅନୁଯାୟୀ, ଛାତ୍ର ଜଣକ ପ୍ରତିଯୋଗିତାମୂଳକ ପରୀକ୍ଷା ନେଇ ପ୍ରସ୍ତୁତି କରୁଥିଲେ । ଘଟଣା ଦିନ ସ୍କୁଲ ଶେଷ ହେବାପରେ ସେ ନିଖୋଜ ଥିଲେ । ରାତି ପ୍ରାୟ ୧୦ଟା ବେଳେ ଛାତ୍ରଙ୍କ ସହପାଠୀ ଶ୍ରେଣୀଗୃହ ଭିତରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ସେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡା଼କ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଭଲ ମାର୍କ ରଖିବା ଚାପ ଯୋଗୁଁ ସେ ଏଭଳି ପଦକ୍ଷେପ ନେଇଥିବା ଛାତ୍ରଙ୍କ ସହପାଠୀ ଅଭିଯୋଗ କରିଛନ୍ତି । ଘଟଣା ପରେ ପରିବାର ଲୋକଙ୍କ ପକ୍ଷରୁ ବିଦ୍ୟାଳୟ ଆଗରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟ ଦାବି କରିଥିଲେ । ଏହି ସମୟରେ ପରିସ୍ଥିତି ଅସମ୍ଭାଳ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ବିଦ୍ୟାଳୟକୁ ଅନୋପଚାରିକ ଭାବେ ଛୁଟି ଘୋଷଣା କରିବା ସହ ସମସ୍ତ ଛାତ୍ରଙ୍କୁ ଘରକୁ ପଠାଇଦେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସ୍କୁଲ ୱାର୍ଡ଼େନ ଏନେଇ ଖବର ପାଇବା ପରେ କ’ଣ ପାଇଁ ଆମ୍ବୁଲାନ୍ସକୁ ଡାକାଇନଥିଲେ ? କ'ଣ ପାଇଁ ଛାତ୍ରଙ୍କ ସହ ଅନ୍ୟ କୌଣସି ସହପାଠୀ ଓ ୱାର୍ଡ଼େନ ହସ୍ପିଟାଲ ଯାଇନଥିଲେ ? ତେବେ ସମସ୍ତ ଦିଗକୁ ଦୃଷ୍ଚିରେ ରଖି ପୋଲିସ ଖୋଲତାଡ଼ ଜାରି ରଖିଛି ।

Also Read-Sambalpur News: ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଗତ ସପ୍ତାହରେ ତେଲେଙ୍ଗନାରେ ଛାତ୍ର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହା ଉଭୟ ଅଭିଭାବକ ଓ ଶିକ୍ଷାନୁଷ୍ଠାନ ଅଧିରାକରୀଙ୍କ ଚିନ୍ତା ବଢାଇଛି । ପ୍ରକାଶ ଥାଉ କି, ନିକଟରେ ଗତ ରବିବାର ଦିନ ବେଙ୍ଗାଲୁରୁର ଜଣେ ଇଂଜିନିୟର ଛାତ୍ରଙ୍କ କିଛି ଅନ୍ତରଙ୍ଗ ଫଟୋ ତାଙ୍କ ବନ୍ଧୁ ଲିକ୍ କରିଦେଇଥିବାରୁ ସେ  ଆତ୍ମହତ୍ୟା କରିଥିଲେ । ଅନ୍ୟପଟେ, ଜଣେ ସ୍ନାତକୋତ୍ତ ଡ଼ାକ୍ତରୀ ଛାତ୍ରୀ ଗତବର୍ଷ ଡ଼ିସେମ୍ବରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ରବିବାର ଦିନ ହ୍ରାଇଦାବାଦର ଏକ ଡା଼କ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି । ତେବେ ସର୍ବଶେଷ ସରକାରୀ ଆକଳନ ଅନୁଯାୟୀ, ୨୦୨୧ ମସିହାରେ ଦେଶରେ ୧,୬୪,୦୩୩ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି ।