Crime News: ଯୌତୁକ ଆଣି ନ ଥିବାରୁ ବୋହୂକୁ ଉଲଗ୍ନ କରି ରଖୁଥିଲେ ଶାଶୁଘର ଲୋକେ, ଦେଉଥିଲେ ପ୍ରତିଦିନ ଚେଙ୍କ
Advertisement

Crime News: ଯୌତୁକ ଆଣି ନ ଥିବାରୁ ବୋହୂକୁ ଉଲଗ୍ନ କରି ରଖୁଥିଲେ ଶାଶୁଘର ଲୋକେ, ଦେଉଥିଲେ ପ୍ରତିଦିନ ଚେଙ୍କ

Domestic Violence Case: ଉତ୍ତରପ୍ରଦେଶ କାନପୁରରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ମହିଳା ଜଣକ ତାଙ୍କ ଶାଶୁଘର ବିରୋଧର ଗୁରୁତର ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଯୌତୁକ ପାଇଁ ସ୍ବାମୀ ଓ ତାଙ୍କ ଶାଶୁଘର ଲୋକେ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହ ତାଙ୍କୁ ଘରେ ଉଲଗ୍ନ କରି ରଖୁଛନ୍ତି। ଏବଂ ତାଙ୍କ ସ୍ବାମୀ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଇଟରରେ ଜଳାଉଛନ୍ତି। ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣକ ଥାନାର ଦ୍ବାରସ୍ତ ହୋଇଥିବା କହିଛନ୍ତି । 

Crime News: ଯୌତୁକ ଆଣି ନ ଥିବାରୁ ବୋହୂକୁ ଉଲଗ୍ନ କରି ରଖୁଥିଲେ ଶାଶୁଘର ଲୋକେ, ଦେଉଥିଲେ ପ୍ରତିଦିନ ଚେଙ୍କ

Domestic Violence Case: ଉତ୍ତରପ୍ରଦେଶ କାନପୁରରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।  ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ମହିଳା ଜଣକ ତାଙ୍କ ଶାଶୁଘର ବିରୋଧର ଗୁରୁତର ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଯୌତୁକ ପାଇଁ ସ୍ବାମୀ ଓ ତାଙ୍କ ଶାଶୁଘର ଲୋକେ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହ ତାଙ୍କୁ ଘରେ ଉଲଗ୍ନ କରି ରଖୁଛନ୍ତି। ଏବଂ ତାଙ୍କ ସ୍ବାମୀ  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଇଟରରେ ଜଳାଉଛନ୍ତି। ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣକ ଥାନାର ଦ୍ବାରସ୍ତ ହୋଇଥିବା କହିଛନ୍ତି । ଏନେଇ କାନପୁର ଗୋବିନ୍ଦ ନଗର ପୋଲିସ ଷ୍ଟେସନରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସମେତ ମୋଟ ପାଞ୍ଚ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। 

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସେ ଯୌତୁକ ଆଣି ନ ଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଘରେ ଉଲଗ୍ନ କରି ରଖୁଥିଲେ । ଏହି କାରଣରୁ ସେ ଡିପ୍ରେସନକୁ ଚାଲି ଯାଇଥିଲେ। କେବଳ ଏତିକି ନୁହେଁ,ଅନେକ ଦିନ ପର୍ଯ୍ୟନ୍ତ ଘରେ ତାଙ୍କୁ ତାଲା ପକାଇ ପଳାଇ ଯାଉଥିଲା। ଏବଂ ଏ ବିଷୟରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଉଥିଲେ। ଏ ବାବଦରେ କିଛି କହିଲେ ଜୀବନରୁ ମାରି ଦେବାକୁ ତାଙ୍କ ସ୍ବାମୀ ତାଙ୍କୁ ଧମକ ମଧ୍ୟ ଦେଉଥିଲେ। 

Also Read: Crime News: ଦୁଷ୍କର୍ମକାରୀର ଛିଣ୍ଡା ଓଠକୁ ବିଲରୁ ପାଇଲା ପୋଲିସ, ଜାଣନ୍ତୁ ପୂରା ଘଟଣାକ୍ରମ

Also Read:  Crime News: ଲଜ୍ଜ୍ୟା, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ଏମିତି ହତ୍ୟା କଲା ନାବାଳକ

ମହିଳା ଜଣକ ତାଙ୍କ ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ, ୨୦୨୦ ମସିହାରେ ତାଙ୍କ ପିତା ତାଙ୍କ ବିବାହ ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିଛି ଦିନ ପରେ ଶାଶୁଘରେ ତାଙ୍କୁ ପୁଣି ବାପଘରୁ ଟଙ୍କା ଆଣିବାକୁ କହି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଯେତେବେଳେ ମହିଳା ଗର୍ଭବତୀ ହେଲେ, ସେମାନେ ତାଙ୍କୁ ବଳପୂର୍ବକ ଡାକ୍ତରଙ୍କ ନିକଟକୁ ନେଇଗଲେ ଏବଂ ସେଠାରେ ମଧ୍ୟ ତାଙ୍କର ଗର୍ଭପାତ କରାଇଥିଲେ । ଏହା ବ୍ୟତୀତ ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଦିଅର ମଧ୍ୟ ତାଙ୍କୁ ଅସଦାଚରଣ କରିଛନ୍ତି। ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି । ଏ ବାବଦରେ ସେ ନିଜ  ସ୍ବାମୀଙ୍କୁ କହିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। କିନ୍ତୁ ସମାଧାନ ହେଉ ନଥିଲା।  ତେବେ ମହିଳା ଜଣକଙ୍କର ବୃଦ୍ଧ ପିତାମାତାଙ୍କ ଛଡା ଆଉ କେହି ନ ଥିବାରୁ ବାଧ୍ୟ ହୋଇ ସେ ଚୁପ ରହୁଥିଲେ। କିନ୍ତୁ ଅତ୍ୟାଚାର ଅସହ୍ୟ ହେବାରୁ ବାଧ୍ୟ ହୋଇ ସେ ପୋଲିସ ନିକଟକୁ ଆସିଥିବା କହିଛନ୍ତି ।

Also Read: Crime News: ତନ୍ତ୍ରବିଦ୍ୟା ସିଦ୍ଧି ପାଇଁ ମହିଳାଙ୍କୁ ୫୬ ଖଣ୍ଡ କରି ମାଂସ ଖାଇଲେ ହତ୍ୟାକାରୀ,ପଢ଼ନ୍ତୁ ଅନ୍ଧବିଶ୍ୱାସର ଲୋମ ଟାଙ୍କୁରା ମାମଲା