Hibiscus Benefits: କେବଳ କେଶ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ଏହିସବୁ ଲାଭ ଦେଇଥାଏ ମନ୍ଦାର ଫୁଲ!
Advertisement

Hibiscus Benefits: କେବଳ କେଶ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ଏହିସବୁ ଲାଭ ଦେଇଥାଏ ମନ୍ଦାର ଫୁଲ!

Hibiscus Benefits:- ମନ୍ଦାର ଫୁଲ କେଶ ସହ ଶରୀର ପାଇଁ ମଧ୍ଯ ବେଶ ଲାଭଦାୟୀ ହୋଇଥାଏ । ଏହାର ସେବନ ଦ୍ବାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ମନ୍ଦାର ଫୁଲର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଅବଗତ ନୁହଁନ୍ତି, ତେବେ ଏହାର କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ ଜାଣି ରଖନ୍ତୁ ।

ସୌ(ସୋସିଆଲ ମିଡିଆ)

Hibiscus Benefits:- ମନ୍ଦାର ଫୁଲ (Hibiscus Flower) ତ ପ୍ରାୟ ସମସ୍ତେ ଦେଖିଥିବେ ନିଶ୍ଚୟ । ସାଧାରଣତଃ ଏହି ଫୁଲ ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳିଥାଏ । ଏହା ମୁଖ୍ୟତଃ ହିନ୍ଦୁ ଦେବଦେବୀମାନଙ୍କର ପୂଜାରେ ଲାଗିଥାଏ । ଏହା ସବୁ ଋତୁରେ ଫୁଟିଥାଏ। ଏହି ଗଛ ସାଧାରଣତଃ ଦେଖିବାକୁ ଝଙ୍କାଳିଆ ହୋଇଥାଏ । ମନ୍ଦାର ଗଛ ବହୁତ ବର୍ଷ ବଞ୍ଚିଥାଏ । ଏହି ଗଛ ମୁଖ୍ୟତଃ ପୂର୍ବ ଏସିଆରେ ଦେଖିବାକୁ ମିଳେ । ମନ୍ଦାର ଏକ ଦ୍ରୁମ ଜାତୀୟ ଉଦ୍ଭିଦ ଅଟେ। ଏହା ଏକ ସୁନ୍ଦର ଫୁଲ ଭାବେ ମଧ୍ୟ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ କୁଞ୍ଚୁ-କୁଞ୍ଚିଆ ହୋଇଥାଏ। ଫୁଲ ଗୁଡ଼ିକ ଗୋଟିକିଆ ହୋଇ ଫୁଟେ। ଏହାର କଢ଼ି ସକାଳୁ ଟିକେ ଟିକେ ଖୋଲିବାକୁ ଆରମ୍ଭ କରେ ପରେ ବାୟୁମଣ୍ଡଳର ତାପମାତ୍ରା ବଢିବା ସହିତ ଏହା ପୂରା ଖୋଲିଯାଏ। ଏହି ଫୁଲରେ ବହୁ ଔଷଧୀୟ ଗୁଣ ରହିଥାଏ । ଯାହା ଆପଣଙ୍କ କେଶ ସହ ଶରୀର ପାଇଁ ମଧ୍ଯ ବେଶ ଲାଭଦାୟୀ ହୋଇଥାଏ । ଏହାର ସେବନ ଦ୍ବାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ମନ୍ଦାର ଫୁଲର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଅବଗତ ନୁହଁନ୍ତି, ତେବେ ଏହାର କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ ଜାଣି ରଖନ୍ତୁ-

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ

ବର୍ତ୍ତମାନ ସମୟରେ ମେଦବହୁଳତା (Metabolism) ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବହୁ ଲୋକେ ନିଜ ଓଜନ କମାଇବା ଲାଗି ନାନାଦି ପ୍ରକାର ଡାଏଟ୍ ଫଲୋ କରିଥାଆନ୍ତି । ଯଦି ଆପଣ ଦୀର୍ଘ ଦିନରୁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତାହାଲେ ମନ୍ଦାର ଫୁଲ (Hibiscus flower) ଆପଣଙ୍କ ଲାଗି ସହାୟକ ହୋଇପାରିବ । ଓଜନ କମ (weight loss) କରିବାକୁ ଚାହୁଁଥିଲେ ମନ୍ଦାର ଗଛର ପତ୍ରକୁ ବାଟି ଏହାର ସେବନ କରନ୍ତୁ । ଏହା କେବଳ ଆପଣଙ୍କ ଶରୀରକୁ ଶକ୍ତି ଦେବ ତାହା ନୁହେଁ ଏହାକୁ ପିଇବା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ମନ୍ଦାର ଫୁଲ ଖାଇବା ଦ୍ୱାରା ଚର୍ବି କମିଥାଏ । ଏହି ପଦ୍ଧତିରେ ଆପଣ ନିଜ ଓଜନକୁ କମ୍ କରିପାରିବେ ।

ତ୍ବଚାରେ ବଜାଇ ରଖିଥାଏ ଚମକ

ବୟସ ବଢିବା ସହିତ ମୁହଁରେ ଲିଙ୍କଲ (wrinkles) ଆସିବା ଆରମ୍ଭ ହୋଇଥାଏ । ବିଶେଷ କରି, ମହିଳାମାନେ ଏହାକୁ ନେଇ ଚିନ୍ତିତ ଥାଆନ୍ତି । ଏପରି ପରିସ୍ଥିତିରେ, ମନ୍ଦାର ଫୁଲ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ସାବ୍ୟସ୍ତ ହୋଇପାରିବ। ଏହି ଫୁଲରେ ବହୁ ପରିମାଣର ଆଣ୍ଟି ଏଜିଙ୍ଗି (anti ageing) ଉପାଦାନ ରହିଥାଏ, ଯାହା ଆପଣଙ୍କ ସୌନ୍ଦର୍ଯ୍ୟକୁ ସୁରକ୍ଷା ପ୍ରଦାନ କରିଥାଏ । ଖାଲି ଏତିକି ନୁହେଁ ଏହା ରେଡିକାଲରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ବୃଦ୍ଧାବସ୍ଥାରେ ଯବାନ ଦେଖାଯିବାକୁ ଚାହାଁନ୍ତି, ତେବେ ଆପଣ ମନ୍ଦାର ଫୁଲ ବ୍ୟବହାର କରି ଏହି ଲାଭ ପାଇପାରିବେ ।

ଶରୀରରେ ଆଇରନ ଅଭାବକୁ କରିଥାଏ ଦୂର

ଯଦି ଆପଣ ରକ୍ତହୀନତା (Anemia) ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ ମନ୍ଦାର ଫୁଲ (Hibiscus flower) ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ବାସ୍ତବରେ ଏହି ଫୁଲରେ ଅନେକ ଆଇରନ ମହଜୁତ ରହିଥାଏ, ଯାହା ଶରୀରରେ ରକ୍ତହୀନତାକୁ ଦୂର କରିବାର୍ ସହାୟକ ହୁଏ । ଯଦି ଆପଣ ମଧ୍ୟ ରକ୍ତହୀନତାର ଶିକାର ହୋଇଛନ୍ତି ତେବେ ମନ୍ଦାର ଫୁଲକୁ ଗ୍ରାଇଣ୍ଡ୍ କରି ଏହାର ରସକୁ ନିୟମିତ ସେବନ କରିବା ଦ୍ବାରା ଶରୀରକୁ ଲାଭ ମିଳିବା ସହ ରକ୍ତହୀନତା (Anemia) ସମସ୍ୟା କେତେକାଶଂରେ ଦୂର ହୋଇଥାଏ ।

ଦୂର କରେ ଉଚ୍ଚ ରକ୍ତଚାପ ସମସ୍ୟା

ଯଦି ଆପଣ ଉଚ୍ଚ ରକ୍ତଚାପ (High blood pressure) ସମସ୍ୟାରେ ପୀଡ଼ିତ ତାହାଲେ ମନ୍ଦାର ଫୁଲ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିପାରିବ । ମନ୍ଦାର ଫୁଲରେ ଉଚ୍ଚ ରକ୍ତଚାପ (High blood pressure) ସମସ୍ୟା ସହ ଲଢିବା ଲାଗି ବିଶେଷ ଗୁଣ ରହିଛି । ତେଣୁ ଏହାର ସେବନ ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଉଚ୍ଚ ରକ୍ତଚାପର ଶିକାର ପୀଡ଼ିତ ଅଛନ୍ତି ତେବେ ମନ୍ଦାର ପତ୍ରର ଚା ପିଇବା ସ୍ବାସ୍ଥ୍ୟା ପ୍ରତି ଲାଭଦାୟୀ ହୋଇଥାଏ ।

fallback

ଦୂର କରିଥାଏ ଋତୁସ୍ରାବରେ ସମସ୍ୟା

ଅଧିକାଶଂ ମହିଳାମାନଙ୍କର ଋତୁସ୍ରାବରେ ଅନିୟମିତତା (Mensuration Problem) ଦେଖାଦେଇଥାଏ । ତେବେ ମାସିକ ଧର୍ମ ବା ଋତୁସ୍ରାବ ସମସ୍ୟା ଦୂର କରିବା ଲାଗି ମନ୍ଦାର ଫୁଲ ବେଶ ଉପଯୋଗୀ ହୋଇଥାଏ । କୁହାଯାଏ, ଶରୀରରେ ଇଷ୍ଟ୍ରୋଜେନ୍ ସ୍ତର କମ୍ ଥିଲେ ଏହା ହରମୋନର ସ୍ଥିତି ଦେହଲାଇ ଦେଇଥାଏ ଫଳରେ ଋତୁସ୍ରାବରେ (Mensuration) ଅନିୟମିତତା ଦେଖାଦେଇଥାଏ । ଏପରି ପରିସ୍ଥିତିରେ ଋତୁସ୍ରାବ ସମସ୍ୟା ଦୂର କରିବା ଲାଗି ମନ୍ଦାର ଗଛ ପତ୍ରରୁ ପ୍ରସ୍ତୁତ ଚା ପିଇବା ଦ୍ବାରା ଏହି ସମସ୍ୟାରୁ ଉପଶମ ମିଳିଥାଏ ।

ଦୂର କରିଥାଏ ଥଣ୍ତା ଓ କାଶ ସମସ୍ୟା

ଭିଟାମିନ୍ ସିରେ (vitamin c) ଭରପୂର ମନ୍ଦାର ଗଛର ପତ୍ର ରୋଗ ପ୍ରତିରୋଧକ ଶକ୍ତି (immunity power) ବଢାଇବାରେ ସାହାଯ୍ୟ କରିଥାଏ । ଥଣ୍ଡା ଓ ସର୍ଦ୍ଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମନ୍ଦାର ଫୁଲ ସେବନ କରିପାରିବେ। ଏପରି କରିବା ଦ୍ବାରା ଏଥିରୁ ଉପଶମ ମିଳିଥାଏ । ଏହି ଫୁଲ ଗଳାରେ ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ ।

 

  • ମନ୍ଦାର ପତ୍ରରେ ପ୍ରସ୍ତୁତ ଚା ଶରୀରକୁ ଶକ୍ତି ଯୋଗାଇଥାଏ ।
  • କୋଷ୍ଠକାଠିନ୍ୟ (constipation) ସମସ୍ୟା ଦୂର କରିବା ଓ ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ମନ୍ଦାର ଫୁଲ ବେଶ ଫଳପ୍ରଦ ହୋଇଥାଏ ।
  • ଆଲଜାଇମ (Alzheimer) ରୋଗକୁ ରୋକିବାରେ ମନ୍ଦାର ଫୁଲ ବେଶ ଉପଯୋଗୀ ।
  • ମନ୍ଦାର ଗଛର ପତ୍ରକୁ ଛୋବାଇବା ଦ୍ବାରା କିଡ଼ନୀ ସମସ୍ୟା ଓ ଡିପ୍ରେସନ୍ (Depression) ସମସ୍ୟା ଦୂର ହୋଇଥାଏ ।
  • ପାଟିର ଫୁଲା ସମସ୍ୟା ଦୂର କରିଥାଏ ।
  • ସ୍ମରଣ ଶକ୍ତିକୁ ନେଇ ଚିନ୍ତାରେ ଥିବା ଲୋକମାନେ ଏହି ଫୁଲକୁ ଗ୍ରାଇଣ୍ଡ୍ କରି କ୍ଷୀର ସହ ପିଅନ୍ତୁ। ଏପରି କରିବା ଦ୍ବାରା ସ୍ମରଣଶକ୍ତି ବୃଦ୍ଧି ହୋଇଥାଏ ।

ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)