Shocking News: ବୟଫ୍ରେଣ୍ତ ସହ ହନିମୁନ୍ ଯିବ ବୋଲି, ଯୁବତୀ କଲେ ଏଭଳି କାଣ୍ତ..
Advertisement

Shocking News: ବୟଫ୍ରେଣ୍ତ ସହ ହନିମୁନ୍ ଯିବ ବୋଲି, ଯୁବତୀ କଲେ ଏଭଳି କାଣ୍ତ..

Crime News: ଗୁରୁଗ୍ରାମରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ କପଡ଼ା ବ୍ୟବସାୟୀଙ୍କ ଝିଅ ନିଜ ପ୍ରେମିକଙ୍କ ସହ ହନିମୁନ ଯିବା ଲାଗି ଘରୁ ୫୫ ଲକ୍ଷ ଟଙ୍କା ଚୋରି କରିଥିଲେ। ସେ ଝିଅଙ୍କୁ ଏନେଇ ପ୍ରଶ୍ନ କରିଥି୍ଲେ ସେ କାନ୍ଦିବା ଆରମ୍ଭ କରିବା ସହ ବାପାଙ୍କ ଆଗରେ ପୂରା ଘଟଣା ବଖାଣି ଥିଲେ ।

ସୌ(ସୋସିଆଲ ମିଡିଆ)

Crime News: ଗୁରୁଗ୍ରାମରେ(Gurugram) ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ କପଡ଼ା ବ୍ୟବସାୟୀଙ୍କ ଝିଅ ନିଜ ପ୍ରେମିକଙ୍କ ସହ ହନିମୁନ ଯିବା ଲାଗି ଘରୁ ୫୫ ଲକ୍ଷ ଟଙ୍କା ଚୋରି କରିଥିଲେ। ଏନେଇ ବ୍ୟବସାୟୀ ଜଣକ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ପଚାଉଚରା କରିଥିଲେ । ତେବେ ଝିଅର ଆବଭାବ ଦେଖି ତାଙ୍କ ଉପରକୁ ବ୍ୟବସାୟୀଙ୍କ ସନ୍ଦେହ ଯାଇଥିଲା। ଯେତେବେଳେ ସେ ଝିଅଙ୍କୁ ଏନେଇ ପ୍ରଶ୍ନ କରିଥି୍ଲେ ସେ କାନ୍ଦିବା ଆରମ୍ଭ କରିବା ସହ ବାପାଙ୍କ ଆଗରେ ପୂରା ଘଟଣା ବଖାଣି ଥିଲେ ।

ସୂଚନା ଅନୁଯାୟୀ, ଗୁରୁଗ୍ରାମ ସେକ୍ଟର ୧୪ରେ ରହୁଥିବା କପଡ଼ା ବ୍ୟବସାୟୀ ଜଣକ ତାଙ୍କ ଝିଅ ପୁରୁଷ ବନ୍ଧୁ ସହ ମିଶି ଘରୁ ପ୍ରାୟ ୫୫ ଲକ୍ଷ ଟଙ୍କା ଚୋରି କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ୨୧ ବର୍ଷୀୟା ଝିଅ ଏମଏସିସିର ଛାତ୍ରୀ ଅଟନ୍ତି । ବ୍ୟବସାୟୀ ଜଣକ ଏକ ସମ୍ପତ୍ତି କିଣିବା ଲାଗି ଘରେ ନଗଦ ୫୫ ଲକ୍ଷ ଟଙ୍କା ରଖିଥିଲେ । ଘରେ ଏହି ଟଙ୍କା ଥିବା ନେଇ ଝିଅଙ୍କୁ ଜଣାଥିଲା । ମାର୍ଚ୍ଚ ୨ ତାରିଖରେ ଯେତେବେଳେ ବ୍ୟବସାୟୀ ଟଙ୍କା ଚେକ୍ କରିଥିଲେ ସେତେବେଳେ ଟଙ୍କା ଗାଏବ ଥିଲା । ଏନେଇ ସେ ଘରେ ପଚରାଉଚରା କରିଥିଲେ । ଏନେଇ ଭୟଭୀତ ହୋଇ ଯୁବତୀ ଜଣକ କାନ୍ଦିବା ଆରମ୍ଭ କରିବା ସହ ନିଜର ଭୁଲ ମାନିଥିଲେ । ସେ କହିଥିଲେ ଯେ, ତାଙ୍କ ପୁରୁଷ ବନ୍ଧୁ ଅଙ୍କୁଶ ଦିଲ୍ଲୀ ପଶ୍ଚିମ ବିହାର ନିବାସୀ ଅଟନ୍ତି । ତାଙ୍କ ଭିଣେଇ ସୁମିତ ଏଠାକୁ ଆସି ଟଙ୍କା ଥିବା ସୁଟକେସର ତାଲା ଭାଙ୍ଗିଥିଲେ । ଟଙ୍କା ସହ ଏଥିରେ ଥିବା ମାଆଙ୍କ ସୁନା ହାର, ମୁଦି ଓ ୨ଟି ସୁନା କଙ୍ଗନ ମଧ୍ଯ ଚୋରି କରିଥିବା ନେଇ ଯୁବତୀ କହିଥିଲେ । ସମସ୍ତ ଘଟଣା ଜାଣିବା ପରେ ଝିଅର ପ୍ରେମିକଙ୍କୁ ବ୍ୟବସାୟୀ ଜଣକ ଘରକୁ ଡ଼ାକିଥିଲେ । ତେବେ ଉଭୟ ଆର୍ଯ୍ୟ ସମାଜ ମନ୍ଦିରରେ(Arya Samaj )ବିବାହ କରିବା କଥା ଯୁବକ ଜଣକ କହିଥିଲେ । ଖାଲି ଏତିକି ନୁହେଁ ସେ ବିବାହ ସାର୍ଟିଫିକେଟ କଫି ମଧ୍ଯ ଦେଖାଇଥିଲେ । ଏନେଇ ସେମାନେ ଅଭିଯୋଗ କଲେ ପରିବାରର ସମ୍ମାନ ତଳେ ପକାଇବା ସହ ତାଙ୍କ ଝିଅକୁ ସାଙ୍ଗରେ ନେଇଯିବେ ବୋଲି ଯୁବକ ଜଣକ ଧମକ ଦେଇଥିଲେ । ଗତ ୪ ଦିନ ହେବ ଅଙ୍କୁଶ ଯୁବତୀଙ୍କ ପରିବାର ଲୋକଙ୍କୁ ଫୋନ କରି ଥାନାରେ ଅଭିଯୋଗ ନକରିବା ଲାଗି ଚାପ ପକାଉଥିଲେ ।

Also Read-Pension Scheme​: ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!

ଏନେଇ ବ୍ୟବସାୟୀ ଜଣକ କହିଛନ୍ତି ଯେ, ବହୁବାର କହିବା ପରେ ଯୁବକ ମାତ୍ର ୫ ଲକ୍ଷ ଟଙ୍କା ଫେରସ୍ତ କରିଥିବା ବେଳେ ବାକି ଟଙ୍କା ଦେବାକୁ ମନା କରିଦେଇଛନ୍ତି । ପରେ ଏନେଇ ବ୍ୟବସାୟୀ ଜଣକ ଥାନାରେ ଝିଅ ଓ ପ୍ରେମିକ ଅଙ୍କୁଶଙ୍କ ନାମରେ ମାମଲା ରୁଜୁ କରିଛନ୍ତି ।