Puri Murder: ପିଟିପିଟି ଝିଅକୁ ମାରିଲା, ଶବ ପୋଡ଼ି ପାଉଁଶ ଗାଏବ କରିଦେଲା ବାପା
Advertisement

Puri Murder: ପିଟିପିଟି ଝିଅକୁ ମାରିଲା, ଶବ ପୋଡ଼ି ପାଉଁଶ ଗାଏବ କରିଦେଲା ବାପା

Puri Murder News: ପୋଲିସ ଅଭିଯୁକ୍ତ ବାପା ଦୁର୍ଗାଚରଣ ମହାରଣାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଏହି ଅଭିଯୋଗ ମୃତକ ସୋନାଲି ମହାରଣାଙ୍କ  ବଡ଼ଭଉଣୀ ଅର୍ଥାତ୍‌ ଦୁର୍ଗାଚରଣଙ୍କ ବଡ଼ଝିଅ ରଞ୍ଜିତା ମହାରଣା କରିଥିଲେ। ନିଜ ଝିଅକୁ ଦ୍ୱିତୀୟ ସ୍ତ୍ରୀ କଥାରେ ପଡ଼ି ପିଟିପିଟି ମାରିଦେଲା ଜନ୍ମ କଲା ବାପା। 

Puri Murder: ପିଟିପିଟି ଝିଅକୁ ମାରିଲା, ଶବ ପୋଡ଼ି ପାଉଁଶ ଗାଏବ କରିଦେଲା ବାପା

Puri Murder: କଥାରେ ଅଛି ବାପା ଝିଅକୁ ବେଶି ଭଲ ପାଏ ଆଉ ମା ପୁଅକୁ। ଯଦି ସେମିତି ଦେଖିବା ତେବେ ବାପା ମା କେବେ ନିଜ ଭଲପାଇବାରେ ଉଣା ଅଧିକେ କରନ୍ତି ନାହିଁ। ସବୁ ସନ୍ତାନ ତାଙ୍କ ପାଇଁ ସମାନ । ହେଲେ ପୁରୀ ଜିଲ୍ଲାରୁ ଏମିତି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ନିଜ ଜନ୍ମିତ କଲେଜ ପଢୁଆ ଝିଅକୁ ଅତି ନିର୍ମମ ଭାବେ ମାରି ପୋଡ଼ିଦେଲା ନିଜ ବାପା । ଆଉ ପ୍ରମାଣ ନଷ୍ଟ କରିବା ପାଇଁ ରାତାରାତି ମୃତଦେହକୁ ପୋଡ଼ିଦେବା ସହ ପାଉଁଶକୁ ମଧ୍ୟ ଗାଏବ କରିଦେଇଛନ୍ତି। ଅଭିଯୋଗ ପାଇବା ପରେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। 

ପୋଲିସ ଅଭିଯୁକ୍ତ ବାପା ଦୁର୍ଗାଚରଣ ମହାରଣାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଏହି ଅଭିଯୋଗ ମୃତକ ସୋନାଲି ମହାରଣାଙ୍କ  ବଡ଼ଭଉଣୀ ଅର୍ଥାତ୍‌ ଦୁର୍ଗାଚରଣଙ୍କ ବଡ଼ଝିଅ ରଞ୍ଜିତା ମହାରଣା କରିଥିଲେ। ୨୦୧୮ ମସିହାରେ ତାଙ୍କ ମା’ଙ୍କ ମୃତ୍ୟୁପରେ ସେ ଗାଁ ଛାଡ଼ି ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ।ତାଙ୍କ କହିବା କଥା ୨୦୨୦ ମସିହାରେ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ଏହାପରେ ତାଙ୍କ ଭଉଣୀ ସୋନାଲି ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି। 

ପୂର୍ବରୁ ଅନେକଥର ସୋନାଲି ତାଙ୍କୁ ବାପା, ସାବତ ମାଆ ମମତା ଓଝା ଓ ତାଙ୍କର ଭାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା କହିଥିଲେ। ସେ ବି ବାରମ୍ବାର ଘରକୁ ଆସି ସମାଧାନ କରୁଥିଲେ । କେବଳ ଏତିକି ନୁହେଁ ବଡ଼ ଭଉଣୀ ଯାହା ରୋଜଗାର କରନ୍ତି ସେଥିରେ ସାନ ଭଉଣୀଙ୍କୁ ପୁରୀ ଗୋପ ଜିଲ୍ଲାରେ ପଢାଉଥିଲେ। ସୋନାଲି ଯୁକ୍ତ ତିନିରେ ପାଠ ପଢୁଥିଲେ। ତାଙ୍କ କହିବା କଥା, ସାବତ ମାଆ କଥାରେ ପଡ଼ି ନିଜ ବାପା ନିଜ ଭଉଣୀକୁ ପିଟିପିଟି ମାରିଦେଇଛି। କେବଳ ମାରି ଦେଇନାହିଁ, ପ୍ରମାଣ ନଷ୍ଟ କରିବାକୁ ଯାଇ ତାକୁ ପୋଡ଼ି ପାଉଁଶ ମଧ୍ୟ ଗାଏବ କରିଦେଇଛନ୍ତି। ତେବେ ସୂଚନା ନୁସାରେ ସୋନାଲିଙ୍କ ବୟସ ମାତ୍ର ୧୭ ବର୍ଷ । ପୋଲିସ ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଜାରି ରଖିଛି ।

Also Read: Paradeep Port: ରେକର୍ଡ ଉପରେ ରେକର୍ଡ କରୁଛି ପାରାଦୀପ ବନ୍ଦର, କାରବାର ପାଇଁ ନେଲା ମାତ୍ର ଏତିକି ଦିନ

Also Read: Nisha Maharana: ଥାନାକୁ ଘୋଷରା ହେବେ ଓଡ଼ିଶାର ସନ୍ନି ଲିଓନି ! ଜାଣନ୍ତୁ କାରଣ