ଚାକିରି ପାଇଁ ଚାଲିଗଲା ଇଜ୍ଜତ; ଯୁବତୀଙ୍କୁ ଇଣ୍ଟରଭ୍ୟୁ ବାହାନାରେ ଡାକି ଦୁଷ୍କର୍ମ
Advertisement
Article Detail0/zeeodisha/odisha1225615

ଚାକିରି ପାଇଁ ଚାଲିଗଲା ଇଜ୍ଜତ; ଯୁବତୀଙ୍କୁ ଇଣ୍ଟରଭ୍ୟୁ ବାହାନାରେ ଡାକି ଦୁଷ୍କର୍ମ

Crime News: ପୀଡିତା ପୋଲିସକୁ ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ଜଣକ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚେତା ଫେରିବା ପରେ ଯେତେବେଳେ ସେ ବିରୋଧ କରିଥିଲେ, ଅଭିଯୁକ୍ତ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଫରିଦାବାଦର ଏକ ହୋଟେଲରେ ଏକ ଇଣ୍ଟରଭ୍ୟୁର ବାହାନା କରି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯିବା ମାମଲା ସାମ୍ନାକୁ ଆସିଛି । ପୀଡିତା ମହିଳା ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୋଜୁଛି ।

ପୋଲିସର ସୂଚନାନୁସାରେ, ପୀଡିତା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେକ୍ଟର-୧୫ ନିବାସୀ ପୀୟୁଷ ଅଫିସରେ ଚାକିରି ପାଇଁ ଆବେଦନ କରିଥିଲେ । ଜୁନ୍ ୧୬ ରେ, ସେକ୍ଟର -୨୧ ସି ପାର୍କ ପ୍ଲାଜା ହୋଟେଲରେ ଏକ ଇଣ୍ଟରଭ୍ୟୁ ପାଇଁ ପୀୟୁଷ ତାଙ୍କୁ ଡାକିଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କୁ ଏକ କୋଠରୀକୁ ନିଆଯାଇଥିଲା । ଝିଅଟିକୁ କୁହାଯାଇଥିଲା ଯେ  ଇଣ୍ଟରଭ୍ୟୁ ପାଇଁ ଏକ କୋଠରୀ ବୁକ୍ କରାଯାଇଛି, ଯେଉଁଠାରେ ଇଣ୍ଟରଭ୍ୟୁ ନିଆଯିବ । ଏହି ସମୟରେ ଅଭିଯୁକ୍ତ ତାଙ୍କୁ ପିଇବାକୁ ପାଣି ଦେଇଥିଲା, ଯେଉଁଥିରେ ସେ କିଛି ନିଶାଦ୍ରବ୍ୟ ମିଶାଇ ଦେଇଥିଲା, ଯାହା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ ।

ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଜଣକ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଚେତା ଫେରି ଆସିବା ପରେ ଯେତେବେଳେ ସେ ବିରୋଧ କରିଥିଲେ, ଅଭିଯୁକ୍ତ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ । ଏହା ପରେ ପୀଡିତା ତାଙ୍କ ମାଙ୍କ ସହ ପୋଲିସ ନିକଟକୁ ଯାଇଥିଲେ । ପୋଲିସ୍ ପୀଡିତାଙ୍କ ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଏନଆଇଟି ମହିଳା ପୋଲିସ ଷ୍ଟେସନ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତକୁ ପୋଲିସ ଖୋଜୁଛି ।

ବିବାହର ବାହାନାରେ ନାବାଳିକାକୁ ଦୁଷ୍କର୍ମ
ଫରିଦାବାଦ ବିବାହର ବାହାନା କରି ଅନ୍ୟଜଣେ ଝିଅକୁ ଦୁଷ୍କର୍ମ କରିବା ମାମଲା ମଧ୍ୟ ସାମ୍ନାକୁ ଆସିଛି । ଏନଆଇଟି ମହିଳା ପୋଲିସ ଷ୍ଟେସନରେ ଜଣେ ନାବାଳକଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କ ପଡ଼ୋଶୀ ଓ ବିବାହର ବାହାନା କରି ତାଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ କରିଆସୁଥିଲେ । ବର୍ତ୍ତମାନ ମହିଳା ପୋଲିସ ଷ୍ଟେସନ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ପୋଲିସ ଖୋଜୁଛି ।

ଏହା ବି ପଢ଼ନ୍ତୁ: Ind Vs SA: ପନ୍ତଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପାକିସ୍ତାନ ସ୍ପିନର; କହିଲେ - ତାଙ୍କର ...

ଏହା ବି ପଢ଼ନ୍ତୁ: Plane Got Fire: ପାଟନାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସଜେଟ ବିମାନରେ ଲାଗିଲା ନିଆଁ