Uttar Pradesh: ବୋହୂ ୪୨୦, କନ୍ୟା ସାଜି ପ୍ରଥମେ ବିବାହ କରୁଥିଲା ଆଉ ପରେ ଲୁଟୁ ଥିଲା ବରର ସମ୍ପତ୍ତି
Advertisement

Uttar Pradesh: ବୋହୂ ୪୨୦, କନ୍ୟା ସାଜି ପ୍ରଥମେ ବିବାହ କରୁଥିଲା ଆଉ ପରେ ଲୁଟୁ ଥିଲା ବରର ସମ୍ପତ୍ତି

Uttar Pradesh: ଲୋକଙ୍କୁ ଭୁଆଁ ବୁଲାଇ ପ୍ରଥମେ ବିବାହ ପରେ ଆଉ ତାପରେ ବର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଖସିଯାଉଥିବା ଗ୍ୟାଙ୍ଗର ପର୍ଦ୍ଦାଫାର୍ଶ କରିବା ସହ ନକଲି କନ୍ୟାକୁ ହେପାଜତକୁ ନେଇଛି ମିର୍ଜାପୁର ପୋଲିସ ।

ସୌ(ସୋସିଆଲ ମିଡିଆ)

Uttar Pradesh: ନୂଆ ଯାଗା, ନୂଆ ପୁଅ ସହ ବିବାହ ଆଉ ତା ପରେ ଚୁନ ଲଗାଇ ଖସି ଯାଉଥିଲା ନକଲି କନ୍ୟା । ପୂରା ଗ୍ୟାଙ୍ଗ ସହ ଏହି ଠକ କନ୍ୟାକୁ ଗିରଫ କରିଛି ପୋଲିସ । ଘଟଣାଟି ଉତ୍ତରପ୍ରଦେଶର ମିର୍ଜାପୁରର ଅଟେ । ଏଠାରେ ଲୋକଙ୍କୁ ଭୁଆଁ ବୁଲାଇ ପ୍ରଥମେ ବିବାହ ପରେ ଆଉ ତାପରେ ବର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଖସିଯାଉଥିବା ଗ୍ୟାଙ୍ଗର ପର୍ଦ୍ଦାଫାର୍ଶ କରିବା ସହ ନକଲି କନ୍ୟାକୁ ହେପାଜତକୁ ନେଇଛି ମିର୍ଜାପୁର ପୋଲିସ । ଏହି ଗ୍ୟାଙ୍ଗ ବିବାହ କରିବା ଆଳରେ ଜିଲ୍ଲା ବାହାରେ ଲୋକଙ୍କୁ ଠକି ଚାଲିଥିଲା ।

ଏହି ପୂରା ଗ୍ୟାଙ୍ଗ ଜିଲ୍ଲା ବାହାରେ ନକଲି ବିବାହ କରି ଲୋକଙ୍କୁ ଲୁଟି ଆସୁଥିଲା । ପ୍ରଥମେ ବିବାହ ସ୍ଥିର କରାଯାଉଥିଲା ।ବିବାହ ଠିକ୍ ହେବାପରେ ବର ଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ । ଏହାପରେ ସେହି ଟଙ୍କା ଜିନିଷ ପତ୍ର କିଣୁଥିଲେ । ପରବର୍ତ୍ତୀ ସମୟରେ ଯୋଜନା ମୁତାବିକ ନକଲି କନ୍ୟା ସହ ବିବାହ କରୁଥିଲେ । ବିହାହ ଶେଷ ହେବାପରେ ସୁଯୋଗ ଦେଖି ପୂରା ଗ୍ୟାଙ୍ଗ ସହ ନକଲି କନ୍ୟା ଫୋରାର ହୋଇଯାଉଥିଲା ।

ତେବେ ଏହି ଘଟଣା ସେବେ ସାମ୍ନାକୁ ଆସିଥିଲା ଯେତେବେଳେ ଆଗ୍ରା ନିବାସୀ ଧନୀରାମ କୋଟୱାଲୀ କାଟାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।  ସେ ଅଭିଯୋଗ କରିଥିଲେ ଯେ ତାଙ୍କର କୋଥିର ପୂଜା ନାମକ ଜଣେ ଯୁବତୀଙ୍କ ସହ ୩୦ ଜାନୁୟାରୀରେ ବିବାହ ହୋଇଥିଲା । ବିବାହ ନାଁରେ ଯୁବତୀ ତାଙ୍କଠାରୁ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ନେଇଥିଲେ । ଏହାପରେ ସେ ତାଙ୍କୁ ମିର୍ଜାପୁର ରେଳ ଷ୍ଟେସନକୁ ନେଇଥିଲେ । ଆଉ ଏତିକି ବେଳେ ଯୁବତୀ ତାଙ୍କୁ ଚକମା ଦେଇ ଖସି ପଳାଇଥିଲେ । ପୋଲିସ ଧନୀରାମଙ୍କ ଅଭିଯୋଗ ପରେ ଆଇପିସି ଧାରା ୪୨୦, ୪୦୬ ରେ ମାମଲା ରୁଜୁ କରିଥିଲା ।  ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ଏହା ପରେ ନକଲି କନ୍ୟା ପୂଜା ଓ ସାଥୀ ପ୍ରଦୀପ କୁମାରକୁ ଗିରଫ କରାଯାଇଥିଲା । ଯୁବତୀ ଜଣକ ପୂର୍ବରୁ ଅନେକ ଥର ଏପରି ବିବାହ କରି ଲୋକଙ୍କୁ ଠକି ଥିବା ପୋଲିସ କହିଛି ।