Delhi Double Murder:ସ୍ତ୍ରୀ ଓ ପୁଅକୁ ହତ୍ୟା ପରେ ପୋଲିସକୁ କଲା ଫୋନ କଲ୍, ଆଉ ତାପରେ...
Advertisement
Article Detail0/zeeodisha/odisha1576659

Delhi Double Murder:ସ୍ତ୍ରୀ ଓ ପୁଅକୁ ହତ୍ୟା ପରେ ପୋଲିସକୁ କଲା ଫୋନ କଲ୍, ଆଉ ତାପରେ...

Delhi Double Murder: ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପୋଲିସକୁ ଖବର ଦେଇଛି ହତ୍ୟାକାରୀ । ଉତ୍ତର ପଶ୍ଚିମ ଦିଲ୍ଲୀ ଶକୁରପୁର ଅଞ୍ଚଳରେ ଶୁକ୍ରବାର ରାତିରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ସୌ(ସୋସିଆଲ ମିଡିଆ)

Delhi Double Murder: ଦିନକୁ ଦିନ ଅପରାଧ ଓ ଅପରାଧିଙ୍କ ହବ ପାଲଟିଛି ରାଜଧାନୀ ଦିଲ୍ଲୀ । ନିକଟରେ ନିକି ଯାଦବଙ୍କ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ ଗୋଟିଏ ପରିବାରରେ ଡ଼ବଲ ମର୍ଡ଼ର ପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୋଲିସ । ଉତ୍ତର ପଶ୍ଚିମ ଦିଲ୍ଲୀ ଶକୁରପୁର ଅଞ୍ଚଳରେ ଶୁକ୍ରବାର ରାତିରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ,  ଦିଲ୍ଲୀ ଶକୁରପୁର ଅଞ୍ଚଳରେ ବୃଜ୍ରେଶ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅଙ୍କ ସହ ରହୁଥିଲେ । ଗତ ଶୁକ୍ରବାର ରାତିରେ ବୃଜ୍ରେଶ ସ୍ତ୍ରୀ ଅଞ୍ଜଳି ଓ ପୁଅକୁ ଛୁରୀରେ ହତ୍ୟା କରିଥିଲେ ।  ଆଶ୍ଚର୍ଯ୍ୟର କଥା ସ୍ତ୍ରୀ ଓ ପୁଅକୁ ମାରିବା ପରେ ଏନେଇ ପୋଲିସକୁ ଫୋନ କରି ଖବର ଦେଇଥଲେ ବୃଜ୍ରେଶ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲା ପୋଲିସ​​। ଏନେଇ ପଚରାଉଚରା ପରେ ପରକୀୟା ପ୍ରୀତି ସନ୍ଦେହରେ ସେ ସ୍ତ୍ରୀଙ୍କୁ ହତ୍ଯା କରିଥିବା ପୋଲିସ ଆଗରେ ମାନିଥିଲା । ଦୀର୍ଘ ଦିନ ହେବ ସେ ଏନେଇ ଚିନ୍ତିତ ରହୁଥିବା କହିଥିଲା । କିନ୍ତୁ ସେ ଅଞ୍ଜଳିଙ୍କ ସହ ଏନେଇ କୌଣସି ଆଲୋଚନା କରିନଥିଲା । ପରେ ସନ୍ଦେହ ବଢିବାରୁ ରାଗ ଉପରେ ନିୟନ୍ତ୍ରଣ ନକରିପାରି ସେ ସ୍ତ୍ରୀ ଓ ପୁଅକୁ ହତ୍ଯା କରିଥିବା କହିଥିଲା । ପଚରାଉଚରା ବେଳେ ମୃତ ପୁଅ ହ୍ରିତିକର ବୟସ ମାତ୍ର ଦେଢ଼ ବର୍ଷ ବୋଲି ଜଣାପଡ଼ିଥିଲା ।

ବୃଜ୍ରେଶ ତାଙ୍କ ପରିବାର ସହ ବଲବ ହୋଲଡ଼ର ମରାମତି କାମ କରନ୍ତି । ହତ୍ୟାକାଣ୍ତ ବେଳେ ସେ ପରିବା କଟା ଛୁରୀର ବ୍ୟବହାର କରିଥିଲେ । ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ସେ ଏନେଇ ପୋଲିସକୁ ଖବର ଦେଇଥିଲେ । ଏହାପରେ ଖବର ପାଇ ଅଭିଯୁକ୍ତକୁ ବାନ୍ଧିଥିଲା ପୋଲିସ ।