Delhi Crime: ରାଜଧାନୀରେ ମହିଳା କଥା ଛାଡ଼ନ୍ତୁ ପୁରୁଷ ମଧ୍ୟ ଅସୁରକ୍ଷିତ! ୧୨ ବର୍ଷ ବାଳକକୁ ୪ ଜଣ କଲେ ଦୁଷ୍କର୍ମ, ଜଣେ ଗିରଫ
Advertisement
Article Detail0/zeeodisha/odisha1367342

Delhi Crime: ରାଜଧାନୀରେ ମହିଳା କଥା ଛାଡ଼ନ୍ତୁ ପୁରୁଷ ମଧ୍ୟ ଅସୁରକ୍ଷିତ! ୧୨ ବର୍ଷ ବାଳକକୁ ୪ ଜଣ କଲେ ଦୁଷ୍କର୍ମ, ଜଣେ ଗିରଫ

Delhi Crime: ଏହି ମାମଲାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଫେରାର ଅଛନ୍ତି । ଏହି ମାମଲାରେ ମହିଳା ପ୍ୟାନେଲ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ।

ସୌ: ସୋସିଆଲ ମିଡିଆ

Delhi Crime: ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ୧୨ ବର୍ଷର ବାଳକକୁ ଦୁଷ୍କର୍ମ କରାଯିବା ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ୪ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । କୁହାଯାଉଛି ଯେ ଦୁଷ୍କର୍ମ ପରେ ଏହି ୧୨ ବର୍ଷର ବାଳକକୁ ମଧ୍ୟ ବହୁତ ମାଡ ଦିଆଯାଇଥିଲା । ଅଭିଯୁକ୍ତ ମାନେ ଅଧମରା କରି ପିଲାଟିକୁ ମରିବାକୁ ଛାଡି ଦେଇଥିଲେ । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିୱାଲ ଟ୍ୱିଟ୍ କରି ଏହି ସମଗ୍ର ବିଷୟ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସ୍ବାତୀ ମାଲିୱାଲ ଏକ ଟ୍ୱିଟ୍‌ରେ କହିଛନ୍ତି, "ଦିଲ୍ଲୀରେ ଝିଅଙ୍କୁ ଛାଡ଼ନ୍ତୁ ପୁଅମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଜଣେ ୧୨ ବର୍ଷର ବାଳକକୁ ୪ ଜଣ ବ୍ୟକ୍ତି ଅତି ନିର୍ମମ ଭାବରେ ଦୁଷ୍କର୍ମ କରିଥିଲେ ଓ ତାଙ୍କୁ ବାଡ଼ିରେ ପିଟି ଅଧମରା କରି ଛାଡି ଚାଲି ଯାଇଥିଲେ । ଆମ ଦଳ ଏହି ପ୍ରସଙ୍ଗରେ ଏକ FIR ପଞ୍ଜିକରଣ କରିଛି । ଜଣେ ଅଭିଯୁକ୍ତ ଗିରଫ, ୩ ଜଣ ଫେରାର, ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରୁଛି ।"

କେତେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଦୁଷ୍କର୍ମ ପରେ ବାଳକଟିର ପ୍ରାଇଭେଟ ପାର୍ଟରେ ଏକ ରଡ଼ ଭର୍ତ୍ତି କରିଥିଲେ । ଏହି ଘଟଣା ସେପ୍ଟେମ୍ବର ୧୮ ତାରିଖରେ ଘଟିଥିବା କୁହାଯାଉଛି । ପିଲାଟି ଏ ସମ୍ପର୍କରେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇଛି । ଏହା ପରେ ପରିବାର ଲୋକେ ଏହି ଘଟଣା ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ । ପିଲାଟିକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପିଲାଟିର ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଏହି ଘଟଣାର ସଂଜ୍ଞାନ ନେଇ ଦିଲ୍ଲୀ ମହିଳା ଆୟୋଗ (DCW) ଦିଲ୍ଲୀ ପୋଲିସକୁ ଏକ ନୋଟିସ ଜାରି କରିଛି । ଆୟୋଗ ଏହି ମାମଲାରେ ପଞ୍ଜୀକୃତ ହୋଇଥିବା ଏଫଆଇଆର କପି, ଗିରଫ ଅଭିଯୁକ୍ତଙ୍କ ସୂଚନା ଓ ଯଦି ଗିରଫ ନ ହୋଇଥାନ୍ତି, ଏହା ପଛର କାରଣ ଓ ଏହି ପୂରା ମାମଲାରେ ନିଆଯାଇଥିବା ଆକ୍ସନର ସମ୍ପୂର୍ଣ୍ଣ ରିପୋର୍ଟ ସେପ୍ଟେମ୍ବର ୨୮ ସୁଦ୍ଧା ଆୟୋଗକୁ ଦେବାକୁ ପୋଲିସକୁ କହିଛି ।

ଏହା ବି ପଢ଼ନ୍ତୁ: UNSC: ବଦଳିବ କି ଇତିହାସ? ଜାତିସଂଘରେ ଭାରତକୁ ମିଳିବ ସ୍ଥାୟୀ ସଦସ୍ୟତା! ଋଷ କଲା ସମର୍ଥନ

ଏହା ବି ପଢ଼ନ୍ତୁ: Rajasthan Politics: କିଏ ହେବ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଇସ୍ତପା ଦେବାକୁ ଯାଉଥିବା ଅଶୋକ ଗେହଲୋଟ୍ କଲେ ଖୁଲାସା