ଟ୍ରାଫିକ ଚାଲାଣ ନାଁରେ ଚୁନ ଲଗାଉଥିଲେ ସାଇବର ଠକ, ହେଲେ...
Advertisement

ଟ୍ରାଫିକ ଚାଲାଣ ନାଁରେ ଚୁନ ଲଗାଉଥିଲେ ସାଇବର ଠକ, ହେଲେ...

ସବୁ ପ୍ରୟାସ ଫସର ଫାଟିବା ପରେ ଏବେ ଏକ ମୋବାଇଲ ଆପ ମାଧ୍ୟମରେ ଲୋକମାନଙ୍କୁ ଲୁଟିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାର୍କ ପ୍ଲସ ଆପ ନାଁରେ ଏହି ମୋବାଇଲ ଆପକୁ ପ୍ରସ୍ତୁତ କରିଛନ୍ତି ସାଇବର ଠକେଇ। 

ଟ୍ରାଫିକ ଚାଲାଣ ନାଁରେ ଚୁନ ଲଗାଉଥିଲେ ସାଇବର ଠକ, ହେଲେ...

ନୂଆଦିଲ୍ଲୀ: ନିକଟରେ ବିଦ୍ୟୁତ ବିଲ ନାଁରେ ଏସଏମଏସ ଓ ହ୍ୱାଟସଆପ ଜରିଆରେ ଲୋକମାନଙ୍କୁ ଠକିବାକୁ ପ୍ରୟାସ କରୁଥିଲେ। ବିଭିନ୍ନ ଉପାୟରେ ଲୋକମାନଙ୍କୁ ଠକିବାକୁ ଏହି ସାଇବର ଲୁଟେରାଙ୍କ ପ୍ରୟାସ ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ସାଇବର ଠକମାନଙ୍କର ଏହି ଚାଲାକି ସାମ୍ନାକୁ ଆସିଯିବା ଫଳରେ ଲୋକମାନେ ସତର୍କ ହୋଇ ପଡ଼ିଛନ୍ତି। ଏବେ ଲୋକମାନେ ସାଇବର ଠକଙ୍କ ନମ୍ବରକୁ ବ୍ଲକ କରିବା ସହିତ ପୋଲିସରେ ଜଣାଇବା କାରଣରୁ ଅପରାଧୀଙ୍କ ପ୍ରଚେଷ୍ଟା ଫସର ଫାଟୁଛି। 

ସବୁ ପ୍ରୟାସ ଫସର ଫାଟିବା ପରେ ଏବେ ଏକ ମୋବାଇଲ ଆପ ମାଧ୍ୟମରେ ଲୋକମାନଙ୍କୁ ଲୁଟିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାର୍କ ପ୍ଲସ ଆପ ନାଁରେ ଏହି ମୋବାଇଲ ଆପକୁ ପ୍ରସ୍ତୁତ କରିଛନ୍ତି ସାଇବର ଠକେଇ। ଏହି ମୋବାଇଲ ଆପ ଜରିଆରେ ନିକଟରେ ନୋଏଡ଼ାର ସେକ୍ଟର ୪୬ ଲୋକମାନଙ୍କୁ ଏକ ସଙ୍ଗେ ଟ୍ରାଫିକ ଚାଲାଣ ପଠାଇଥିଲେ। ଏହି ସୋସାଇଟିର ପାର୍କିଂ ଓ ଏଣ୍ଟ୍ରି ପାଇଁ ଏହି ପାର୍କ ପ୍ଲସ ଆପ ବ୍ୟବହାର କରାଯାଉଛି ବୋଲି ମଧ୍ୟ ମେସେଜ କରିଥିଲେ। 

ଗୁରୁବାର ଦିନ ଏହି ଆପ ଜରିଆରେ ସେକ୍ଟର ୪୬ସ୍ଥିତ ହାଇରାଇଜ ସୋସାଇଟ ଗାର୍ଡେନିଆ ଗ୍ଲୋରୀର ଲୋକମାନଙ୍କୁ ଚାଲାଣ ସମ୍ପର୍କିତ ଏକ ମେସେଜ ପଠାଇଥିଲେ। ଉକ୍ତ ମେସେଜରେ ଦ୍ରୁତ ବେଗ ପାଇଁ ୫ ହଜାର ଟଙ୍କାର ଚାଲାଣ କଟାଯାଇଛି। ଏହି ଚାଲାଣର ଷ୍ଟାଟସ ଜାଣିବା ପାଇଁ ଏହି ଆପରେ ସୁବିଧା ରହିଛି। ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ ବୋଲି ମେସେଜରେ ଲେଖାଯାଇଥିଲା। 

ଓଭର ସ୍ପିଡ଼ ନାଁରେ ଏହି ଆପ ଜରିଆରେ ୫ ହଜାର ଟଙ୍କାର ଚାଲାଣ ପଠାଯାଇଥିଲା।  ଏହାକୁ ଚେକ କରିବା ପାଇଁ ମଧ୍ୟ ଏକ ଲିଙ୍କ ଦିଆଯାଇଥିଲା। ମେସେଜରେ କୁହାଯାଇଥିଲା କି ପ୍ରଦତ୍ତ ଲିଙ୍କ ଉପରେ କ୍ଲିକ କଲେ ଚାଲାଣ ସମ୍ପର୍କରେ ଜାଣିପାରିବେ ବୋଲି। ତେବେ ପରବର୍ତ୍ତି ସମୟରେ ଏହି ମେସେଜ ଆସିଥିବା ନମ୍ବରକୁ ଯାଞ୍ଚ କରିବା ପରେ ନମ୍ବରଟି ଆମେରିକା ଅଞ୍ଚଳର ବୋଲି ଜଣାପଡ଼ିଥିଲା। 

ସେପଟେ ଗତମାସରେ ରାଜଧାନୀ ଭୁବନେଶ୍ୱରରେ ଦୁଇ ଡାକ୍ତରଙ୍କୁ ଲୁଟିଥିଲେ ଏହି ସାଇବର ଠକ। ଦୁଇ ଡାକ୍ତରଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରି ଟଙ୍କା ମାଗିଥିଲେ। ଏହି ଦୁଇ ଡାକ୍ତର ହେଲେ ସୂର୍ଯ୍ୟ ଚୌଧୂରୀ ଓ ଡ. ସମ୍ବିତ ଦାସ।  ଡାକ୍ତର ସୂର୍ଯ୍ୟ ପାତ୍ରଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ରୋଗୀଙ୍କ ନିକଟରୁ ଲୁଟି ନେଇଛନ୍ତି ହଜାର ହଜାର ଟଙ୍କା। ସେପଟେ ୪୦ରୁ ୫୦ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ଡାକ୍ତରଙ୍କ ପକ୍ଷରୁ ସାଇବର ଥାନାରେ ମାମଲା ରୁଜୁ କରାଯାଇଥିଲା। ଦୁଇ ଦିନ ତଳେ ସାଇବର ଥାନାରେ ମାମଲା ରୁଜୁ କରିଥିଲେ ଡାକ୍ତର ସୂର୍ଯ୍ୟ ଚୌଧୂରୀ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଡାକ୍ତର ଜଣକ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଦିନକୁ ଦିନ ରାଜ୍ୟରେ ସାଇବର କ୍ରାଇମ ବଢିବାରେ ଲାଗିଛି। ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ ଗତ ଜୁଲାଇ ମାସରେ ସର୍ବାଧିକ ୧.୩୮ କୋଟି ଟଙ୍କା ସାଇବର ଠକେଇ ହୋଇଥିଲା। ଜୁନ୍‌ରେ କୋଟିଏ ୬ ଲକ୍ଷ, ମେ’ ରେ ୯୫ ଲକ୍ଷ ୭୫ ହଜାର, ଅଗଷ୍ଟରେ ୮୦ ଲକ୍ଷ ଟଙ୍କା ଏବଂ ଏପ୍ରିଲ୍‌ରେ ୭୬ଲକ୍ଷ ଟଙ୍କା ଠକେଇ ହୋଇଥିଲା। ଏପ୍ରିଲ୍‌ରେ ସମଗ୍ର ରାଜ୍ୟରୁ ୩୧୩ଟି ଅଭିଯୋଗ ଆସିଥିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୨୬୧ ମାମଲା। ସେଥିରେ ସର୍ବାଧିକ ୧୧୪ଟି ୟୁପିଆଇ ଠକେଇ ଏବଂ ୭୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଥିଲା। ସେହିପରି ୭୩ଟି ଅନ୍‌ଲାଇନ ଠକେଇ ଅଭିଯୋଗ ଥିଲା। ତେବେ ଅଭିଯୋଗକାରୀଙ୍କୁ ପାଖାପାଖି ୯ ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏକ ଲକ୍ଷ ୩୧ ହଜାର ଟଙ୍କା ବ୍ଲକ୍ କରାଯାଇପାରିଥିଲା। ମେ’ ମାସରେ ସାରା ରାଜ୍ୟରୁ ୩୩୬ଟି ଠକେଇ ଅଭିଯୋଗ ଆସିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୩ ଶହ ସେଥିରେ ସର୍ବାଧିକ ୧୩୬ଟି ୟୁପିଆଇ ଠକେଇ ଏବଂ ୫୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଥିଲା।