Cyber Crime in Odisha: ଥମୁନି ସାଇବର ଅପରାଧ, ଅପରାଧୀଙ୍କ ଜାଲରେ ଦୁଇ ବରିଷ୍ଠ ଡାକ୍ତର
Advertisement
Article Detail0/zeeodisha/odisha1364979

Cyber Crime in Odisha: ଥମୁନି ସାଇବର ଅପରାଧ, ଅପରାଧୀଙ୍କ ଜାଲରେ ଦୁଇ ବରିଷ୍ଠ ଡାକ୍ତର

  ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବେ ସାଇବର ଠକଙ୍କ ମାୟାଜାଲରେ ଏକ ପ୍ରକାର ଛନ୍ଦି ହୋଇ ପଡ଼ିଛି। ଯେତେ ସଚେତନ କରିଲେ ବି ଥମୁନି ସାଇବର ଠକେଇ। ଯେତେ ଆଇନ, ନିୟମ ଓ ସିକ୍ୟୁରିଟି ଟାଇଟ୍ କରିଲେ ବି ଖାତିର କରୁ ନାହାଁନ୍ତି ସାଇବର ଅପରାଧି। ନେତା ମନ୍ତ୍ରୀ, ଡାକ୍ତରଙ୍କ ଠାରୁ ଆରମ୍ଭ କରି ତଳସ୍ତରର କର୍ମଚାରୀଙ୍କୁ ମୋଟା ଅଙ

Cyber Crime in Odisha: ଥମୁନି ସାଇବର ଅପରାଧ, ଅପରାଧୀଙ୍କ ଜାଲରେ ଦୁଇ ବରିଷ୍ଠ ଡାକ୍ତର

Cyber Crime in Odisha:  ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବେ ସାଇବର ଠକଙ୍କ ମାୟାଜାଲରେ ଏକ ପ୍ରକାର ଛନ୍ଦି ହୋଇ ପଡ଼ିଛି। ଯେତେ ସଚେତନ କରିଲେ ବି ଥମୁନି ସାଇବର ଠକେଇ। ଯେତେ ଆଇନ, ନିୟମ ଓ ସିକ୍ୟୁରିଟି ଟାଇଟ୍ କରିଲେ ବି ଖାତିର କରୁ ନାହାଁନ୍ତି ସାଇବର ଅପରାଧି। ନେତା ମନ୍ତ୍ରୀ, ଡାକ୍ତରଙ୍କ ଠାରୁ ଆରମ୍ଭ କରି ତଳସ୍ତରର କର୍ମଚାରୀଙ୍କୁ ମୋଟା ଅଙ୍କର ଟଙ୍କା ଲୁଟୁଛନ୍ତି ସାଇବର ଠକ। 

ତେବେ ଭୁବନେଶ୍ଵରରେ ଏବେ ଏହି ଠକେଇ ମାତ୍ରାଧିକ ପରିମାଣରେ ବଢ଼ି ଯାଇଛି। ଗତ ୫ ମାସର ତଥ୍ୟରୁ ଏହା ଅନୁମେୟ । ଏହି ୫ ମାସ ଭିତରେ ସାଢ଼େ ୧୫ ଶହରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୫ କୋଟି ଟଙ୍କା ସାଇବର ଠକଙ୍କ ଖାତାକୁ ଚାଲିଯାଇଛି । ସମଗ୍ର ରାଜ୍ୟରେ ସାଢ଼େ ୧୭ ଶହ ମାମଲା ହୋଇଥିବା ବେଳେ କେବଳ ରାଜଧାନୀରେ ୧୫୩୭ ମାମଲା ରୁଜୁ ହୋଇଛି ।

ସେପଟେ ରାଜଧାନୀର ଦୁଇ ଡାକ୍ତରଙ୍କୁ ଲୁଟିଛନ୍ତି ଏହି ସାଇବର ଠକ। ଦୁଇ ଡାକ୍ତରଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ। ଏହି ଦୁଇ ଡାକ୍ତର ହେଲେ ସୂର୍ଯ୍ୟ ଚୌଧୂରୀ ଓ ଡ. ସମ୍ବିତ ଦାସ।  ଡାକ୍ତର ସୂର୍ଯ୍ୟ ପାତ୍ରଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ରୋଗୀଙ୍କ ନିକଟରୁ ଲୁଟି ନେଇଛନ୍ତି ହଜାର ହଜାର ଟଙ୍କା। ସେପଟେ ୪୦ରୁ ୫୦ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଚି। ଏନେଇ ସାଇବର ଥାନାରେ ଡାକ୍ତରଙ୍କ ପକ୍ଷରୁ ସାଇବର ଥାନାରେ ମାମଲା ରୁଜୁ କରାଯାଇଛି। 

fallback

ଦୁଇ ଦିନ ତଳେ ସାଇବର ଥାନାରେ ମାମଲା ରୁଜୁ କରିଥିଲେ ଡାକ୍ତର ସୂର୍ଯ୍ୟ ଚୌଧୂରୀ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଡାକ୍ତର ଜଣକ ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଙ୍କ ନାଁରେ ଖୋଲାଯାଇଥିବା ଏହି ଫେକ ଆକାଉଣ୍ଟକୁ ବନ୍ଦ କରାଯାଇନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଡାକ୍ତର। 

ସୂଚନାଯୋଗ୍ୟ ଦିନକୁ ଦିନ ରାଜ୍ୟରେ ସାଇବର କ୍ରାଇମ ବଢିବାରେ ଲାଗିଛି। ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ ଗତ ଜୁଲାଇ ମାସରେ ସର୍ବାଧିକ ୧.୩୮ କୋଟି ଟଙ୍କା ସାଇବର ଠକେଇ ହୋଇଥିଲା । ଜୁନ୍‌ରେ କୋଟିଏ ୬ଲକ୍ଷ, ମେ’ ରେ ୯୫ ଲକ୍ଷ ୭୫ ହଜାର, ଅଗଷ୍ଟରେ ୮୦ ଲକ୍ଷ ଟଙ୍କା ଏବଂ ଏପ୍ରିଲ୍‌ରେ ୭୬ଲକ୍ଷ ଟଙ୍କା ଠକେଇ ହୋଇଥିଲା। ଏପ୍ରିଲ୍‌ରେ ସମଗ୍ର ରାଜ୍ୟରୁ ୩୧୩ଟି ଅଭିଯୋଗ ଆସିଥିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୨୬୧ ମାମଲା। ସେଥିରେ ସର୍ବାଧିକ ୧୧୪ଟି ୟୁପିଆଇ ଠକେଇ ଏବଂ ୭୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଛି । ସେହିପରି ୭୩ଟି ଅନ୍‌ଲାଇନ ଠକେଇ ଅଭିଯୋଗ ଥିଲା । ତେବେ ଅଭିଯୋଗକାରୀଙ୍କୁ ପାଖାପାଖି ୯ ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏକ ଲକ୍ଷ ୩୧ ହଜାର ଟଙ୍କା ବ୍ଲକ୍ କରାଯାଇପାରିଥିଲା । ମେ’ ମାସରେ ସାରା ରାଜ୍ୟରୁ ୩୩୬ଟି ଠକେଇ ଅଭିଯୋଗ ଆସିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୩ ଶହ ସେଥିରେ ସର୍ବାଧିକ ୧୩୬ଟି ୟୁପିଆଇ ଠକେଇ ଏବଂ ୫୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଛି। 

ସେହିପରି ୧୧୦ଟି ଅନ୍‌ଲାଇନ ଠକେଇ ଅଭିଯୋଗ ହୋଇଛି । ତେବେ ପାଖାପାଖି ୭ଲକ୍ଷ ୬୯ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୬୭ ହଜାର ଟଙ୍କା ବ୍ଲକ୍ କରାଯାଇଥିଲା । ସେହିଭଳି ଜୁନ୍ ମାସରେ ମୋଟ ୩୯୦ ଅଭିଯୋଗ ମଧ୍ୟରୁ ଭୁବନେଶ୍ୱରରୁ ଥିଲା ୩୫୭ଟି ଅଭିଯୋଗ । ମୋଟ କୋଟିଏ ୬ଲକ୍ଷ ୭ଶହ ୬୯ଟଙ୍କା ଠକେଇ ହୋଇଥିବା ରେକର୍ଡ କରାଯାଇଥିଲା । ଗତ ୫ମାସର ଏହି ତଥ୍ୟକୁ ତର୍ଜମା କଲେ ରାଜଧାନୀରେ ଠକେଇ ପରିମାଣ ବଢୁଥିବା ଦେଖିବାକୁ ମିଳୁଛି । ଉଦ୍‌ବେଗର ବିଷୟ ହେଉଛି ପୁଳାପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ଠକଙ୍କୁ ଧରିବା ତ ଦୂରର କଥା ପୁଲିସ ମାମଲା ରୁଜୁ କରୁନାହିଁ। ଗତ ମାସକରେ ୩୪୪ଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୬ଟି ମାମଲା ପଞ୍ଜୀକୃତ ହୋଇଛି ।

ଅଧିକ ପଢନ୍ତୁ: କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା