ମାନବ ସାଜିଲା ଦାନବ! ବିବାହ କରିବକୁ ମନା କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳି ମାରିଦେଲା ପ୍ରେମିକ
Advertisement

ମାନବ ସାଜିଲା ଦାନବ! ବିବାହ କରିବକୁ ମନା କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳି ମାରିଦେଲା ପ୍ରେମିକ

Tamil Nadu: ଚେନ୍ନାଇର ଜଣେ ମହିଳା ଟେକ୍ନୋଲୋଜିଷ୍ଟଙ୍କୁ ଜଣେ ଟ୍ରାନ୍ସମ୍ୟାନ ଶିକୁଳିରେ ବାନ୍ଧି ଦେଇଥିଲେ ଓ ପୋଡ଼ି ମାରିଦେଛନ୍ତି । ଶନିବାର ଦିନ ରାତିରେ ଥାଲମ୍ବୁରରେ ୨୫ ବର୍ଷୀୟା ଆର ନନ୍ଦିନୀଙ୍କ ଅର୍ଦ୍ଧ ଜଳା ମୃତଦେହ ଉଦ୍ଧାର କରାଯାଇଛି । ପୋଲିସର ସୂଚନାନୁସାରେ, ମହିଳା ଜଣକ ଶିକୁଳିରେ ବନ୍ଧା ଯାଇଥିଲା ଓ ତାଙ୍କ ବେକ, ହାତ ଓ ଗୋଡରେ ବ୍ଲେଡରେ କାଟିବାର ଗଭୀର କ୍ଷତ ରହିଛି । ରବିବାର ଦିନ ୨୭ ବର୍ଷିୟ ଟ୍ରାନ୍ସମ୍ୟାନ ଭେଟ୍ରିମାରଙ୍କୁ ପୋଲିସ ଗିରଫ କରିଛି ।

 

Crime News

Tamil Nadu News: ଚେନ୍ନାଇରେ ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ଟ୍ରାନ୍ସମ୍ୟାନ ଜଣେ ମହିଳା ଟେକ୍ନୋଲୋଜିଷ୍ଟଙ୍କୁ ଶିକୁଳିରେ ବାନ୍ଧି ପୋଡ଼ି ମାରି ଦେଇଛନ୍ତି । ଶନିବାର ଦିନ ରାତିରେ ଥାଲମ୍ବୁରରେ ୨୫ ବର୍ଷୀୟା ଆର ନନ୍ଦିନୀଙ୍କ ଅର୍ଦ୍ଧ ଜଳା ମୃତଦେହକୁ ଉଦ୍ଧାର କରାଯାଇଛି ।

ପୋଲିସର ସୂଚନାନୁସାରେ, ମହିଳା ଜଣକୁ ଶିକୁଳିରେ ବନ୍ଧା ଯାଇଥିଲା, ବେକ, ହାତ ଓ ଗୋଡରେ ବ୍ଲେଡରେ କଟାଯାଇଥିବା କ୍ଷଥ ରହିଛି । ରବିବାର ଦିନ ପୋଲିସ୍ ୨୭ବର୍ଷିୟ ଟ୍ରାନ୍ସମ୍ୟାନ ଭେଟ୍ରିମାରନଙ୍କୁ ଗିରଫ କରିଛି। କଥିତ ଭାବରେ କୁହାଯାଉଛି ଯେ ମହିଳା ଜଣକ ଟ୍ରାନ୍ସମ୍ୟାନଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଯୋଗୁଁ ସେ ହତ୍ୟା କରିଥିଲେ ।

ଏହି କାରଣରୁ ହୋଇଛି ହତ୍ୟା
ଅଭିଯୁକ୍ତ ଭେଟ୍ରିମାରନ୍ ଓ ମୃତ ନନ୍ଦିନୀ ମଦୁରାଇର ବାସିନ୍ଦା ଥିଲେ ଏବଂ ଉଭୟ ଗତ କିଛି ମାସ ଧରି ଥୋରିପକ୍କାମର ଏକ ସଫ୍ଟୱେର୍ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେମାନେ ପ୍ରଥମେ ବନ୍ଧୁ ହୋଇଥିଲେ ଏବଂ ପରେ ପ୍ରେମରେ ପଡ଼ିଥିଲେ ।

କହିରଖୁଛୁ ଯେ ନିକଟରେ ଯେତେବେଳେ ଭେଟ୍ରିମାରାନ୍ ନନ୍ଦିନୀଙ୍କୁ ତାଙ୍କର ଲିଙ୍ଗ ବିଷୟରେ ଖୁଲାସା କରିଥିଲେ ଓ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, ସେ ବିବାହ କରିବାକୁ ମନା କରି ଦେଇଥିଲେ । ଏହା ପରେ ନନ୍ଦିନୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ଆରମ୍ଭ କରିଥିଲେ ଏବଂ ଏହା ଭେଟ୍ରିମାରନ୍ଙ୍କୁ କ୍ରୋଧିତ ହୋଇ ଯାଇଥିଲା ​। ପ୍ରତିଶୋଧ ନେବା ପାଇଁ ସେ ନନ୍ଦାନୀଙ୍କୁ ହତ୍ୟା କରିଥିଲେ ।