Bhubaneswar Gang Rape: ଭୁବନେଶ୍ୱରରେ ୨ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, ରାତିସାରା ଦୌଡ଼ିରେ ବାନ୍ଧି କଲେ ଏହି ଘୃଣ୍ୟ କାମ
Advertisement

Bhubaneswar Gang Rape: ଭୁବନେଶ୍ୱରରେ ୨ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, ରାତିସାରା ଦୌଡ଼ିରେ ବାନ୍ଧି କଲେ ଏହି ଘୃଣ୍ୟ କାମ

Bhubaneswar Gang Rape: ଭୁବନେଶ୍ୱର ଚାଇଲ୍ଡଲାଇନ ଇନଫୋସିଟି ପୋଲିସକୁ ଖବର ଦେଇଥିଲା ଓ ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ନାବାଳିକା ମାନେ ନିଜ ପରିବାର ସହିତ ପଟିଆ ଅଞ୍ଚଳରେ ରୁହନ୍ତି । ଏହି ପୀଡ଼ିତାମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ । ସେମାନଙ୍କୁ କାଉନସେଲିଂର ଆବଶ୍ୟକ ରହିବା ସହ ଶିଶୁ କଲ୍ୟାଣ କମିଟି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । 

ପ୍ରତୀକାତ୍ମକ ଫଟୋ

Bhubaneswar Gang Rape Case: ରାଜଧାନୀ ଭୁବନେଶ୍ୱର (Bhubaneswar) ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ଦିନ ପଟିଆ ରେଳ ଷ୍ଟେସନରେ ଦୁଇ ବ୍ୟକ୍ତି ୧୨-୧୪ ବର୍ଷ ବୟସର ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ (Minor Girl Gang Rape) କରିଛନ୍ତି । ଭୁବନେଶ୍ୱର ଚାଇଲ୍ଡଲାଇନ ଇନଫୋସିଟି ପୋଲିସକୁ ଖବର ଦେଇଥିଲା ଓ ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ନାବାଳିକା ମାନେ ନିଜ ପରିବାର ସହିତ ପଟିଆ ଅଞ୍ଚଳରେ ରୁହନ୍ତି । ଏହି ପୀଡ଼ିତାମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ । ସେମାନଙ୍କୁ କାଉନସେଲିଂର ଆବଶ୍ୟକ ରହିବା ସହ ଶିଶୁ କଲ୍ୟାଣ କମିଟି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । 

ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେନୁଧର ସେନାପତି କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ଦୁହେଁ ପଟିଆ ରେଳ ଷ୍ଟେସନକୁ ଯାଇଥିଲେ, ସେତେବେଳେ ସେହି ଅଞ୍ଚଳର ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ରେଳ ଓଭରବ୍ରିଜକୁ ନେଇ ଯାଇଥିଲେ । ଏକ ଦଉଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିଲେ । ପୀଡିତା ନାବାଳିକା ମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ କିନ୍ତୁ ଅଭିଯୁକ୍ତ ମାନେ ସେମାନଙ୍କୁ ଜୀବନରୁ ମାରି ଦେବାର ଧମକ ଦେଉଥିଲେ ।

ଅଧିକ ପଢ଼ନ୍ତୁ:-ଶ୍ରେୟସ୍ ଆୟରଙ୍କ ପରେ ବର୍ତ୍ତମାନ ଏହି ଖେଳାଳି ମଧ୍ୟ ପ୍ରଥମ ଦିନିକିଆରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:- ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ପରିବାରକୁ ଲାଗିଲା ଆଉ ଏକ ଝଟକା, ଏହି ପ୍ରିୟ ସଦସ୍ୟ ଛାଡ଼ିଲା ଦୁନିଆ

ଅଧିକ ପଢ଼ନ୍ତୁ:-ବିରାଟ କୋହଲି ୭୪ତମ ଶତକ ଲଗାଇବା ମାତ୍ରେ ଫ୍ୟାନ୍ ନେଲେ ଏହି ବଡ଼ ପଦକ୍ଷେପ, ପୂରଣ କଲେ ଏହି ପ୍ରତିଶ୍ରୁତି

ମଙ୍ଗଳବାର ସକାଳେ ନାବାଳିକା ମାନଙ୍କୁ ଛାଡ଼ି ଦେଇଥିଲେ । ପରେ ପୀଡ଼ିତା ନାବାଳିକା ମାନେ ଘରେ ପହଞ୍ଚି ସେମାନଙ୍କ ବାପାମାଙ୍କ ସହ ସେମାନଙ୍କର ସହ ଘଟିଥିବା ଘଟଣା ବିଷୟରେ ସବୁ ଖୋଲି କହିଥିଲେ । ଏହି ରିପୋର୍ଟରେ କୁହାଯାଇଛି ଯେ,  ଦୁଷ୍କର୍ମକାରୀ ମାନେ ମଧ୍ୟ ଏହି ମାମଲା ଲୁଚାଇବା ପାଇଁ ଟଙ୍କା ଯାଚି ଥିଲେ । ଗତକାଲି ସନ୍ଧ୍ୟାରେ ପୀଡିତାଙ୍କ ସହ ଇନଫୋସିଟି ପୋଲିସ୍, ଚାଇଲ୍ଡ ଲାଇନ୍ ଅଧିକାରୀ ଏବଂ GRP ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । GRP ଏହି ପରିପ୍ରେକ୍ଷୀରେ ଏକ FIR ରୁଜୁ କରିଛି । ଅନ୍ୟପଟେ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।