Bhubaneswar: ଟୁଙ୍ଗୁରୁ ଭୋଳକୁ ଜେଲ ପଠାଇଲେ ବର୍ଷା, କିନ୍ତୁ କାହିଁକି?
Advertisement

Bhubaneswar: ଟୁଙ୍ଗୁରୁ ଭୋଳକୁ ଜେଲ ପଠାଇଲେ ବର୍ଷା, କିନ୍ତୁ କାହିଁକି?

Tunguru Bholo-Barsha Bholo: ପୋଲିସର ସୂଚନାନୁସାରେ, ଗତ ଅଗଷ୍ଟ ୧୦ ତାରିଖ ମଧ୍ୟାହ୍ନରେ ସୁଜୟନ୍ତି ଦଳେଇ ଓରଫ ବର୍ଷା (୨୯) ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ସେଥିରେ ଦର୍ଶାଇ ଥିଲେ ଯେ, ଜୁଲାଇ ୨୯ ତାରିଖ ମଧ୍ୟ ରାତିରେ ଟୁଙ୍ଗୁରୁ ଅନ୍ୟ ଜଣେ ମହିଳାଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ଥିଲେ। ସେହି ମହିଳାଙ୍କ ଘରେ ତାଙ୍କୁ ଟୁଙ୍ଗୁରୁ ଭୋଳ ଯୌନ ନିର୍ଯ୍ୟାତନା ଦେଇଥିଲା ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। 

Bhubaneswar: ଟୁଙ୍ଗୁରୁ ଭୋଳକୁ ଜେଲ ପଠାଇଲେ ବର୍ଷା, କିନ୍ତୁ କାହିଁକି?

Tunguru Bholo-Barsha Bholo, ଭୁବନେଶ୍ୱର: ରାଜ୍ୟର ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ ଲଭଷ୍ଟୋରୀରେ ଏକ ବଡ ଟ୍ୱିଷ୍ଟ୍ ଆସିଛି। ଗୁରୁବାର ଭରତପୁର ପୋଲିସ ଅଟୋ ଚାଳକ ଟୁଙ୍ଗୁରୁ ଭୋଳଙ୍କୁ ଗିରଫ କରିଛି। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। କିଛି ଦିନ ପୂର୍ବେ ଭରତପୁର ଥାନାରେ ଖୋଦ ବର୍ଷା ଲିଖିତ ଅଭିଯୋଗ କରିଥିଲେ। ଏପରି କି ସେମନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଟୁଙ୍ଗୁରୁ ଭାଇରାଲ କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରଘଟ ଅଭିଯୋଗରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ (୨୧) ଗିରଫ ହୋଇଛି। ବର୍ଷାଙ୍କ ଅଭିଯୋଗ ଆଧାରରରେ ଗୁରୁବାର ଭୁବନେଶ୍ୱର, ଭରତପୁର ପୋଲିସ ଗୁଙ୍ଗୁରୁକୁ ଗିରଫ କରି କୋର୍ଟ ଚାଲାଣି କରିଛି। ଏହାପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଟୁଙ୍ଗୁରୁର ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଥିବା ବେଳେ ସେ ରାଜଧାନୀର ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀ ବସ୍ତିରେ ରହୁଥିଲା। ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଆଇପିସିର ଦଫା- ୩୪୧, ୨୯୪, ୩୨୩, ୩୭୬, ୫୯୬ ଓ ୩୪ ଲାଗିଛି।

Also Read: ପ୍ରମିଳା ମାଉସୀଙ୍କ ମାଷ୍ଟରଷ୍ଟ୍ରକ୍: ସ୍ୱାମୀ ଘରେ ସ୍ୱପ୍ନା, କାହ୍ନାଙ୍କୁ ଅପେକ୍ଷା

ପୋଲିସର ସୂଚନାନୁସାରେ, ଗତ ଅଗଷ୍ଟ ୧୦ ତାରିଖ ମଧ୍ୟାହ୍ନରେ ସୁଜୟନ୍ତି ଦଳେଇ ଓରଫ ବର୍ଷା (୨୯) ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ସେଥିରେ ଦର୍ଶାଇ ଥିଲେ ଯେ, ଜୁଲାଇ ୨୯ ତାରିଖ ମଧ୍ୟ ରାତିରେ ଟୁଙ୍ଗୁରୁ ଅନ୍ୟ ଜଣେ ମହିଳାଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ଥିଲେ। ସେହି ମହିଳାଙ୍କ ଘରେ ତାଙ୍କୁ ଟୁଙ୍ଗୁରୁ ଭୋଳ ଯୌନ ନିର୍ଯ୍ୟାତନା ଦେଇଥିଲା ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ଅଗଷ୍ଟ ତିନି ତାରିଖରେ ମଧ୍ୟ ନିଶା ସେବନ କରି ସେହି ବସ୍ତିର ଏକ ଘରେ ନେଇ ପୁଣି ଗାଳି କରିବା ସହ ଅସଦାଚରଣ କରିଥିଲା। ଯୋଗେନ୍ଦ୍ର ଭୋଳ ନାମକ ବ୍ୟକ୍ତିଙ୍କ ପରିବାର ତାଙ୍କୁ ହତ୍ୟା ଧମକ ଦେଇଥିବା ବର୍ଷା ଏତଲାରେ ଉଲ୍ଲେଖ କରିଛନ୍ତି।

ଅଭିଯୋଗର ପ୍ରାୟ ୫୦ ଦିନ ପରେ ଟୁଙ୍ଗୁରୁ ଭୋଳକୁ ଭରତପୁର ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏବେ ମଧ୍ୟ ମାମଲାର ତନାଘନା ଚାଲିଛି ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ଗତ ଦୁଇ ମାସ ପୂର୍ବେ ଟୁଙ୍ଗୁରଭୋଳକୁ ବିବାହ କରିବାକୁ ଜିଦ୍ ଧରି ଭରତପୁର ଥାନା ଆଗରେ ଫୁଲମାଳ ଓ ସିନ୍ଦୁର ଧରି ବର୍ଷା ଧାରଣାରେ ବସିଥିଲେ। ପୋଲିସ ତାଙ୍କୁ ବୁଝାସୁଝା କରି ପଠାଇଥିଲା। ଏହାର କିଛି ଦିନ ପରେ ଟୁଙ୍ଗୁରୁ ଓ ବର୍ଷାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। ଫଳରେ ପୁଣି ଥରେ ବର୍ଷା ତାଙ୍କ ସହ ଟୁଙ୍ଗୁରୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ କରିଥିବା ନେଇ ଅଭିଯୋଗ କରିଥିଲେ।