ସଇତାନ ସ୍ୱାମୀ! ଯୌତୁକ ପାଇଁ ସ୍ତ୍ରୀକୁ ସାନିଟାଇଜର ଢାଲି ଜିଅନ୍ତା ଜାଳିବାକୁ ଉଦ୍ୟମ
Advertisement
Article Detail0/zeeodisha/odisha1331274

ସଇତାନ ସ୍ୱାମୀ! ଯୌତୁକ ପାଇଁ ସ୍ତ୍ରୀକୁ ସାନିଟାଇଜର ଢାଲି ଜିଅନ୍ତା ଜାଳିବାକୁ ଉଦ୍ୟମ

Berhampur News: ଦୀର୍ଘ ଦିନ ଧରି ଯୌତୁକ ନିର୍ଯ୍ୟାତନା ଦେବା ସହ ନିଜ ସ୍ତ୍ରୀକୁ ଜାଳି ଜୀବନରୁ ମାରିଦେବା ଭଳି ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ରିତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ପଠାଯାଇଛି । ରିତାଙ୍କ ଶରୀରର ୩୦ ଭାଗ ପୋଡ଼ି ଯାଇଥିବାବେଳେ ଚିକିତ୍ସା ଜାରି ରହିଛି ।

ଫାଇଲ ଫଟୋ

ବ୍ରହ୍ମପୁର: Husband Tried to Killed Wife: ହାତ ଧରି ବିବାହ କରିଥିବା ନିଜ ସ୍ତ୍ରୀର ଦେହରେ ସାନିଟାଇଜର୍ ଢ଼ାଳି ଜାଳି ଦେଇ ଜୀବନରେ ମାରିଦେବାକୁ ବସିଥିଲା ନିଷ୍ଠୁର ସ୍ବାମୀ । ଏଭଳି ଅଭାବନୟ ଘଟଣା ଘଟିଛି ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମରେ । ଦୀର୍ଘ ଦିନ ଧରି ଯୌତୁକ ନିର୍ଯ୍ୟାତନା ଦେବା ସହ ନିଜ ସ୍ତ୍ରୀକୁ ଜାଳି ଜୀବନରୁ ମାରିଦେବା ଭଳି ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ରିତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ପଠାଯାଇଛି । ରିତାଙ୍କ ଶରୀରର ୩୦ ଭାଗ ପୋଡ଼ି ଯାଇଥିବାବେଳେ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁଯାୟୀ, ମହୁଡ଼ା ଗ୍ରାମର ମାଝୀ ସାହିରେ ରହୁଥିବା ସଞ୍ଜୟ ପ୍ରଧାନ ନିଜକୁ ଇଞ୍ଜିନିୟରର ପରିଚୟ ଦେଇ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହାପୁର ଗ୍ରାମର ଛେନା ପ୍ରଧାନଙ୍କ ଝିଅ ରିତା ପ୍ରଧାନଙ୍କୁ ଗତ ୨୦୧୮ ମସିହାରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଇଞ୍ଜିନିୟର ଜ୍ୱାଇଁ ପାଇ ବେଶ୍ ଖୁସି ପ୍ରକଟ କରି ଯୌତୁକ ବାବଦକୁ ଝିଅର ବାପା ବିବାହ ବେଦୀରେ ଏକ ଲକ୍ଷ ୭୫ ହଜାର, ସୁନା ଅଳଙ୍କାର ସହ ଜାନିଯୌତୁକ ଦେଇଥିଲେ । 

ପରେ ରିତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ଜ୍ୱାଇଁ ପୁଅ କୌଣସି ଇଞ୍ଜିନିୟର ନୁହନ୍ତି କି କୌଣସି କାମଧନ୍ଦା କରନ୍ତି ନାହିଁ । ବିଧିର ବିଧାନକୁ ଆଦରି ସବୁ ସହି ଆସୁଥିଲେ ରିତାଙ୍କ ପରିବାର ଲୋକେ । ତଥାପି ସଞ୍ଜୟଙ୍କ ପରିବାରର ମନ ଏଥିରେ ମାନି ନଥିଲା । ଅଭିଯୋଗ ଅନୁଯାୟୀ ରିତାଙ୍କ ସ୍ୱାମୀ ସଞ୍ଜୟ ଓ ମା' ମିଶି ବିବାହର ୧୦ ଦିନ ପରେ ନିର୍ଯ୍ୟାତନା ଦେବା ଆରମ୍ଭ କରିବା ସହ ପଡୋଶୀରେ ରହୁଥିବା ସଂପର୍କୀୟ ଦାଦାଙ୍କ ଘର କିଣିବା ପାଇଁ ଆଉ ତିନି ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । 

ସ୍ତ୍ରୀ ରିତା ଏହାକୁ ବିରୋଧ କରିବା ପରେ ଗତକାଲି ଏହି ଘଟଣାକୁ ନେଇ ସ୍ୱାମୀ ସଞ୍ଜୟ ଓ ସ୍ତ୍ରୀ ରୀତାଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଫଳରେ ରୋଷେଇ ଘରକୁ ଯାଇ ସ୍ତ୍ରୀ କାମ କରୁଥିବାବେଳେ ପୂର୍ବରୁ ଆଣିଥିବା ସାନିଟାଇଜର ରିତାଙ୍କ ଦେହରେ ପକାଇ ନିଆଁ ଲଗାଇ ଦେଇଥିଲେ ସଞ୍ଜୟ । ନିଜ ଜୀବନ ବଞ୍ଚାଇବାକୁ ଯାଇ ଘର ବାରି ପଟେ ଥିବା ପାଣି ବାଲ୍ଟିକୁ ଦେହରେ ପକାଇ ନିଆଁକୁ ଲିଭାଇବା ସହ ଛାତ ଡେଇଁ ପଛ ସାହିରେ ରହୁଥିବା ମାଉସୀ ଘରକୁ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚଇବାରେ ସକ୍ଷମ ହୋଇଥିଲେ ରିତା । 

ଏହା ବି ପଢ଼ନ୍ତୁ:-'ଏହା ଦୁନିଆକୁ ଧ୍ୱଂସ କରିଦେବ', ଜାଣନ୍ତୁ କାହିଁକି ୩ ସେଣ୍ଟିମିଟରର ଜୀବକୁ ନେଇ ଟେନସନରେ ବିଶ୍ୱର ବୈଜ୍ଞାନିକ

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ପାଇଁ ଏହି ୩ଟି ରାଜ୍ୟରେ ବଢ଼ିଲା କଂଗ୍ରେସର ସଙ୍କଟ, ହୁଡ୍ଡା ଓ ଆନନ୍ଦ ଶର୍ମା ମଧ୍ୟ ବଢ଼ାଇଲେ ଟେନସନ୍

ଏହା ବି ପଢ଼ନ୍ତୁ:-କଂଗ୍ରେସର ସ୍ଥାନ ନେବାକୁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି! ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ' ଆଗରେ କେଜ୍ରିୱାଲଙ୍କ ଏହା ହେଉଛି ପ୍ଲାନ୍

ଗୁରୁତର ଅବସ୍ତାରେ ମାଉସୀ ଘର ଲୋକେ ରିତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି କୁ ଆଣିବା ସହ ରିତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଆଶୁ ଚିକିତ୍ସା ପରେ ରିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଏନେଇ ରିତାଙ୍କ ପରିବାର ପକ୍ଷରୁ ଦିଗପହଣ୍ଡି ଥାନାରେ ସଞ୍ଜୟ ଓ ତାଙ୍କ ପରିବାର ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ଦାୟର କରାଯିବ କହିଛନ୍ତି ବାପା ଛେନା ପ୍ରଧାନ ।