Beheaded Body Recover: ରାଜଧାନୀରେ ଚାଞ୍ଚଲ୍ୟ, ଥାନା ପଛପଟୁ ମିଳିଲା ମୁଣ୍ଡ ବିହୀନ ମୃତଦେହ
Advertisement

Beheaded Body Recover: ରାଜଧାନୀରେ ଚାଞ୍ଚଲ୍ୟ, ଥାନା ପଛପଟୁ ମିଳିଲା ମୁଣ୍ଡ ବିହୀନ ମୃତଦେହ


Beheaded Body Found In Delhi: ଶନିବାର ଭାରତ ନଗର ଥାନା ପଛପଟୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହକୁ ଜବତ କରି ଫରେନସିକ୍ ଟିମ ସହାୟତାରେ ତଦନ୍ତ ଚଳାଇଛି।

 

ପ୍ରତିକାତ୍ମକ ଫଟୋ

Beheaded Body Found In Delhi: ଜାତୀୟ ରାଜଧାନୀ ଦିଲ୍ଲୀ ଏବେ ଦେଶର କ୍ରାଇମ କ୍ୟାପିଟାଲ ପାଲଟିଛି। ପ୍ରତ୍ୟେକ ଦିନ ଏଠରେ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମନାକୁ ଆସୁଛି। ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ସାମନାକୁ ଆସିବା ପରଠାରୁ ଦିଲ୍ଲୀରେ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଏକ ସାଧାରଣ ଘଟଣା ପାଲଟିଯାଇଛି। ଶନିବାର ଭାରତ ନଗର ଥାନା ପଛପଟୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହକୁ ଜବତ କରି ଫରେନସିକ୍ ଟିମ ସହାୟତାରେ ତଦନ୍ତ ଚଳାଇଛି।

ଶନିବାର ସକାଳେ ଭାରତ ନଗର ଥାନକୁ ସୂଚନା ମିଳିଥିଲା ​​ଯେ, ଥାନା ପଛ ଜଙ୍ଗଲରେ ଏକ ମୃତଦେହ ପଡିଛି। ମୃତଦେହ ପ୍ରାୟ ୨୦ରୁ ୨୫ ଦିନ ପୁରୁଣା ହେବ। ଏହି ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଜେହ ପଡିଥିବା ସ୍ଥାନର ଦୂରତା ଥାନା ଠାରୁ ପ୍ରାୟ ୧୦୦ ମିଟର ହେବ। ପୋଲିସ ପହଞ୍ଚିବା ପରେ ସ୍ପେଶାଲ ଟିମ୍ ଏବଂ ଫୋରେନସିକ୍ ଦଳକୁ ମଧ୍ୟ ଡକାଯାଇଥିଲା। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ମାମଲାର ତଦନ୍ତ ଚଳାଇଛି। 

Also Read: Live In Relation: 'ଅଫତାବ ୩୫ କରିଥିଲା ମୁଁ ୭୦ ଖଣ୍ଡ କରିବି'

 

ଉତ୍ତର ପଶ୍ଚିମ ଦିଲ୍ଲୀ ଡେପୁଟି ପୋଲିସ କମିଶନର, ଉଷା ରଙ୍ଗନାନି କହିଛନ୍ତି ଯେ, ଶନିବାର ଭାରତ ନଗର ଥାନାକୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ନିମ୍ରି କଲୋନୀରେ ଅବସ୍ଥିତ ଟିଚର୍ସ ପାର୍କ ନିକଟ ମୋରି ୱାଲା ବାଗରେ ଜଣେ ଅଜ୍ଞାତ ପୁରୁଷଙ୍କ ମୃତଦେହ ପଡ଼ିଥିବା କୁହାଯାଇଥିଲା। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ବର୍ଷ ହୋଇଥିବା ବେଳେ ମୃତଦେହକୁ ଚାରି ସପ୍ତାହରୁ ଅଧିକ ହେବ ବୋଲି ସେ କହିଛନ୍ତି।

ଡେପୁଟି ପୋଲିସ କମିଶନର କହିଛନ୍ତି ଯେ, ମୃତଦେହର କିଛି ଦୂରତାରେ ଗଳିତ ମୁଣ୍ଡ ମିଳିଥିଲା। ମୃତଦେହ ପୁରୁଣା ହୋଇଥିବାରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଥାଇପାରେ। ନଚେତ କୁକୁର କିମ୍ବା କୌଣସି ଜଙ୍ଗଲି ଜନ୍ତୁ ତାକୁ ଅଲଗା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜଣା ପଡିବ। ମୃତକଙ୍କ ପରିଚୟ ଖୋଜିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।