'ନା'ରୁ ନାରୀର ନାରକୀୟ କାଣ୍ଡ : Jeans ପାଇଁ ହତ୍ୟା, Reels ପାଇଁ ଆତ୍ମହତ୍ୟା
Advertisement
Article Detail0/zeeodisha/odisha1262584

'ନା'ରୁ ନାରୀର ନାରକୀୟ କାଣ୍ଡ : Jeans ପାଇଁ ହତ୍ୟା, Reels ପାଇଁ ଆତ୍ମହତ୍ୟା

ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘର ଲୋକେ ଇନଷ୍ଟାଗ୍ରାମରେ ରିଲ୍ସ କରିବାକୁ ବାରଣ କରିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଜୟନ୍ତୀ ପାତ୍ର। 

ପ୍ରତିକାତ୍ମକ ଫଟୋ

 

ନୂଆଦିଲ୍ଲୀ: 'ନା'ରୁ ନାରୀର ନାରକୀୟ କାଣ୍ଡ। ହୋଇପାରେ ଶୀର୍ଷକଟି ଭ୍ରମିତ କରୁଥିବ, କିନ୍ତୁ କଥାଟି ଶତ ପ୍ରତିଶତ ସତ। କାରଣ ବାରଣ କରିବାରୁ ଦୁଇ ଦୁଇଟି ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ବାଲେଶ୍ୱରରେ ଗୋଟିଏ ଘଟଣା ଘଟିଥିବା ବେଳେ ପଡୋଶୀ ଝାଡଖଣ୍ଡର ଜମତାଡାରୁ ଅନ୍ୟ ଏକ ଚାଞ୍ଚଲ୍ୟକର ଖବର ଆସିଛି। ଇନଷ୍ଟା ରିଲ୍ସ ନକରିବାକୁ କହିବାରୁ ମହିଳା ଆତ୍ମହତ୍ୟା କରିଛନ୍ତି ଓ ଜିନ୍ସ ପିନ୍ଧିବାକୁ ବାରଣ କରିବାକୁ ଅନ୍ୟ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। 
 
ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘର ଲୋକେ ଇନଷ୍ଟାଗ୍ରାମରେ ରିଲ୍ସ କରିବାକୁ ବାରଣ କରିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଜୟନ୍ତୀ ପାତ୍ର। ସେ ୧୦ବର୍ଷ ପୂର୍ବେ କଇଥଗଡ଼ିଆର ବୁଦ୍ଧଦେବ ପାତ୍ରଙ୍କୁ ବିବାହ କରିଥିଲେ। ଶନିବାର ରାତିରୁ ଜୟନ୍ତୀ ନିଖୋଜ ଥିବା ବେଳେ ରବିବାର ଏକ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। 
 
 
ମୃତ୍ୟୁ ପୂର୍ବରୁ ତାଙ୍କର ମୃତଦେହ ନିଜ ଇନଷ୍ଟାଗ୍ରାମରେ ଦୁଇଟି ପୋଷ୍ଟ କରିଛନ୍ତି। ଯେଉଁଥିରେ ଗୋଟିକରେ 'ହୁଏତ ଏମୋର ଲାଷ୍ଟ ଭିଡ଼ିଓ ହୋଇପାରେ' ଓ  ଅନ୍ୟଟିରେ 'କାଲି ମୁଁ ଏ ଦୁନିଆରେ ଥିବି କି ନଥିବି କିନ୍ତୁ ନିଶ୍ଚୟ ମନେ ରଖିବେ' ବୋଲି ଲେଖା ରହିଛି। ଏହି ଇନଷ୍ଟା ପୋଷ୍ଟକୁ ଆଧାର କରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ, ଝିଅର ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟକୁ ଶ୍ୱଶୁର ଘର ଲୋକେ ବିରୋଧ କରୁଥିଲେ ବୋଲି ଜୟନ୍ତୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।
 
ଅନ୍ୟ ଏକ ଘଟଣାରେ ଜିନ୍ସ ପିନ୍ଧିବାକୁ ବାରଣ କରିବାରୁ ମହିଳା ନିଜ ସ୍ୱାମୀଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ଶନିବାର ରାତିରେ ଝାଡଖଣ୍ଡର ଜାମତାଡା ଜିଲ୍ଲାର ଜୋଡଭିଥା ଗାଁରେ ଘଟିଛି। ପୁଷ୍ପା ହେମ୍ରମ ନାମ୍ନୀ ନବବିବାହିତାଙ୍କୁ ଜିନ୍ସ ପିନ୍ଧିବାକୁ ତାଙ୍କ ସ୍ୱାମୀ ବାରଣ କରିଥିଲେ। କିନ୍ତୁ ପୁଷ୍ପା ସ୍ୱାମୀଙ୍କ କଥା ନମାନି ନିକଟସ୍ଥ ଗାଁକୁ ଜିନ୍ସ ପିନ୍ଧି ମେଳାବୁଲିବାକୁ ଯାଇଥିଲେ। ସେଠାରୁ ଫେରିଲା ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଉ ଏଥିରେ ଉତ୍କ୍ଷୀପ୍ତ ହୋଇ ପୁଷ୍ପା ନିଜ ସ୍ୱାମୀକୁ ଛୁରୀଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।