Shraddha Murder Case: ହିମାଚଳରେ ମର୍ଡର ପ୍ଲଟ୍ ପ୍ଲାନ କରିଥିଲା ଆଫତାବ୍: ସାଥ୍ ଦେଇଥିଲେ ଗେଷ୍ଟହାଉସ ବୟ !
Advertisement
Article Detail0/zeeodisha/odisha1461604

Shraddha Murder Case: ହିମାଚଳରେ ମର୍ଡର ପ୍ଲଟ୍ ପ୍ଲାନ କରିଥିଲା ଆଫତାବ୍: ସାଥ୍ ଦେଇଥିଲେ ଗେଷ୍ଟହାଉସ ବୟ !

Shraddha Murder Case Update: କମଲ ଚାନ୍ଦଙ୍କ ଅନୁଯାୟୀ ସେଦିନ ଉଭୟ ସ୍ୱାଭାବିକ ଦେଖାଯାଉଥିଲେ। ପ୍ରଥମ ଦିନରେ ଦୁହେଁ ଟ୍ରେକିଂ ପାଇଁ କୁଟଲା ଯାଇଥିଲେ। ଉଭୟଙ୍କ ମଧ୍ୟରେ ସେମିତି କିଛି ମତାନ୍ତର ଥିବା ଦେଖାଯାଉନଥିଲା। ତେବେ ଗେଷ୍ଟ ହାଉସରେ ରୁମ ଏଣ୍ଟ୍ରି ପାଇଁ ଶ୍ରଦ୍ଧା ନିଜ ନାଁରେ ପ୍ରବେଶ କରାଇଥିବା ବେଳେ ଆଫତାବ କାହିଁକି ନିଜ ନାଁ ଲେଖିନଥିଲେ ସେନେଇ ପୋଲିସର ଏକ ଟିମ୍ ଜୋରଦାର ତଦନ୍ତ କରୁଛି।

Shraddha Murder Case: ହିମାଚଳରେ ମର୍ଡର ପ୍ଲଟ୍ ପ୍ଲାନ କରିଥିଲା ଆଫତାବ୍: ସାଥ୍ ଦେଇଥିଲେ ଗେଷ୍ଟହାଉସ ବୟ !

Shraddha Murder Case: ଦିଲ୍ଲୀ ପୋଲିସ କ୍ରମାଗତ ଭାବେ ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରମାଣ ଖୋଜିବାରେ ଲାଗିଛି। ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ ଚାଲିଛି। ବର୍ତ୍ତମାନ ପୋଲିସ ଏହି ହତ୍ୟା ମାମଲାର ଲିଙ୍କକୁ ସଂଯୋଗ କରିବାକୁ ଚେଷ୍ଟା କରୁଛି। ଦୀର୍ଘ ଦିନ ଧରି ଶ୍ରଦ୍ଧାଙ୍କ ହତ୍ୟା ଯୋଜନା କରାଯାଇଥିଲା କି? ଏହାର ସନ୍ଧାନରେ ହିମାଚଳ ପ୍ରଦେଶର କସୌଲରେ ଏକ ପୋଲିସ ଟିମ୍ ପହଞ୍ଚିଛି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଆଫତାବ ଏବଂ ଶ୍ରଦ୍ଧା ବୁଲିବାକୁ ଯାଇଥିଲେ । ତେବେ ଏଠାରେ ଅନୁସନ୍ଧାନ ସମୟରେ ଅନେକ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଶ୍ରଦ୍ଧା ଏବଂ ଆଫତାବ ଏପ୍ରିଲରେ କସୌଲ ଏବଂ ପାର୍ବତ୍ୟ ଉପତ୍ୟକାର ତୋଷ ଗାଁରେ ପହଞ୍ଚିଥିଲେ। ଦୁହେଁ ହ୍ୱାଇଟ ଲୋଟସ୍ (White Lotus) ନାମକ ଏହି ଗେଷ୍ଟହାଉସରେ ରହିଥିଲେ । ତେବେ ଏଠାରେ ଥିବା ରେଜିଷ୍ଟରରେ ତାଙ୍କର ଏଣ୍ଟ୍ରି ମିଳିନାହିଁ। ଯଦିଓ ଉଭୟ ଏଠାରେ ରହିବା ସମୟରେ ରୁମ୍ ଭଡା ବାଣ୍ଟି ଦେଇଥିଲେ । ଏକ ଖବର ସରବରାହ ସଂସ୍ଥା ଅନୁଯାୟୀ ଅନୁସନ୍ଧାନରୁ ଜଣାପଡିଛି ଯେ ଆଫତାବ ଗେଷ୍ଟ ହାଉସରେ ରୁମ ପାଇଁ ୭୩୦ ଟଙ୍କା ଦେଇଥିବାବେଳେ ଶ୍ରଦ୍ଧା ୟୁପିଆଇ (UPI) ମାଧ୍ୟମରେ ୮୨୦ ଟଙ୍କା ଦେଇଥିଲେ। ଏହି ସ୍ଥାନ ମଲାନା ଗାଁ ନିକଟରେ ଅଛି ଯାହା ଚରସ ପାଇଁ ଖୁବ ଫେମସ ବୋଲି କୁହାଯାଇଛି। ୭ ଏପ୍ରିଲରେ ଦୁହେଁ ସେଠାରେ ରହିଥିବା ବେଳେ ୮ ଏପ୍ରିଲରେ ସେଠାରୁ ରୁମ୍ ଛାଡି଼ ଚାଲିଯାଇଥିଲେ। 

Also Read: Shraddha Murder Case: ଜଙ୍ଗଲରୁ ମିଳିଥିବା ହାଡ଼ ସହ ମ୍ୟାଚ୍ ହେଲା ଶ୍ରଦ୍ଧାଙ୍କ ବାପାଙ୍କ DNA

ଗେଷ୍ଟ ହାଉସର କର୍ମଚାରୀ କମଲ ଚାନ୍ଦଙ୍କ କହିବାନୁଯାୟୀ ଶ୍ରଦ୍ଧା ଏଠାରେ ଦୁଇ ଦିନ ରହିଥିଲେ। ସେ କହିଥିଲେ ଯେ ଆଫତାବ ତାଙ୍କର ଆଧାର କାର୍ଡ(Aadhar Card) ଦେଇଛନ୍ତି କିନ୍ତୁ ରେଜିଷ୍ଟରରେ ପ୍ରବେଶ କରିବାକୁ ମନା କରି ଦେଇଥିଲେ। କମଲ ଚାନ୍ଦଙ୍କ ଅନୁଯାୟୀ ସେଦିନ ଉଭୟ ସ୍ୱାଭାବିକ ଦେଖାଯାଉଥିଲେ। ପ୍ରଥମ ଦିନରେ ଦୁହେଁ ଟ୍ରେକିଂ ପାଇଁ କୁଟଲା ଯାଇଥିଲେ। ଉଭୟଙ୍କ ମଧ୍ୟରେ ସେମିତି କିଛି ମତାନ୍ତର ଥିବା ଦେଖାଯାଉନଥିଲା। ପରେ ପରେ ସେ ଗେଷ୍ଟ ହାଉସରୁ କେଉଁ ଆଡେ ଗଲେ ତାର କୌଣସି ସୂଚନା ନଥିବା ସେ କହିଛନ୍ତି।

Also Read: Shradhha Murder Case 2: ଡେଟିଂ ଆପରୁ 'ଡେଥ୍ ଡ୍ରାଇଭ୍', ପ୍ରେମିକାକୁ ମାରି ଅଙ୍ଗ ବିକି ଦେଲା ବିଦେଶୀ ପ୍ରେମୀ !

ଅନ୍ୟପଟେ ସେହିଦିନ ଜଣେ ନୂଆ ଷ୍ଟାଫ ଗେଷ୍ଟ ହାଉସରେ ଚାକିରି କରିବାକୁ ଆସିଥିଲେ । ତେବେ ସେ ରେଜିଷ୍ଟରରେ ଆଫତାବ ଓ ଶ୍ରଦ୍ଧାଙ୍କ (Afatab And Shraddha) ନାଁ ପ୍ରବେଶ କରାଇବାକୁ ଭୁଲିଯାଇଥିଲେ। ହେଲେ ପୋଲିସ ଏଥିରୁ ଗେଷ୍ଟ ହାଉସର ନୂଆ ଚାକିରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଧିକ ପଚରାଉଚରା କରି ପାରେ ବୋଲି କୁହାଯାଉଛି। ପୋଲିସର କହିବା କଥା, ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପ୍ଲାନ ହିମାଚଳ ପ୍ରଦେଶରେ ହିଁ କରିନେଇଥିଲା । ହେଲେ ମଉକା ନମିଳିବାରୁ ବଞ୍ଚିଯାଇଥିଲେ ଶ୍ରଦ୍ଧା । ଆଫତାବ ଏ ସବୁ ପ୍ଲାନକୁ ଲୁଚାଇବାକୁ ଯାଇ ଗେଷ୍ଟ ହାଉସରେ ନିଜ ନାଁ ଏଣ୍ଟ୍ରି କରାଇନଥିବା ପୋଲିସ ଅନୁମାନ କରୁଛି।