Crime news: ୟୁ ଟୁବ୍ୟରେ ଭିଡ଼ିଓ ଦେଖି ଝୁଲି ଗଲା ନାବାଳକ
Advertisement

Crime news: ୟୁ ଟୁବ୍ୟରେ ଭିଡ଼ିଓ ଦେଖି ଝୁଲି ଗଲା ନାବାଳକ

Crime news:  ୟୁ ଟୁବ୍ୟ ଭିଡ଼ିଓ ଦେଖିବା କାହାକୁ ବା ପସନ୍ଦ ନୁହେଁ। କିନ୍ତୁ ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ଆଉ ଯଦି ସେମାନେ ୟୁ ଟୁବ୍ୟରେ ଭିଡ଼ିଓ ଦେଖୁଛନ୍ତି ତାହାଲେ ଟିକେ ସର୍ତକ ହୋଇଯାଆନ୍ତୁ । ନହେଲେ ଆପଣଙ୍କ ପିଲା ମଧ୍ଯ କରିପାରେ ଆତ୍ମହତ୍ୟା ।

ସୌ(ସୋସିଆଲ ମିଡିଆ)

Crime news:  ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ଆଉ ଯଦି ସେମାନେ ମୋବାଇଲରେ (Mobile) ଅଧିକ ସମୟ ବିତାଉଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ୟୁ ଟୁବ୍ୟ (Youtube) ଭିଡ଼ିଓ ସେମାନଙ୍କ ଜୀବନ ନେଇପାରେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ନାଗପୁରର କେକକରଦରା ଅଞ୍ଚଳରୁ । ୟୁ ଟୁବ୍ୟରେ ଭିଡ଼ିଓ ଦେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛି ଏକ ୧୨ ବର୍ଷର ନାବାଳକ । ସୂଚନା ଅନୁଯାୟୀ, ନାବାଳକ ଜଣଙ୍କ ୟୁ ଟୁବ୍ୟରେ ସୁଇସାଇଡ଼ ଭିଡ଼ିଓ ଦେଖିବା ପରେ ଘରର ଛାତ ଉପରକୁ ଯାଇ ଆତ୍ମହତ୍ୟା (Suiside) କରିଥିଲେ।

ମହାରାଷ୍ଟ୍ରର (Maharashtra) ନାଗପୁର ଜିଲ୍ଲାରୁ ଏପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ୧୨ ବର୍ଷର ନାବାଳକ ୟୁ ଟୁବ୍ୟରେ ଭିଡ଼ିଓ ଦେଖି ଫାଶୀ ଲାଗାଇ ଆତ୍ମହତ୍ଯା କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ନାବାଳକ ଜଣକ ଦିନ ସାରା ମୋବାଇଲରେ  ୟୁ ଟୁବ୍ୟ ଭିଡ଼ିଓ ଦେଖିବାରେ ବ୍ୟସ୍ତ ରହୁଥିଲେ । ନାବାଳକ ଜଣକ ୟୁ ଟୁବ୍ୟରେ ସୁଇସାଇଡ଼ ସମ୍ୱନ୍ଧୀୟ ଭିଡ଼ିଓ ଦେଖିବା ପରେ ଫାଶୀରେ ଲଗାଇ ଆତ୍ମହତ୍ୟା କରିଥିଲେ ।  

ଘଟଣା ଦିନ ଅର୍ଥାତ୍ ଗତ ଗୁରୁବାର ସନ୍ଧ୍ୟାରେ ନାବାଳକ ଜଣକ ନିଜ ଘର ଛାତ ଉପରକୁ ଯାଇ ଫାଶୀ ଲାଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଓ ପଡ଼ୋଶୀ ଲୋକ ତୁରନ୍ତ ତାଙ୍କୁ ସରକାରୀ ହସ୍ପିଟାଲ ନେଇଥିଲା ମଧ୍ୟ ସେତେବେଳକୁ କିନ୍ତୁ ତାଙ୍କର ମୁତ୍ୟୁ ହୋଇସାରିଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ ନାବାଳକ ଅଧିକ ସମୟ ମୋବାଇଲରେ ବ୍ୟସ୍ତ ରହୁଥିଲେ । ଏହା ପରେ ପୋଲିସ ହାତରେ ଯେଉଁ ସୁରାଗ ଲାଗିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା ।

Also Read- Neha Dhupia: କିଙ୍ଗ ଖାନଙ୍କୁ ପ୍ରଶଂସା କରି ଫସିଗଲେ ନେହା ଧୁପିଆ, ପୁରୁଣା କଥା ମନେପକାଇ ଦେଲେ ଶାହରୁଖଙ୍କ ଫ୍ୟାନ୍ସ

Also Read-Rishabh Pant: BCCI ଖୋଲିଲା ସବୁଠୁ ବଡ଼ ରହସ୍ୟ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି

ଫୋନରେ ସୁଇସାଇଡ଼ ଭିଡ଼ିଓ ଦେଖୁଥିଲେ ନାବାଳକ:  ଫୋନ ଯାଞ୍ଚ ସମୟରେ ନାବାଳକଙ୍କ ୟୁ ଟୁବ୍ୟ ସର୍ଚ୍ଚ ଲିଷ୍ଟରେ ସୁଇସାଇଡ଼ର ଭିନ୍ନ ଭିନ୍ନ ତରିକାର ଭିଡିଓ ସର୍ଚ୍ଚ କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ନାବାଳକ ୟୁ ଟୁବ୍ୟରେ ସୁଇସାଇଡ଼ ଭିଡ଼ିଓ ଦେଖୁଥିଲେ ଯାହା ଫଳରେ ଏହାର ପ୍ରଭାରେ ସେ ଏପରି ନିଷ୍ପତି ନେଇଥିବା ପୋଲିସ କହିଛି । ଏକ ମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ମାଆ ଓ ବାପା । ତେବେ ଏହି ଘଟଣା ପରେ ପୋଲିସ ମାଆ ଓ ବାପାଙ୍କୁ ପିଲା ମାନଙ୍କ ପାଇଁ ଅଧିକ ଯତ୍ନବାନ ହେବା ସହ ସେମାନଙ୍କ ପିଲା ମୋବାଇଲରେ କଣ ଦେଖୁଛନ୍ତି ତାହା ଉପରେ ନଜ ରଖିବାକୁ ଅପିଲ କରିଛି ।