Ganjam village: ଘରେ ତାଲା ଠୁଙ୍କି ପଳାଇଲେ ୨୦୦ ପରିବାର, ଗାଁ ଜଗିଛନ୍ତି ମାତ୍ର ୧୦ ବୃଦ୍ଧ
Advertisement
Article Detail0/zeeodisha/odisha1418360

Ganjam village: ଘରେ ତାଲା ଠୁଙ୍କି ପଳାଇଲେ ୨୦୦ ପରିବାର, ଗାଁ ଜଗିଛନ୍ତି ମାତ୍ର ୧୦ ବୃଦ୍ଧ

Ganjam villager leave houses: ଗଞ୍ଜାମରେ ଗୁଣି ଗାରେଡିକୁ ନେଇ ଘଟିଥିବା ହିଂସା ଥମିବାର ନା ନେଉନାହିଁ। କଟରେ କବିସୂର୍ଯ୍ୟନଗର ବ୍ଳକର ମଧୁରଝୋଳି ଗ୍ରାମର କିଛି ଲୋକ ଓ ଛୋଟ ପିଲାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା। ଯେଉଁ ସବୁ ଲୋକଙ୍କ ନାମ ଗୁଣିଆ କହିଥିଲେ ସେମାନଙ୍କୁ ଅର୍ଥ ଦଣ୍ଡ ସାଙ୍ଗକୁ ସମ୍ପତ୍ତି ବ୍ୟାଯାପ୍ତ ପାଇଁ କୁହାଯାଇଥିଲା।

 

 

 

 

 

 

Ganjam village: ଘରେ ତାଲା ଠୁଙ୍କି ପଳାଇଲେ ୨୦୦ ପରିବାର, ଗାଁ ଜଗିଛନ୍ତି ମାତ୍ର ୧୦ ବୃଦ୍ଧ

Ganjam villager leave houses, ବ୍ରହ୍ମପୁର: ପ୍ରତି ପୋଲିସ ଥାନା ଇଲାକାରେ 'ଆମ ପୋଲିସ ସମିତି' ଗଠନ କରାଯାଇଛି। କିନ୍ତୁ ଏହି ପୋଲିସ ସମିତି କୌଣସି କାମନରେ ଲାଗୁନଥିବା ଅଭିଯୋଗ ହୋଇଛି। ଗଞ୍ଜାମରେ ଗୁଣି ଗାରେଡିକୁ ନେଇ ଘଟିଥିବା ହିଂସା ଥମିବାର ନା ନେଉନାହିଁ। ଗୁଣି ଗାରେଡି ପାଇଁ କାହାର ଅମୂଲ୍ୟ ଜୀବନ ଯାଉଥିବା ବେଳେ ପୁଣି କାହାର ସୁନାର ସଂସାର ଛାରଖାର ହେଉଛି। ପୁଣି କେଉଁଠି ଗାଁରେ କଙ୍ଗାରୁ କୋର୍ଟ ବସି ଜରିମାନା ବସାଯାଉଛି। ଯାହାର ଜ୍ୱଳନ୍ତ ଉଦାହରଣ ଗଞ୍ଜାମ କବିସୂର୍ଯ୍ୟନଗର ବ୍ଳକର ମଧୁରଝୋଳି ଗ୍ରାମରେ ଦେଖିବାକୁ  ମିଳିଛି। ଗାଁର ୨୦୦ ପରିବାର ଘର ଘର ଛାଡି ଚାଲିଯାଇଛନ୍ତି। 

ସୂଚନାନୁସାରେ, ନିକଟରେ କବିସୂର୍ଯ୍ୟନଗର ବ୍ଳକର ମଧୁରଝୋଳି ଗ୍ରାମର କିଛି ଲୋକ ଓ ଛୋଟ ପିଲାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା। ଯାହା ଫଳରେ ଲୋକେ ଗୁଣି ଗାରେଡି ସନ୍ଦେହ କରି ଗାଁକୁ ଗୁଣିଆ ଡାକିଥିଲେ। ଗାଁରେ ଭୂତ ପ୍ରେତ ଦେହରେ ସବାର କରି ଲୋକଙ୍କୁ ମରାଯାଇଛି ବୋଲି କହିବା ସହ ଗାଁର କିଛି ଲୋକ ଗୁଣି ସହ ସମ୍ପୃକ୍ତ ଥିବା ଗୁଣିଆ କହିଥିଲେ। ତେଣୁ ଗାଁରେ ଦୀର୍ଘ ଦିନ ହେବ ଉତ୍ତେଜନା ଲାଗି ରହିଥିଲା। ଆଉ ଏଥିପାଇଁ ଗାଁ ଲୋକଙ୍କୁ ପୋଲିସ ପକ୍ଷରୁ ବୁଝାଇବା ସହ ଗାଁରେ ଏକ ଶାନ୍ତି କମିଟି ବି ଗଠନ କରାଯାଇଥିଲା।

Also Read: ଘରେ କର୍ପୂର ଜାଳିବାରୁ ହୋଇଥାଏ ଏହି ଜବରଦସ୍ତ ଲାଭ, ଜାଣି ଚକିତ ହେବେ ଆପଣ

ଗତ ୨୬ ତାରିଖ ରାତି ଗାଁ ଏହି ଗୁଣି ଗାରେଡି ମାମଲାକୁ ନେଇ ଏକ ବୈଠକ ବସିଥିଲା। ଆଉ ଗାଁର ଯେଉଁ ସବୁ ଲୋକଙ୍କ ନାମ ଗୁଣିଆ କହିଥିଲେ ସେମାନଙ୍କୁ ଅର୍ଥ ଦଣ୍ଡ ସାଙ୍ଗକୁ ସମ୍ପତ୍ତି ବ୍ୟାଯାପ୍ତ ପାଇଁ କୁହାଯାଇଥିଲା। ଆଉ ସେମାନେ ରାଜି ନ ହେବାରୁ ଗାଁ ଲୋକେ ଏକତ୍ରିତ ହୋଇ ଗାଁର ଯୁଧିଷ୍ଠିର ନାୟକ, ବିଷ୍ଟୁ ନାୟକ ଓ ରାଜୁ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆଉ ଯୁଧିଷ୍ଠିରଙ୍କ ସ୍ତ୍ରୀ ଝୁନୁ ନାୟକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ଜୀବନରୁ ମାରି ଦେଇଥିଲେ। ଘଟଣା ସ୍ଥଳରୁ ପୋଲିସ ରାଜୁ ଓ ବିଷ୍ଟୁଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ପାଞ୍ଚଟି ମାମଲାରେ ୩୩ ଜଣକୁ ଗିରଫ କରିଛି।

ଏହି ଘଟଣା ପରେ ଆଜକୁ ଛଅ ଦିନ ହେଲା ଗିରଫଦାରୀ ଭୟରେ ଲୋକମାନେ  ମଧୁରଝୋଳି ଗାଁ ଛାଡି ଆତ୍ମଗୋପନ କରିଛନ୍ତି। ତେଣୁ ୨୦୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ଏହି ମଧୁରଝୋଳି ଗାଁ ଏବେ ଲୋକ ଶୁନ୍ୟ ରହିଛି। ଗାଁରେ କେବଳ ଦଶ ବାର ଜଣ ବୃଦ୍ଧ ଓ ବୁଦ୍ଧା ରହି ଯାଇଛନ୍ତି। ଯେଉଁମାନେ ଏବେ ଭୋକ ଉପବାସରେ ପଡି ରହିଥିବା ବେଳେ ରବିବାର ଖବର ପ୍ରସାରଣ ପରେ ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ଗାଁରେ ପହଂଚି ଲୋକଙ୍କୁ କିଛି ଖାଦ୍ୟ ଦେଇଛନ୍ତି।

Also Read: ବଡ଼ ଦେଉଳରେ କେତେବେଳେ ଲାଗିବ ଚନ୍ଦ୍ର ଗ୍ରହଣ? ଦ୍ୱନ୍ଦରେ ନୀତି ନିର୍ଘଣ୍ଟ, ଆଗୁଆ ହେବ ସୁନାବେଶ

ଅନ୍ୟପଟେ ଆକ୍ରମଣର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ରାଜୁ ଓ ବିଷ୍ଟୁଙ୍କ ପରିବାର ଆଉ ଗାଁକୁ ଫେରିବେ ନାହିଁ ବୋଲି କହିଛନ୍ତି। ସେପଟେ ଗାଁରେ ପୁଣି କିପରି ପୂର୍ବ ଶାନ୍ତି ଫେରି ପାଇବ ସେଥିପାଇଁ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ସରପଞ୍ଚ ଗାଁରେ ପହଂଚି ସମାଧାନ ପାଇଁ ଚେଷ୍ଟା କରୁଥିବା କହିଛନ୍ତି।