୧୧ ଲକ୍ଷ ଟଙ୍କାକୁ ୧୧ ଷ୍ଟେପ ମାରି ଉଭାନ ହୋଇଗଲା ଚୋର, ଦୋକାନୀ ମୁର୍ଛା
Advertisement
Article Detail0/zeeodisha/odisha1390860

୧୧ ଲକ୍ଷ ଟଙ୍କାକୁ ୧୧ ଷ୍ଟେପ ମାରି ଉଭାନ ହୋଇଗଲା ଚୋର, ଦୋକାନୀ ମୁର୍ଛା

କିଛି ଦିନର ନିରବତା ପରେ ସମ୍ବଲପୁର ସହରରେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଦଳ। ପାର୍ବଣ ସରୁ ସରୁ ସହର ମଧ୍ୟରେ ଆରମ୍ଭ କରିଦେଇଛନ୍ତି ଲୁଟପାଟ। 

୧୧ ଲକ୍ଷ ଟଙ୍କାକୁ ୧୧ ଷ୍ଟେପ ମାରି ଉଭାନ ହୋଇଗଲା ଚୋର, ଦୋକାନୀ ମୁର୍ଛା

ସମ୍ବଲପୁର (ଅଜୟ କୁମାର ନାଥ): ପାର୍ବଣ ସରୁ ସରୁ ସମ୍ବଲପୁର ସହରରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଗ୍ୟାଙ୍ଗ। ଦିନ ଦ୍ୱିପ୍ରହରରେ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା ସାଙ୍ଗକୁ ଅଳଙ୍କାର। ଏହାର ସଦ୍ୟ ଉଦାହରଣ ହେଉଛି ଆଜି ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ପରିସରରୁ ହୋଇଥିବା ଲୁଟ। 

ମିଳିଥିବା ସୂଚନା ମୁତାବକ ଆଜି ଦିନ ଦ୍ୱିପ୍ରହରରେ ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ରାସ୍ତାରୁ ଦୁର୍ବୃତ୍ତ ୧୧ ଲକ୍ଷ ଟଙ୍କା ଝାମ୍ପିନେଇଛନ୍ତି। ଦଶହରା ପର୍ବ ଶେଷ ହେଉ ହେଉ ସମ୍ବଲପୁର ସହରରେ ମାତିଛନ୍ତି ଲୁଟେରା। ଆଜି ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ହାତରୁ ୧୧ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଲକ୍ଷ ଟଙ୍କା। ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମୋଦିପଡ଼ାସ୍ଥିତ ହସ୍ପିଟାଲ ରୋଡ଼ ଠାରେ ଥିବା ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ପରିସରରେ ରହିଥିବା ଏକ ଫ୍ରିଜ଼ ଦୋକାନ ସମ୍ମୁଖରୁ ଦୁର୍ବୃତ୍ତମାନେ ଏହି ଲୁଟ କରିଛନ୍ତି। ଆଜି ଦିନ ପ୍ରାୟ ୧୧ଟା ସମୟରେ ଦୋକାନ ଖୋଲିବା ପାଇଁ ଜଣେ କର୍ମଚାରୀ ୧୧ ଲକ୍ଷ ଟଙ୍କା ଧରି ଦୋକାନକୁ ଆସିଥିଲେ।

ଦୋକାନର ସଟର ଖୋଲିବା ସମୟରେ ଟଙ୍କା ବ୍ୟାଗଟିକୁ ତଳେ ଥୋଇଥିଲେ। ହଠାତ ଜଣେ ଯୁବକ ଦୌଡ଼ି ଆସି ଟଙ୍କା ବ୍ୟାଗଟିକୁ ଧରି ଫେରାର ହେବା ଉଦ୍ୟମ କଲା ବେଳେ ଦୋକାନର ପିଲା ଛଡ଼ାଇବାକୁ ଉଦ୍ୟମ କରିଥିଲା ହେଲେ ଲୁଟେରା ଜଣକ ଠେଲି ଟଙ୍କା ବେଗ ଧରି ଫେରାର ହୋଇଯାଇଥିଲା। ଏନେଇ ଟାଉନ ଥାନାରେ ଅଭିଯୋଗ ହେଲା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ପୋଲିସ ସନ୍ଦେହ ରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।