ସମ୍ବଲପୁର ସହରରେ ଭୋକର ବିକଳ ଚିତ୍ର
Advertisement
Article Detail0/zeeodisha/odisha1240778

ସମ୍ବଲପୁର ସହରରେ ଭୋକର ବିକଳ ଚିତ୍ର

ଯେତେବେଳେ ପେଟର ଭୋକ ଅସହ୍ୟ ହୁଏ ମଣିଷ ଜାଣିପାରେନି ଭଲ ମନ୍ଦ। ଯାହା ମିଳିଲେ ପେଟ ପୁରେଇବା ପାଇଁ ତାହା ଖାଇଥାଏ। ସେହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଠାରେ। 

ଡିଜାଇନ୍ ଫଟୋ

ସମ୍ବଲପୁର: ଯେତେବେଳେ ପେଟର ଭୋକ ଅସହ୍ୟ ହୁଏ, ସେତେବେଳେ ମଣିଷ ଭଲ ମନ୍ଦ ଜାଣିପାରେନାହେଁ। ଯାହା ମିଳିଲେ ପେଟ ପୁରେଇବା ପାଇଁ ତାହା ଖାଇଥାଏ। ଶୁକ୍ରବାର ସନ୍ଧ୍ୟାରେ ସେହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ ଦେଖିବାକୁ ମିଳିଛି। 

ସମ୍ବଲପୁର ସହରର ବ୍ୟସ୍ତ ବହୁଳ ବୁଢ଼ାରଜା ରାସ୍ତାରେ ଭୋକର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ପଟେ କେହି ଭୋକରେ ରହିବେ ନାହିଁ ବୋଲି ଡିଣ୍ଡିମ ପିଟୁ ଥିବା ବେଳେ ଏବେ ତାହାର ଏକ ନଗ୍ନ ନମୁନା ରଥଯାତ୍ରା ଭଳି ପବିତ୍ର ଦିନରେ ଖୋଦ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଡ଼ଷ୍ଟବିନରୁ ମଇଳା ଓ ଆବର୍ଜନାମୟ ଖାଦ୍ୟ ବାହାର କରି ଖାଉଥିବା ଚିତ୍ର ମାନବଜାତିକୁ ଆନ୍ଦୋଳିତ କରିଛି।

Also Read:  ଲାଗୁ ହୋଇଛି Lockdown; Dustbin ଭିତରୁ Unhealthy Food ଖୋଜୁଛନ୍ତି ଭୋକିଲା

ସୂଚନାନୁସାରେ, ବୁଢ଼ାରଜା ରାସ୍ତାସ୍ଥିତ ଏକ ଡଷ୍ଟବିନରୁ ଜଣେ ବ୍ୟକ୍ତି ଖାଦ୍ୟ ବାହାର କରିଥିଲେ। ଏପରିକି ତାକୁ ଗୋଟିଏ ପେପର ପ୍ଲେଟରେ ସଂଗ୍ରହ କରି ପଲିଥିନରେ ପୁରାଇ ରଖିଥିଲେ। ତାପରେ ରାସ୍ତାକଡ଼ର ମଇଳା ନାଳ ପାଣିରେ ଧୋଇ ତାକୁ ଖାଇଥିଲେ। ଏହାପରେ ବଳକା ଖାଦ୍ୟକୁ ନେଇ ବ୍ୟକ୍ତି ଜଣକ ସେଠାରୁ ପଳାଇଥିଲେ। କିଛି ବ୍ୟକ୍ତି ତାଙ୍କ ସହ କଥା ହେବାକୁ ଚେଷ୍ଟ କରିଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନଥିଲେ। 

ତେବେ ରାଜ୍ୟରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ମେ ମାସରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡ ଅଁଳାଡୁବାରେ ଜଣେ ଯୁବକ ଡଷ୍ଟବିନରୁ ପଚାସଢା ଖାଦ୍ୟ ବାହାର କରି ଖାଉଥିବା ଦେଖିବାକୁ ମିଳିଛି। ଗତବର୍ଷ ଲକଡାଉନ ସମୟରେ ସମ୍ବଲପୁର ସହରର ବୁଢ଼ାରାଜା ଅଞ୍ଚଳର କ୍ରୀଷ୍ଣା ସୁଇଟ୍ସର ରାସ୍ତା ଅପରପାର୍ଶ୍ଵରେ ଥିବା ଏକ ଡ଼ଷ୍ଟବିନରୁ ଜଣେ ଲୋକ ଖାଦ୍ୟ ଖାଉଥିବାର ଦେଖାଯାଇଥିଲା। 

Also Read: ବିଜେଡି ବିଧାୟକଙ୍କୁ ବିବାହ ଜିଦ୍ କରି ଆଉ କାହା ହାତ ଧରିନେଲେ ଯୁବତୀ

ସେହିପରି, ଗତବର୍ଷ ମେ'ରେ କୋରାପୁଟ ସତ୍ୟ ସାଇବାବା ମନ୍ଦିର ସମ୍ମୁଖରେ ଜଣେ ଅସହାୟ ବ୍ୟକ୍ତି ଅଳିଆଗଦାରେ ଫୋପଡା ଯାଇଥିବା ଖାଦ୍ୟକୁ ଖାଉଥିବା ଦେଖାଯାଇଥିଲା। ଏହା ବ୍ୟତୀତ ବିବାହ ଭୋଜିରେ ଖଲି ଚାଟିବା ଓ ହସ୍ପିଟାଲ ଡଷ୍ଟବିନରୁ ଖାଦ୍ୟ ବାହାରକରି ଖାଇବା ଘଟଣା କାହାକୁ ଅଛପା ନାହିଁ।