ରାଉରକେଲାରେ ବଜ୍ରାଘାତରେ ୨ ମୃତ, ୨୪ ଗୁରୁତର
Advertisement
Article Detail0/zeeodisha/odisha1387395

ରାଉରକେଲାରେ ବଜ୍ରାଘାତରେ ୨ ମୃତ, ୨୪ ଗୁରୁତର

ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଗୁରୁତର ହୋଇଛନ୍ତି। 

ରାଉରକେଲାରେ ବଜ୍ରାଘାତରେ ୨ ମୃତ,  ୨୪ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ନୂଆ ଗାଁ ବ୍ଲକର ବନେଇଲତାରେ ଅଘଟଣ। ଖେଳୁଥିବା ବେଳେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଆଜି ସୁନ୍ଦରଗଡ଼ ଜିଲ୍ଲାର ହାତିବାରି ଥାନା ଅନ୍ତର୍ଗତ କନ୍ଦରକେଲା ବନେଇଲତା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ବର୍ଷା ସମୟରେ ପିଲାମାନେ ଖେଳୁଥିବା ସମୟରେ ଏହି ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇ ପଡ଼ିଥିଲେ। 

ତେବେ ଗୁରୁତର ମାନଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଗୁରୁତରଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ମୃତକମାନଙ୍କ ହେଲେ ୧୫ ବର୍ଷିୟ ମାଇକେଲ ସୁରିନ ଓ ୨୪ ବର୍ଷିୟ ଅଜୟ ଲାଖୁଆ ବୋଲି ଜଣାପଡ଼ିଛି। 

ତେବେ ସବୁଠାରୁ ଚାଞ୍ଚଲ୍ୟ କରିବା ଭଳି ଘଟଣା ହେଉଛି ଯେ ଗୁରୁତରମାନଙ୍କୁ ସୁସ୍ଥ ହେବା ପାଇଁ ଗୋବର ଗଦାରେ ରଖାଯାଇଥିଲା। ପରେ ହାତିବାରି ପୋଲିସ ଘଟଣାସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।