ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡ୍ରାଇଭର ମହାସଙ୍ଘର ବଡ଼ ନିଷ୍ପତ୍ତି
Advertisement

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡ୍ରାଇଭର ମହାସଙ୍ଘର ବଡ଼ ନିଷ୍ପତ୍ତି

ଯଦି ଏହି ତ୍ରିସ୍ତରୀୟ ଭୋଟ ନିର୍ବାଚନ ପୂର୍ବରୁ ଡ୍ରାଇଭରମାନଙ୍କର ଦାବି ପୂରଣ ନ ହୁଏ ତା ହେଲେ ଫେବୃଆରୀରେ ହେବାକୁ ଥିବା ପଂଚାୟତ ନିର୍ବାଚନକୁ ବର୍ଜନ କରିବ ବୋଲି ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଧମକ ଦିଆଯାଇଛି।

ଡିଜାଇନ୍ ଫଟୋ

ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡିଶା ଡ୍ରାଇଭର ମହାସଙ୍ଘ ଏକ ବଡ ନିଷ୍ପତ୍ତି ନେଇଛି। ମତଦାନ ପୂର୍ବରୁ ଦାବି ପୂରଣ ନ ହେଲେ ଭୋଟ ବର୍ଜ୍ଜନ କରିବ ବୋଲି ମହାସଙ୍ଘ କହିଛି। ଦୁଇ ଦୁଇ ଥର ଭୁବନେଶ୍ୱର ରେ ଦାବି ଉପସ୍ଥାପନ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଖାଲି ପ୍ରତିଶ୍ରୁତିରେ ଅଟକି ରହିଥିବା ଓଡିଶା ଡ୍ରାଇଭର ମହାସଙ୍ଘ ଅଭିଯୋଗ କରିଛି।

ଯଦି ଏହି ତ୍ରିସ୍ତରୀୟ ଭୋଟ ନିର୍ବାଚନ ପୂର୍ବରୁ ଡ୍ରାଇଭରମାନଙ୍କର ଦାବି ପୂରଣ ନ ହୁଏ ତା ହେଲେ ଫେବୃଆରୀରେ ହେବାକୁ ଥିବା ପଂଚାୟତ ନିର୍ବାଚନକୁ ବର୍ଜନ କରିବ ବୋଲି ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଧମକ ଦିଆଯାଇଛି। ତୁରନ୍ତ ସେମାନଙ୍କର ସୁରକ୍ଷା ସହ ବିଭିନ୍ନ ଦାବି ରାଜ୍ୟ ସରକାର ପୁରଣ କରନ୍ତୁ ନ ହେଲେ ପଂଚାୟତ ନିର୍ବାଚନରେ ତାହାର ଜବାବ ଦିଆଯିବ ବୋଲି ଓଡିଶା ଡ୍ରାଇଭର ମହାସଙ୍ଘର ସଦସ୍ୟ ବେଲାଲ ସେନ କହିଛନ୍ତି।

Also Read: Coronavirus Updates : ୧୨ ଦିନ ପରେ ରାଜ୍ୟରେ ଖସିଲା ସଂକ୍ରମଣ, ଟ୍ରେଣ୍ଡ୍ ଆକଳନ ପାଇଁ ମାସେ ଅପେକ୍ଷା

ଅନ୍ୟପଟେ କୋରୋନା ସମୟରେ ବର୍ତ୍ତମାନ ଚାରିଆଡେ ରକ୍ତ ସଙ୍କଟ ଦେଖାଦେଇଛି। ଓଡିଶା ଡ୍ରାଇଭର ମହାସଙ୍ଘ ମଧ୍ୟ ଏହି ସଂକଟରୁ ରାଜ୍ୟକୁ ସହଯୋଗ କରିବାକୁ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲା। ଓଡିଶା ଡ୍ରାଇଭର ମହାସଙ୍ଘ ତରଫରୁ ରବିବାର ସମ୍ବଲପୁରର ମଂଦଳିଆ ପଡ଼ିଆ ଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

fallback