ପ୍ରମିଳା ମାଉସୀଙ୍କ ମାଷ୍ଟରଷ୍ଟ୍ରକ୍: ସ୍ୱାମୀ ଘରେ ସ୍ୱପ୍ନା, କାହ୍ନାଙ୍କୁ ଅପେକ୍ଷା
Advertisement

ପ୍ରମିଳା ମାଉସୀଙ୍କ ମାଷ୍ଟରଷ୍ଟ୍ରକ୍: ସ୍ୱାମୀ ଘରେ ସ୍ୱପ୍ନା, କାହ୍ନାଙ୍କୁ ଅପେକ୍ଷା

Berhampur Domestic Violance: ବ୍ରହ୍ମପୁର ରେଲଓ୍ବେ କଲୋନୀରେ ସ୍ୱାମୀ ଓ ବଡ଼ ପୁଅକୁ ପାଇବା ନିମନ୍ତେ ଧାରଣାରେ ବସିଥିବା ସ୍ୱପ୍ନାଙ୍କ ଆନ୍ଦୋଳନ ସ୍ଥଗିତ ରହିଛି । ଧାରଣାରୁ ଉଠି ସେ ଗୁରୁବାର ଗୃହ ପ୍ରବେଶ କରିଛନ୍ତି । ବୁଧବାର ଖୋର୍ଦ୍ଧା ଡ଼ିଆରଏମ ଓ ବରିଷ୍ଠ ଡ଼ିସିଏମଙ୍କୁ ସାକ୍ଷାତ କରିବା ପରେ ସେମାନେ ସ୍ୱପ୍ନାଙ୍କୁ ଧାରଣାରେ ନ ବସି ଘରେ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରମିଳା ମାଉସୀଙ୍କ ମାଷ୍ଟରଷ୍ଟ୍ରକ୍: ସ୍ୱାମୀ ଘରେ ସ୍ୱପ୍ନା, କାହ୍ନାଙ୍କୁ ଅପେକ୍ଷା

Berhampur Domestic Violance, ଗଞ୍ଜାମ: ଖୁବଶୀଘ୍ର ବ୍ରହ୍ମପୁରର ସ୍ୱପ୍ନା ଓ କାହ୍ନାଙ୍କ ବିବାଦର ସମାଧାନ ହେବାକୁ ଯାଉଛି । ରେଳବାଇର ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗରୁବାର ସ୍ୱପ୍ନା ଧାରଣାରୁ ଉଠି କାହ୍ନାଙ୍କ ରେଳବାଇ କ୍ୱାଟରରେ ପ୍ରବେଶ କରିଛନ୍ତି । କାହ୍ନା ଛୁଟିରୁ ଆସିଲେ ମାମଲାର ଆପୋଷ ବୁଝାମଣା ହେବ । ଆପୋଷ ବୁଝାମଣା ହେବା ପରେ ଥାନାରେ ଦିଆଯାଇଥିବା ମାମଲାକୁ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ସ୍ୱପ୍ନାଙ୍କ ଓକିଲ ସୂଚନା ଦେଇଛନ୍ତି । ସେପଟେ କାହ୍ନାଙ୍କ ୧୫ ଦିନର ଛୁଟିକୁ ବାତିଲ କରି ତାଙ୍କୁ ଶୀଘ୍ର ଡ୍ୟୁଟିରେ ଯୋଗ ଦେବାକୁ ରେଲବାଇ ନିର୍ଦ୍ଦେଶ ଦେଇଛି ।

ବ୍ରହ୍ମପୁର ରେଲଓ୍ବେ କଲୋନୀରେ ସ୍ୱାମୀ ଓ ବଡ଼ ପୁଅକୁ ପାଇବା ନିମନ୍ତେ ଧାରଣାରେ ବସିଥିବା ସ୍ୱପ୍ନାଙ୍କ ଆନ୍ଦୋଳନ ସ୍ଥଗିତ ରହିଛି । ଧାରଣାରୁ ଉଠି ସେ ଗୁରୁବାର ଗୃହ ପ୍ରବେଶ କରିଛନ୍ତି । ବୁଧବାର ଖୋର୍ଦ୍ଧା ଡ଼ିଆରଏମ ଓ ବରିଷ୍ଠ ଡ଼ିସିଏମଙ୍କୁ ସାକ୍ଷାତ କରିବା ପରେ ସେମାନେ ସ୍ୱପ୍ନାଙ୍କୁ ଧାରଣାରେ ନ ବସି ଘରେ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସ୍ୱପ୍ନା କ୍ୱାଟର ବାରଣ୍ଡାରେ ରହିଥିବା ବିଭିନ୍ନ ରୋଷେଇ ସାମଗ୍ରୀକୁ ନେଇ ଗୃହ ପ୍ରବେଶ କରିଛନ୍ତି । ସେପଟେ କାହ୍ନା ପୂର୍ବରୁ ୧୫ ଦିନ ଛୁଟି ନେଇଥିବା ବେଳେ ସ୍ୱପ୍ନାଙ୍କ ଅଭିଯୋଗକୁ ନେଇ ଛୁଟିକୁ ବାତିଲ କରାଯାଇଛି । ଖୁବଶୀଘ୍ର କାହ୍ନା ଫେରିବା ପରେ ସ୍ୱପ୍ନା ଓ କାହ୍ନାଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯାଇ ସମାଧାନ କରାଯିବ ବୋଲି ଡ଼ିଆରଏମ ପ୍ରତିଶୃତି ଦେଇଛନ୍ତି । 

Also Read: ନାରୀ ନିର୍ଯାତନା ପାଇଁ ବ୍ରହ୍ମପୁର ବଦନାମ! ତପସ୍ୱିନୀ-ଦୀପିକା ପରେ ସ୍ୱପ୍ନା, ସ୍ୱାମୀ ଘର ଆଗରେ ଦେଲେ ଧାରଣା

୨୦୧୨ ମସିହାରେ ଶେରଗଡ଼ ବ୍ଳକ ଚିକିଲି ଅଞ୍ଚଳର ସ୍ୱପ୍ନା କାହ୍ନାଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଏକ ପୁଅ ହୋଇଥିଲା । ଏହାପରେ କାହ୍ନାଙ୍କ ଭଣଜା ଘରେ ରହିବା ପରେ ଆଉ ଏକ ପୁଅ ଜନ୍ମ ହୋଇଥିଲା । ଯାହାକୁ ସହଜରେ ଗ୍ରହଣ କରିନଥିଲେ କାହ୍ନା । ସ୍ୱପ୍ନାଙ୍କ ଚରିତ୍ରକୁ ସନ୍ଦେହ କରିବା ସହିତ ଅଧିକା ୨୦ ଲକ୍ଷ ଟଙ୍କା ଯୌତୁକ ମାଗି ତାଙ୍କୁ ଗତ ତିନି ବର୍ଷ ପୂର୍ବରୁ କାହ୍ନା ଘରୁ କାଢି ଦେଇଥିବା ସ୍ୱପ୍ନା ଅଭିଯୋଗ କରିଛନ୍ତି । ଗତ ଶୁକ୍ରବାର ସ୍ୱପ୍ନା ସମାଜସେବୀ ପ୍ରମିଳାଙ୍କ ସହଯୋଗରେ ଜିଆରପି ଥାନାରେ ଲିଖିତ ଅଭିଯୋଗ ଦେବା ପରେ କାହ୍ନାଙ୍କ କ୍ୱାଟରରେ ପହଞ୍ଚି ଘର ତାଲା ଭାଙ୍ଗି ଧାରଣାରେ ବସିଥିଲେ । ଧାରଣାର ଦୁଇ ଦିନ ପରେ ଉପଖଣ୍ଡ ରେଳବାଇ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ସ୍ୱପ୍ନାଙ୍କ ବୟାନ ରେକର୍ଡ଼ କରିଥିଲେ ।

 

ବୁଧବାର ସ୍ୱପ୍ନା ଓ ପ୍ରମିଳା ଖୋର୍ଦ୍ଧା ଡ଼ିଆରଏମ ଓ ଡ଼ିସିଏମଙ୍କୁ ଭେଟି ନିଜର ଅଭିଯୋଗ ଜଣାଇବା ପରେ ସେମାନେ ସ୍ୱପ୍ନାଙ୍କୁ ଘରେ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଖୁବଶୀଘ୍ର ତାଙ୍କ ଅଭିଯୋଗର ତଦନ୍ତ କରାଯାଇ କାହ୍ନାଙ୍କ ସହ ଆଲୋଚନା କରି ଆପୋଷ ସମାଧାନ କରିବା ନେଇ ପ୍ରତିଶୃତି ଦେଇଥିଲେ । ସ୍ୱପ୍ନା ଓ ପ୍ରମିଳା ତ୍ରିପାଠୀ ଡ଼ିଆରଏମଙ୍କୁ ଭେଟି ନିଜର ଅଭିଯୋଗ ଦେବା ସହିତ କାହ୍ନା କେଉଁଆଡ଼େ ଚାଲିଯାଇଥିବା ନେଇ କହିଥିଲେ । କାହ୍ନା ପୂର୍ବରୁ ୧୫ ଦିନର ଛୁଟି ନେଇଥିବା ବେଳେ ଏନେଇ ଜାଣିବା ପରେ ବରିଷ୍ଠ ରେଳବାଇ ଅଧିକାରୀ ତାଙ୍କ ଛୁଟିକୁ ବାତିଲ କରିଛନ୍ତି । ଛୁଟି ବାତିଲ ହେବା ପରେ କାହ୍ନା ଖୁବଶୀଘ୍ର ରେଳବାଇ କାର୍ଯ୍ୟାଳୟକୁ ଆସି ରିପୋର୍ଟ କରିବେ । କାହ୍ନ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି । 

Also Read: Berhampur Lover Agitation: କୋର୍ଟଙ୍କ ନିର୍ଦ୍ଦେଶଠୁ ବଡ଼ ପ୍ରେମିକା ଡ଼ର!

କାହ୍ନାଙ୍କୁ ଏଭଳି କରିବା ପାଇଁ ପ୍ରରୋଚନା ଦେଇଥିବା ଦୀନବନ୍ଧୁ ପଣ୍ଡାଙ୍କୁ ଖୁବଶୀଘ୍ର ଗିରଫ କରାଯାଉ ବୋଲି ମଧ୍ୟ ରେଳବାଇର ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଥିବା ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ ସୂଚନା ଦେଇଛନ୍ତି । ସ୍ୱପ୍ନା ଓ କାହ୍ନଙ୍କ ଦୁଇଟି ପୁଅ ରହିଛନ୍ତି । ତେଣୁ ଉଭୟ କାହ୍ନା ଓ ସ୍ୱପ୍ନା ମିଶିଯିବା ନେଇ ସମସ୍ତେ ଚାହୁଁଛନ୍ତି । ଉଭୟ ମିଶିଯିବା ପରେ ଆଉ କୌଣସି ମାମଲାର ଯଥାର୍ଥତା ନାହିଁ । ପରବର୍ତ୍ତୀ ସମୟରେ ଦିଆଯାଇଥିବା ଲିଖିତ ଅଭିଯୋଗକୁ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ସ୍ୱପ୍ନାଙ୍କ ଓକିଲ ପୀତବାସ ପଣ୍ଡା କହିଛନ୍ତି । ସ୍ୱପ୍ନା ଗୃହ ପ୍ରବେଶ କରିଥିବା ବେଳେ ସେପଟେ କାହ୍ନାଙ୍କ ଛୁଟି ମଧ୍ୟ ବାତିଲ ହୋଇଛି । ତେବେ କେବେ କାହ୍ନା ନିଜ କ୍ୱାଟରକୁ ଆସି ଆପୋଷ ବୁଝାମଣା କରୁଛନ୍ତି କି ନାହିଁ ଏବେ କେବଳ ତାହାକୁ ଅପେକ୍ଷା ।